Advertisment

ଯେଉଁ ବସ୍‌ରେ ହେଲ୍‌ପର୍‌ ଥିଲେ ସେହି ବସ୍ ନେଲା ଜୀବନ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଦିନେ ଯେଉଁ ବସ୍‌ରେ ହେଲ୍‌ପର ଥିଲେ ଆଜି ସେହି ବସ୍‌ ଧକ୍କାରେ ଚାଲିଗଲା, ତାଙ୍କ ଜୀବନ। ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ସହର ଉପକଣ୍ଠସ୍ଥ ଯୋଗଧାରୀ ନିକଟରେ। ମୃତ ବ୍ୟକ୍ତିଙ୍କ ନାଁ ଦେବେନ୍ଦ୍ର ବରାଳ। ତାଙ୍କ ଘର ପୁରୀ ଜିଲ୍ଲା ଅନ୍ତରଙ୍ଗ ଅଞ୍ଚଳରେ। ଆଜି ସକାଳ ପ୍ରାୟ ୭ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦେବେନ୍ଦ୍ର ରାସ୍ତା ପାର ହେଉଥିବା ବେଳେ ‘ସାଇକ୍ରିଷ୍ଣା’ ନାମକ ଏକ ଘରୋଇ ବସ୍‌ ତାଙ୍କୁ […]

ଅଦ୍ୟତନ ହୋଇଛି
ଯେଉଁ ବସ୍‌ରେ ହେଲ୍‌ପର୍‌ ଥିଲେ ସେହି ବସ୍ ନେଲା ଜୀବନ

bus

Advertisment

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଦିନେ ଯେଉଁ ବସ୍‌ରେ ହେଲ୍‌ପର ଥିଲେ ଆଜି ସେହି ବସ୍‌ ଧକ୍କାରେ ଚାଲିଗଲା, ତାଙ୍କ ଜୀବନ। ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ସହର ଉପକଣ୍ଠସ୍ଥ ଯୋଗଧାରୀ ନିକଟରେ।

Advertisment

ମୃତ ବ୍ୟକ୍ତିଙ୍କ ନାଁ ଦେବେନ୍ଦ୍ର ବରାଳ। ତାଙ୍କ ଘର ପୁରୀ ଜିଲ୍ଲା ଅନ୍ତରଙ୍ଗ ଅଞ୍ଚଳରେ।

ଆଜି ସକାଳ ପ୍ରାୟ ୭ଟା ବେଳେ ଏହି ଦୁର୍ଘଟଣାଘଟିଥିଲା। ଦେବେନ୍ଦ୍ର ରାସ୍ତା ପାର ହେଉଥିବା ବେଳେ ‘ସାଇକ୍ରିଷ୍ଣା’ ନାମକ ଏକ ଘରୋଇ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଦେବେନ୍ଦ୍ରଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଯୋଗଧାରୀ ଛକ ନିକଟରେ ରାସ୍ତାରୋକ କରିଥିଲେ। ଲୋକେ ଜଗତସିଂହପୁର-ବାଲିକୁଦା ମୁଖ୍ୟ ରାସ୍ତାକୁ ପ୍ରାୟ ୧ ଘଣ୍ଟା ଧରି ଅବରୋଧ କରିଥିଲେ।

Advertisment

ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପ୍ରଶାସନ ପକ୍ଷରୁ ୧୨ ହଜାର ଟଙ୍କା ଓ ବସ୍‌ ମାଲିକଙ୍କ ଠାରୁ କ୍ଷତିପୂରଣ ପ୍ରଦାନର ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା।

Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe