Advertisment

ଠିକା ଶ୍ରମିକଙ୍କ ୭ ଦିନର ଦରମା କାଟିଲା ଏସିସି ସିମେଣ୍ଟ

ବରଗଡ଼(ଦୀପକ ଶର୍ମା): କରୋନା ସଂକ୍ରମଣକୁ ରୋକିବା ପାଇଁ  ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଛି। ଏହି ସମୟରେ ଗରିବ, ଖଟିଖିଆ ଓ ଶ୍ରମିକମାନଙ୍କୁ ରନ୍ଧା ଖାଦ୍ୟ ସହିତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ  ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ  କୌଣସି କର୍ମଚାରୀଙ୍କୁ କାର୍ଯ୍ୟରୁ ତଡ଼ି ପାରବ ନାହିଁ,  କି ଦରମା କାଟି ପାରିବ ନାହିଁ ବୋଲି ମଧ୍ୟ କଡ଼ା ନିର୍ଦ୍ଦେଶ ମଧ୍ୟ ଜାରି ହୋଇଛି। ତେବେ ଏହି ନିୟମକୁ ଉଲ୍ଲଂଘନ କରି ଠିକା ଶ୍ରମିକଙ୍କ ୭ […]

ଠିକା ଶ୍ରମିକଙ୍କ ୭ ଦିନର ଦରମା କାଟିଲା ଏସିସି ସିମେଣ୍ଟ

baragarh

Advertisment

ବରଗଡ଼(ଦୀପକ ଶର୍ମା): କରୋନା ସଂକ୍ରମଣକୁ ରୋକିବା ପାଇଁ  ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଛି। ଏହି ସମୟରେ ଗରିବ, ଖଟିଖିଆ ଓ ଶ୍ରମିକମାନଙ୍କୁ ରନ୍ଧା ଖାଦ୍ୟ ସହିତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ  ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ  କୌଣସି କର୍ମଚାରୀଙ୍କୁ କାର୍ଯ୍ୟରୁ ତଡ଼ି ପାରବ ନାହିଁ,  କି ଦରମା କାଟି ପାରିବ ନାହିଁ ବୋଲି ମଧ୍ୟ କଡ଼ା ନିର୍ଦ୍ଦେଶ ମଧ୍ୟ ଜାରି ହୋଇଛି।

Advertisment

ତେବେ ଏହି ନିୟମକୁ ଉଲ୍ଲଂଘନ କରି ଠିକା ଶ୍ରମିକଙ୍କ ୭ ଦିନର ଦରମା କାଟିଛି ବରଗଡ଼ ଏ.ସି.ସି ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ।

ସୂଚନାଅନୁସାରେ, ଲକ୍‌ଡାଉନ୍‌ ଯୋଗୁ ଏହି  ଠିକା ଶ୍ରମିକମାନେ ମାର୍ଚ୍ଚ ୨୫ ତାରିଖଠାରୁ କାରଖାନାକୁ କାର୍ଯ୍ୟ କରିବାକୁ ଯାଇପାରି ନଥିଲେ। ଫଳରେ  ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ ମାର୍ଚ୍ଚ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ଦରମା କାଟି ଦେଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

Advertisment

ଏନେଇ ଶ୍ରମିକନେତା ଦେବବ୍ରତ ମିଶ୍ରଙ୍କ ନେତୃତ୍ୱରେ ବହୁ ଶ୍ରମିକ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଆଜି ଅଭିଯୋଗ କରିଛନ୍ତି।  ଏହି ଘଟଣାର ତଦନ୍ତ କରାଯାଇ  ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ  ଜ୍ୟୋତିରଞ୍ଜନ ପ୍ରଧାନ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe