ଦୁର୍ଘଟଣାରେ ଅଭିନେତା ରଣଜିତ୍ ପଟ୍ଟନାୟକଙ୍କ ପରଲୋକ

କଟକ: ଚଳଚିତ୍ର ଅଭିନେତା ରଣଜିତ୍ ପଟ୍ଟନାୟକ (ରାଜା)ଙ୍କର ଆଜି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଭଦ୍ରକରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ରାସ୍ତାରେ ଦୁର୍ଘଟଣା ଘଟିଥିଲା। ମୃତଦେହ କଟକ ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି। ବହୁ ସିନେ ଅଭିନେତା, ଅଭିନେତ୍ରୀ, ସିରିୟଲ ପ୍ରଯୋଜକ  ଓ ନିର୍ଦ୍ଦେଶକ  ରାଜାଙ୍କ ଶେଷ ଦର୍ଶନ କରିଛନ୍ତି। ଯୁବ କଳାକାରଙ୍କ ମୃତ୍ୟୁକୁ ନେଇ ତାଙ୍କ ଜନ୍ମମାଟି ବଡ଼ମ୍ବାରେ ଶୋକର ଛାୟା ଖେଳିଯାଇଛି।