Advertisment

ଉଦ୍‌ଘାଟନ ହେଉ ହେଉ ମୁଣ୍ଡ ଖାଇଲା ନୂଆ ଓଭରବ୍ରିଜ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲିଙ୍ଗରାଜ ଟେମ୍ପୁଲ ରୋଡ୍‌ ଓଭର ବ୍ରିଜ୍‌ରେ ଆରମ୍ଭରୁ ଅଘଟଣ ଘଟିଛି। ଦୀର୍ଘଦିନର ପ୍ରତୀକ୍ଷା ପରେ ଗୁରୁବାର ଏହି ବ୍ରିଜ୍ ଉଦ୍‌ଘାଟନ ହୋଇଥିବା ବେଳେ ଆରମ୍ଭରୁ ଏମିତି ଘଟଣା ଘଟିଛି। ବ୍ରିଜ୍ ଉଦ୍‌ଘାଟନ ପରେ ଏହା ଉପରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ପ୍ରାଣ ଯାଇଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏହି ରେଲୱେ ଓଭର୍‌ବ୍ରିଜ୍‌ରେ ଆଲୋକ ସଜ୍ଜା ପାଇଁ ଲାଗିଥିଲା ଲିଚୁ ମାଳ ଓ ଅତ୍ୟାଧୁନିକ ବିଦ୍ୟୁତ୍‌ […]

ଅଦ୍ୟତନ ହୋଇଛି
ଉଦ୍‌ଘାଟନ ହେଉ ହେଉ ମୁଣ୍ଡ ଖାଇଲା ନୂଆ ଓଭରବ୍ରିଜ୍‌

କକକକକ

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲିଙ୍ଗରାଜ ଟେମ୍ପୁଲ ରୋଡ୍‌ ଓଭର ବ୍ରିଜ୍‌ରେ ଆରମ୍ଭରୁ ଅଘଟଣ ଘଟିଛି। ଦୀର୍ଘଦିନର ପ୍ରତୀକ୍ଷା ପରେ ଗୁରୁବାର ଏହି ବ୍ରିଜ୍ ଉଦ୍‌ଘାଟନ ହୋଇଥିବା ବେଳେ ଆରମ୍ଭରୁ ଏମିତି ଘଟଣା ଘଟିଛି। ବ୍ରିଜ୍ ଉଦ୍‌ଘାଟନ ପରେ ଏହା ଉପରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ପ୍ରାଣ ଯାଇଛି।

Advertisment

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏହି ରେଲୱେ ଓଭର୍‌ବ୍ରିଜ୍‌ରେ ଆଲୋକ ସଜ୍ଜା ପାଇଁ ଲାଗିଥିଲା ଲିଚୁ ମାଳ ଓ ଅତ୍ୟାଧୁନିକ ବିଦ୍ୟୁତ୍‌ ଲାଇଟ୍‌। ଉଦ୍‌ଘାଟନ ପରେ ସ୍ଥାନୀୟ ଲୋକେ ନୂଆ ବ୍ରିଜ୍ ଉପରେ ଚଢ଼ି ସେଲ୍ଫି ନେଉଥିଲେ।

ଏହି ସମୟରେ ସ୍ଥାନୀୟ ଅଞ୍ଚଳର ସୀମାଞ୍ଚଳ ପଣ୍ଡା ନାମକ ଜଣେ ବ୍ୟକ୍ତି ଲିଚୁ ଲାଇଟ୍‌ ଲାଗିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟଲ୍ ହସ୍ପିଟାଲକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ସୂଚନା ଅନୁସାରେ, ଆଲୋକ ସଜ୍ଜା ସାଙ୍ଗକୁ ବ୍ରିଜ୍‌ରେ ବେଲୁନ୍ ଟଙ୍ଗା ଯାଇଥିଲା। ମୃତ ବ୍ୟକ୍ତି ଜଣଙ୍କ ନିଜ ଛୁଆଙ୍କ ପାଇଁ ବେଲୁନ୍ ଛିଣ୍ଡାଉଥିବା ବେଳେ ତାଙ୍କୁ  କରେଣ୍ଟ ମାରିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ସୂଚନାଯୋଗ୍ୟ, ବମିଖାଲ ଓ ଜଟଣୀରେ ଓଭରବ୍ରିଜ୍‌ ନିର୍ମାଣ କାମ ନେଇଥିବା ଠିକାସଂସ୍ଥା ପଣ୍ଡା ଇନ୍‌ଫ୍ରା ଏହି ବ୍ରିଜ ନିର୍ମାଣ କରିଛି। ନିର୍ମାଣାଧୀନ ଅବସ୍ଥାରେ ବମିଖାଲରେ ୨ଥର ଅଘଟଣ ଘଟି ୨ ଜଣ ପ୍ରାଣ ହରାଇଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଠିକା ସଂସ୍ଥା ବେନିୟମ୍‌ କାମ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ଜଟଣୀ ଓ ବମିଖାଲ ବ୍ରିଜ୍‌ର ବାକି କାମ ଅଧାରୁ ବନ୍ଦ କରି ଅନ୍ୟ ଠିକା ସଂସ୍ଥାକୁ ହସ୍ତାନ୍ତର କରିବାକୁ ଦାବି ହେଉଥିଲା।

ଘରେ ନ ପଶୁଣୁ ଚାଳ ବାଜିବା ନ୍ୟାୟରେ ଆଜି ଉଦ୍‌ଘାଟନ ପରେ ଅଘଟଣ ହୋଇଥିବାରୁ ଲୋକେ ନାନା ଆଶଙ୍କା କରୁଛନ୍ତି।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଓଭର୍‌ବ୍ରିଜ୍‌ର ଉଦ୍‌ଘାଟନ କରିବା ପୂର୍ବରୁ ପୂର୍ତ୍ତ ବିଭାଗ ପକ୍ଷରୁ ଆଲୋକ ସଜ୍ଜା କରାଯାଇଥିଲା। ତେବେ ବିଦ୍ୟୁତ୍‌ ତାର ଠିକ୍‌ ଭାବେ ଲଗାଯାଇଥିଲା ନା ବିପଦସଙ୍କୁଳ ଅବସ୍ଥାରେ ଥିଲା, ସେ ନେଇ ନାନା ଅଭିଯୋଗ ଉଠିଲାଣି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାରେ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe