Advertisment

ବାଇକ୍ ଚାଳକଙ୍କୁ ପିଟିଲା ମନ୍ତ୍ରୀଙ୍କ ଗାଡ଼ି, ଦୁଇ ଗୁରୁତର

ଜୟପୁର (ଓଡ଼ିଶା ରିପୋର୍ଟର): ବାଇକ୍ ଚାଳକଙ୍କୁ ଧକ୍କା ଦେଇଛି ମନ୍ତ୍ରୀଙ୍କ ଗାଡ଼ି। ଯାହା ଫରେ ବାଇକ୍ ଚାଳକ ଜଣକ ଗୁରୁତର ହୋଇପଡ଼ିଛନ୍ତି। ଆଜି ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡ଼ି ଧକ୍କାରେ ବାଇକ ଚାଳକ ଗୁରୁତର। ବୋରିଗୁମ୍ମା ଥାନା ଅନ୍ତର୍ଗତ ଛତରଲା ନିକଟରେ ଏକ ପଲସର ଗାଡ଼ି ଶହ ମନ୍ତ୍ରୀଙ୍କ ଗାଡି ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କୁ କୌଣସି ଆଘାତ ହୋଇନଥିବାବେଳେ ତାଙ୍କ ଗାଡ଼ି ଚାଳକ ଏବଂ ବାଇକ ଚାଳକ ଗୁରୁତର ଆହତ […]

ବାଇକ୍ ଚାଳକଙ୍କୁ ପିଟିଲା ମନ୍ତ୍ରୀଙ୍କ ଗାଡ଼ି, ଦୁଇ ଗୁରୁତର

accident

Advertisment

ଜୟପୁର (ଓଡ଼ିଶା ରିପୋର୍ଟର): ବାଇକ୍ ଚାଳକଙ୍କୁ ଧକ୍କା ଦେଇଛି ମନ୍ତ୍ରୀଙ୍କ ଗାଡ଼ି। ଯାହା ଫରେ ବାଇକ୍ ଚାଳକ ଜଣକ ଗୁରୁତର ହୋଇପଡ଼ିଛନ୍ତି। ଆଜି ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡ଼ି ଧକ୍କାରେ ବାଇକ ଚାଳକ ଗୁରୁତର।

Advertisment

ବୋରିଗୁମ୍ମା ଥାନା ଅନ୍ତର୍ଗତ ଛତରଲା ନିକଟରେ ଏକ ପଲସର ଗାଡ଼ି ଶହ ମନ୍ତ୍ରୀଙ୍କ ଗାଡି ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କୁ କୌଣସି ଆଘାତ ହୋଇନଥିବାବେଳେ ତାଙ୍କ ଗାଡ଼ି ଚାଳକ ଏବଂ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ବାଇକ ଚାଳକଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ଗୁରୁତର ହେବାରୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ମନ୍ତ୍ରୀ ପଦ୍ମିନୀ ଦିଆନ ମଧ୍ୟ ମେଡିକାଲରେ ପହଞ୍ଚି ଛନ୍ତି। ସେପଟେ ବୋରିଗୁମ୍ମା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe