Advertisment

ମିସାଇଲ ମ୍ୟାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି: ପ୍ରତିମୂର୍ତ୍ତି ଉନ୍ମୋଚନ, ଛକର ନାଁ ହେଲା ଅବଦୁଲ କଲାମ ଛକ

ସମ୍ବଲପୁର/ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ରାଷ୍ଟ୍ରପତି କଲାମଙ୍କ ଜୟନ୍ତୀ ଅବସରରେ ସମ୍ବଲପୁର ଓ ବାଲେଶ୍ୱର ଜିଲ୍ଲାର ଦୁଇଟି ସ୍କୁଲରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ନିକଟରେ ପୂର୍ବତନ ରାଷ୍ଟ୍ରପତି କଲାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଏଥିସହ ସ୍କୁଲ ଛକକୁ ଅବଦୁଲ କଲାମ ଛକ ନାଁରେ ନାମକରଣ କରାଯାଇଛି। ୬ ଫୁଟ୍ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜରେ ତିଆରି ଏହି ପ୍ରତିମୂର୍ତ୍ତିକୁ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଉନ୍ମୋଚନ କରିଥିଲେ।

ସେହିପରି କଲାମଙ୍କ ଜନ୍ମଦିନକୁ ବିଶ୍ୱ ଛାତ୍ରଛାତ୍ରୀ ଦିବସ ଭାବେ ବାଲେଶ୍ୱର ମେଘ ଡମ୍ବରୁରେ ଥିବା ମଡର୍ଣ୍ଣ ପବ୍ଲିକ ସ୍କୁଲରେ ପାଳନ କରାଯାଇଛି। ଏହି ଅବସରରେ ସ୍କୁଲ ପରିସରରେ କଲାମଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଆଇଟିଆରର ନିର୍ଦ୍ଦେଶକ ଡ. ବିନୟ କୁମାର ଦାସ ଏହାକୁ ଉନ୍ମୋଚନ କରିଥିଲେ।

https://www.youtube.com/watch?v=o7gatoTDAZo

author-image
Ordigital Desk