Advertisment

ଅନ୍ତର୍ଜାତୀୟ ଉଡାଣ ପାଇଁ ବିମାନ ଇନ୍ଧନକୁ ଭାଟ୍ ମୁକ୍ତ କଲେ ସରକାର

ଭୁବନେଶ୍ୱର: ଅନ୍ତର୍ଜାତୀୟ ବିମାନ ବନ୍ଦର ମାନ୍ୟତା ପାଇବାର ଦେଢ ବର୍ଷ ପରେ ବି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିଦେଶକୁ ବିମାନ ଉଡାଣ ଆରମ୍ଭ ହୋଇପାରି ନାହିଁ । ଅନ୍ୟପକ୍ଷରେ ଇଚ୍ଛୁକ ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡିକକୁ ଆକର୍ଷିତ କରିବା ପାଇଁ ବିମାନ ଇନ୍ଧନ ଉପରେ କୌଣସି ଭାଟ୍ ନ ଲଗାଇବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ବ୍ୟସ୍ତ ବହୁଳ ହୋଇଗଲାଣି ଭୁବନେଶ୍ୱର ବିମାନ ବନ୍ଦର। ଯାତ୍ରୀ ସଂଖ୍ୟା ଟପିଛି ୧୫ ଲକ୍ଷକୁ। କିନ୍ତୁ ଏବେବି ଅନ୍ତର୍ଜାତୀୟ […]

ଅନ୍ତର୍ଜାତୀୟ ଉଡାଣ ପାଇଁ ବିମାନ ଇନ୍ଧନକୁ ଭାଟ୍ ମୁକ୍ତ କଲେ ସରକାର

biju pattanayak airport

Advertisment

ଭୁବନେଶ୍ୱର: ଅନ୍ତର୍ଜାତୀୟ ବିମାନ ବନ୍ଦର ମାନ୍ୟତା ପାଇବାର ଦେଢ ବର୍ଷ ପରେ ବି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିଦେଶକୁ ବିମାନ ଉଡାଣ ଆରମ୍ଭ ହୋଇପାରି ନାହିଁ । ଅନ୍ୟପକ୍ଷରେ ଇଚ୍ଛୁକ ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡିକକୁ ଆକର୍ଷିତ କରିବା ପାଇଁ ବିମାନ ଇନ୍ଧନ ଉପରେ କୌଣସି ଭାଟ୍ ନ ଲଗାଇବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି।
ବ୍ୟସ୍ତ ବହୁଳ ହୋଇଗଲାଣି ଭୁବନେଶ୍ୱର ବିମାନ ବନ୍ଦର। ଯାତ୍ରୀ ସଂଖ୍ୟା ଟପିଛି ୧୫ ଲକ୍ଷକୁ। କିନ୍ତୁ ଏବେବି ଅନ୍ତର୍ଜାତୀୟ ବିମାନ ଉଡାଣ ହୋଇପାରୁ ନଥିବାରୁ ଚିନ୍ତାରେ ଅଛନ୍ତି କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର। ତେଣୁ ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡିକୁ ଆକୃଷ୍ଟ କରିବାକୁ ସରକାର କରିଛନ୍ତି ଯୋଜନା। ବିମାନ ଇନ୍ଧନ ଉପରେ ଦେଶରେ ଥିବା ୨୦ ପ୍ରତିଶତ ଭାଟକୁ ରାଜ୍ୟ ସରକାର ୫ ପ୍ରତିଶତକୁ କମାଇଥିଲେ। ଏବେ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ବାବଦ ଇନ୍ଧନ ଉପରେ ଆଦୌ ଭାଟ ନଲଗାଇବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ସେପଟେ ଆସନ୍ତା ଜୁନ ମାସରୁ ଏବିସି ଏୟାରୱେଜ୍ ଫ୍ଲାଏଇଜି ସଂସ୍ଥା ଭୁବନେଶ୍ୱରରୁ ବେଙ୍ଗଲୁରୁକୁ ବିମାନ ଉଡାଣ କରିବାକୁ ରାଜି ହୋଇଛି ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକ ଶରଦ କୁମାର କହିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ମୁମ୍ବାଇରୁ ଦୁବାଇକୁ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ଭୁବନେଶ୍ୱର ପର୍ଯ୍ୟନ୍ତ, କୋଲକାତାରୁ ବ୍ୟାଙ୍କକକ୍ ଯାଉଥିବା ଇଣ୍ଡିଗୋ ବିମାନକୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚଳାଇବାକୁ ଆଲୋଚନା ଜାରି ରହିଛି। ନବକଳେବର ପୂର୍ବରୁ ଏଠାରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା ଜରୁରୀ ବୋଲି କହିଛନ୍ତି ଟୁରସ୍ ଆଣ୍ଡ୍ ଟ୍ରାଭେଲ୍ ଅପରେଟର୍ସ ଆସୋସିଏସେନର ଅଧ୍ୟକ୍ଷ ବେଞ୍ଜାମିନ୍ ସାଇମନ।
୨୦୧୩ ମସିହାରୁ ଅକ୍ଟେବାର ୩୦ ତାରିଖରେ ଭୁବନେଶ୍ୱର ବିମାନବନ୍ଦରକୁ ମିଳିଥିଲା ଅନ୍ତର୍ଜାତୀୟ ମାନ୍ୟତା। ବର୍ତ୍ତମାନ ଭୁବନେଶ୍ୱରରୁ ଦେଶର ୭ଟି ସ୍ଥାନକୁ ୨୦ଟି ବିମାନ ଯାତାୟାତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe