Advertisment

Politics : ବିଜେପିରେ ମିଶିବେ ଅନନ୍ତ ଦାସଙ୍କ ପୁଅ

ଦିବଂଗତ ନେତା ଅନନ୍ତ ଦାସ ବିଜେଡି ଟିକେଟରେ ଭୋଗରାଇରୁ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଦୁଇ ଥର ମନ୍ତ୍ରୀ ମଧ୍ୟ ହୋଇଥିଲେ। ତାଙ୍କ ପୁଅ ବିଜେପିରେ ମିଶିବେ ବୋଲି କହିଛନ୍ତି।

author-image
Jitendra Garnayak
OR

ଅଭିଜିତ

ବିଜେପିରେ ମିଶିବେ ଦିବଂଗତ ବିଜେଡି ନେତା ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ। ସେ ନିଜେ ଏହି ସୂଚନା ଦେଇଛନ୍ତି। ଅଭିଜିତ ଗତକାଲି ବିଳମ୍ବିତ ରାତିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ ଏବଂ ତାଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଏହା ସହିତ ଭୋଗରାଇର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ରାଜନୀତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

Advertisment

ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ନେତା ତାଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ ବୋଲି କହିଥିବା ସେ ସୂଚନା ଦେଇଛନ୍ତି।

ଅଭିଜିତ କହିଛନ୍ତି ଯେ ତାଙ୍କ ପରିବାର ବିଜେଡିକୁ ଛାଡ଼ି ନାହିଁ। ବିଜେଡି ତାଙ୍କ ପରିବାରକୁ ଛାଡି ଦେଇଛି। ବର୍ଷେ ହେଲିଣି ସେ ବାଲେଶ୍ୱର ସାଂସଦଙ୍କ ମାର୍ଗଦର୍ଶନରେ ଭୋଗରାଇର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରିଆସୁଛନ୍ତି। ତା'ସହିତ ସ୍ଥାନୀୟ ବିଜେପି ନେତାମାନଙ୍କ ସହିତ ମିଶି କାର୍ଯ୍ୟ କରୁଛନ୍ତି। ଖୁବଶୀଘ୍ର ସେ ଔପଚାରିକ ଭାବେ ବିଜେପିରେ ଯୋଗଦେବେ। ଏ ନେଇ କାର୍ଯ୍ୟକ୍ରମ ଚାଲିଛି ବୋଲି ସେ କହିଛନ୍ତି। 

Advertisment

ଅଭିଜିତଙ୍କ ସହିତ ତାଙ୍କ ପରିବାର ଲୋକେ ତଥା ସମର୍ଥକମାନେ ବିଜେପିରେ ମିଶିବେ ବୋଲି ଇସାରା ମିଳିଛି। ଭୋଗରାଇର ଉନ୍ନତି ତାଙ୍କର ତଥା ତାଙ୍କ ପରିବାରର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଭୋଗରାଇରେ ତାଙ୍କ ବାପା ବହୁତ କାମ କରିଛନ୍ତି। ଯେଉଁ କାମ ବାକି ରହିଛି ତଥା ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ସେ ଚାହୁଁଥିବା କହିଛନ୍ତି।

ଅନନ୍ତ ଦାସ ବିଜେଡି ଟିକେଟରେ ଭୋଗରାଇରୁ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୪ରେ ବିଜେଡି ତାଙ୍କୁ ଟିକେଟ ଦେଇ ନଥିଲା। ସେଥର ଦଳ ଗୈ।ତମଵୁଦ୍ଧ ଦାସଙ୍କୁ ଟିକେଟ ଦେଇଥିଲା ଓ ସେ ବିଜୟୀ ହୋଇଥିଲେ।

ବିଜେପିରେ ଯୋଗଦେବା ନେଇ ଅଭିଜିତ ନିଜ ଆଡୁ କହିଥିବା ବେଳେ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।