Advertisment

୨ ବର୍ଷ ଡିଜିପି ରହିବେ ଅଭୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଲିସ ସଂସ୍କାର ବିଲକୁ ଦୀର୍ଘବର୍ଷ ଧରି ପକାଇ ରଖିଥିବା ରାଜ୍ୟ ସରକାର ଶେଷରେ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦକୁ ଦୃଷ୍ଟିରେ ରଖି ରାଜ୍ୟ ଡିଜିିପିଙ୍କ କାର୍ଯ୍ୟକାଳ ସଂକ୍ରାନ୍ତ ସଂଶୋଧନ ବିଜ୍ଞପ୍ତି ଜାରି କରିଛନ୍ତି। ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୬ ବ୍ୟାଚ୍ ଆଇପିଏସ୍ ଅଭୟଙ୍କ ଡିଜିପି ଭାବେ କାର୍ଯ୍ୟକାଳ ଆସନ୍ତା ୨୦୨୧ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ରହିବ। ସେ ଏହି ପଦବୀରେ ୨ବର୍ଷ ପାଇଁ କାର୍ଯ୍ୟ କରିବେ। ପୂର୍ବରୁ […]

୨ ବର୍ଷ ଡିଜିପି ରହିବେ ଅଭୟ

abhaya

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଲିସ ସଂସ୍କାର ବିଲକୁ ଦୀର୍ଘବର୍ଷ ଧରି ପକାଇ ରଖିଥିବା ରାଜ୍ୟ ସରକାର ଶେଷରେ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦକୁ ଦୃଷ୍ଟିରେ ରଖି ରାଜ୍ୟ ଡିଜିିପିଙ୍କ କାର୍ଯ୍ୟକାଳ ସଂକ୍ରାନ୍ତ ସଂଶୋଧନ ବିଜ୍ଞପ୍ତି ଜାରି କରିଛନ୍ତି।

Advertisment

ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୬ ବ୍ୟାଚ୍ ଆଇପିଏସ୍ ଅଭୟଙ୍କ ଡିଜିପି ଭାବେ କାର୍ଯ୍ୟକାଳ ଆସନ୍ତା ୨୦୨୧ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ରହିବ। ସେ ଏହି ପଦବୀରେ ୨ବର୍ଷ ପାଇଁ କାର୍ଯ୍ୟ କରିବେ। ପୂର୍ବରୁ ୨୦୧୯ ନଭେମ୍ବର ୨୦ତାରିଖରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ଅଭୟଙ୍କୁ ପୁଲିସ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ। ତେବେ ଅଭୟ ଗତ ଡିସେମ୍ବର ୧୦ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ।

ତେବେ ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରକାଶ ସିଂ ମାମଲାରେ ରାୟ ଓ ୟୁପିଏସସିଙ୍କ ସୁପାରିଶ ଆଧାରରେ ରାଜ୍ୟ ସରକାର ପୁଲିସ ଡିଜିପିଙ୍କ କାର୍ଯ୍ୟକାଳ ସର୍ବନିମ୍ନ ୨ବର୍ଷ ପାଇଁ ବିଜ୍ଞପ୍ତି ଜାରି କରିବାକୁ ବାଧ୍ୟ ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe