/odisha-reporter/media/media_files/2026/02/06/room-2026-02-06-18-39-53.jpg)
ଆଜ୍ଞା ରହିବା ପାଇଁ ହୋଟେଲରେ ରୁମ ଖାଲି ଅଛି କି ? ନା ନା ରୁମ ନାହିଁ , ଖଣ୍ଡଗିରିରେ ଯାତ୍ରା ଚାଲିଛି, ସବୁରୁମ୍ ଫୁଲ୍ ଅଛି।ବାସ କଥା ମାତ୍ର ଏତିକି, ତା ପରେ ନିଶାସକ୍ତ ଯୁବକଙ୍କକାଣ୍ଡ କାରନାମା ସଂପର୍କରେ ଶୁଣିଲେ ମୁଣ୍ଡ ଘୂରାଇଦେବ।
କଥାବାର୍ତ୍ତା ନାହିଁ , ଆସିଲେ ମାଡ଼ ମାରି ଚାଲିଲେ। ହୋଟେଲର ଉପର ତାଲାରୁ ତଳ ତାଲା ପର୍ଯ୍ୟନ୍ତ, ଚାରିଆପଡ଼େ ଲାଗିଛି ରକ୍ତର ଛିଟା। ବିଚରା ହୋଟେଲ ମ୍ୟାନେଜରଙ୍କ ଭୁଲ୍ କଣ ଥିଲା ? ସେ କେବଳ ଏତିକି କହିଛନ୍ତି, ହୋଟେଲରେ ରୁମ ନାହିଁ। ବାସ ତା’ ପରେ ସଂଘବଦ୍ଧ ଭାବେ ହୋଟେଲ ମ୍ୟାନେଜର ରାକେଶ ରୋସନ ବେହେରାଙ୍କୁମାଡ଼ ମାରିଲେ ପୁଣି ମନ ଶାନ୍ତି ହେଲାନି ଯେ, ଅପହରଣ କରି ନେଇଗଲେ । ଭୁବନେଶ୍ବର ସାରା ବୁଲାଇଲେ ପୁଣିମାଡ଼ ମାରିଲେ।
ଭୁବନେଶ୍ବର ଖଣ୍ଡଗିରି ଗଣ୍ଡମୁଣ୍ଡା ଅଞ୍ଚଳରେ ଥିବା ଏକ ହୋଟେଲରେ ଘଟିଛି ଏଭଳି ଘଟଣା। ଦୁର୍ବୃତ୍ତମାନେ ହୋଟେଲ ଭିତରେ ପଶି ଭଙ୍ଗାରୁଜା ପୁଣି ମାଡ଼ ମାରି ମ୍ୟାନଜେରଙ୍କୁ ଘାଇଲା ବି କରିଦେଲେ। ଏ ଘଟଣା ପରେ ହୋଟେଲ ମାଲିକ ଶିବ ପ୍ରସାଦ ମହାରଣା ପୁଲିସକୁ ଖବର ଦେଇଥିଲେ ।
ନମ୍ବରଟ୍ରାକ କରି ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ହୋଟେଲରୁ ମ୍ୟାନେଜରଙ୍କୁ ଉଦ୍ଧାର କରିବା ସହ 5 ଜଣ ଦୁର୍ବୃତ୍ତଙ୍କୁ ଉଠାଇ ଆଣିଛି ପୁଲିସ । କେବଳ ସେତିକି ନୁହେଁ, ମାଡ଼ ମାରିବା ପରେ ହୋଟେଲ ମ୍ୟାନେଜରଙ୍କ ନାଁରେ ମିଛ ଅଭିଯୋଗ ଆଣୁଥିବା କହିଛନ୍ତି ହୋଟେଲ ମାଲିକ।
ଦୁର୍ବୃତ୍ତମାନେ କାହିଁକି ଆକ୍ରମଣ କଲେ ? ମ୍ୟାନେଜର ଯାହା କହୁଛନ୍ତି ସତ ନା ମିଛ ? ଯେଉଁ ଯୁବତୀଙ୍କ କଥା ଉଠୁଛି , ମ୍ୟାନେଜରଙ୍କ ସହ ତାଙ୍କର ସଂପର୍କକଣ ? ଏମିତି ଅନେକ ଦିଗକୁ ନେଇ ଖଣ୍ଡଗିରି ପୁଲିସ ଆରମ୍ଭ କରୁଛି ତଦନ୍ତ। ତେବେ ସବୁ ପରେ ବି ହୋଟେଲ ଭିତରେ ପଶି ଏମିତି ମାଡ଼ ମାରି ଲହୁ ଲୁହାଣ କରିଥିବାଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଏ ନେଇ ଖଣ୍ଡଗିରି ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
