ଗଜପତି (ଓଡ଼ିଶା ରିପୋର୍ଟର) : ଟଏଲେଟ ବାହାନାରେ ସ୍କାଇଲାଇଟ୍ ଭାଙ୍ଗି ଅଭିଯୁକ୍ତ ଚମ୍ପଟ। ଏହା ଆଉ କେଉଁଠି ନୁହେଁ, ଖୋଦ ପୁଲିସ ଷ୍ଟେସନର ଟଏଲେଟ ଭାଙ୍ଗି ଫେରାର ହୋଇଯାଇଛି ଜଣେ କଏଦୀ। ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନାରେ।
ଗତ ୨୦ ତାରିଖରେ କାନକଟା ଛକରେ ଚଢ଼ଉ କରି ୧୨ କ୍ୱିଣ୍ଟାଲ ଗଂଜେଇ ଜବତ କରି ଚାଲାଣରେ ସମ୍ପୃକ୍ତ ପୁରୀ ବ୍ରହ୍ମଗିରିର ପ୍ରମୋଦ ମଲ୍ଲିକ, ସରତ ଦେ ଓ ଅଡବା ଗୁଣ୍ଡିମା ଗାଁ କରୁଣା ଗମାଙ୍ଗଙ୍କୁ ଗିରଫ କରିଥିଲା।
ତେବେ ସେହି ରାତିରେ ଚାଲାଣର ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ଲାଟିନର ସ୍କାଇଲାଇଟ ଭାଙ୍ଗି ଫେରାର ହୋଇଯାଇଛି। ପୁଲିସ ଅଭିଯୁକ୍ତ ବିରୁଦ୍ଧରେ ଏକ ମାମଲା ରୁଜୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା; ଡଙ୍ଗା ଭସାଇବାକୁ ଜଳାଶୟରେ ଜମିଛି ଭିଡ଼
ଓଡ଼ିଶାର ନୌବାଣିଜ୍ୟିକ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ପୋଖରୀ, ନଦୀ, ସମୁଦ୍ରକୂଳରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।
Sports
ରାଜ୍ୟର ୧୨୯ କ୍ରୀଡ଼ାବିତଙ୍କୁ ଆର୍ଥିକ ପୁରସ୍କାର ଦେଲେ ସରକାର
ଆଜିର ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଯୋଗ ଦେଇ ଏହି ଅର୍ଥ ପୁରସ୍କାର ପ୍ରଦାନ କରିଥିବା ଜଣାପଡ଼ିଛି ।
Miscellaneous
ମନ୍ତ୍ରୀଙ୍କ ପାଇଁ ହାତଖୋଲା, କର୍ମଚାରୀଙ୍କୁ ମନା: ଆଉ ମିଳିବନି ପ୍ରଶିକ୍ଷଣ ଭତ୍ତା
ଆଜି ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରଙ୍କ ସମସ୍ତ ପ୍ରଶିକ୍ଷଣ କେନ୍ଦ୍ରରେ କାର୍ଯ୍ୟରତ ଅଫିସର ଓ କର୍ମଚାରୀଙ୍କୁ ମିଳୁଥିବା ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ଅତିରିକ୍ତ ଭତ୍ତାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି ।
Miscellaneous
ସମ୍ବଲପୁରରେ ବାଣଫୁଟାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣା, ଗୁରୁତର ଆହତଙ୍କ ମୃତ୍ୟୁପରେ କ୍ଷେତରାଜପୁର ଅଞ୍ଚଳରେ ଉତ୍ତେଜନା
ଦୀପାବଳି ପରଦିନ ଅର୍ଥାତ୍ ୧ ତାରିଖ ରାତିରେ ସହରର ମୁଙ୍ଗାପଡ଼ା ଓ ଷ୍ଟେସନପଡ଼ା ମଧ୍ୟରେ ବାଣଫୁଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା।
Miscellaneous
ଜଳଭଣ୍ଡାରରୁ ପାଣି ଲିକ୍, ରବି ଫସଲ ପାଇଁ ଚିନ୍ତାରେ ଚାଷୀ
ପଦ୍ମ ଘୁଞ୍ଚିବା ଭଳି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ବେଳୁ ଘୁଞ୍ଚି ଘୁଞ୍ଚି ଚାଲିଥିବା ତେଲେଙ୍ଗିରି ପ୍ରକଳ୍ପକୁ ୨୦୦୦ ମସିହାରୁ ନିର୍ମାଣ କାମ ଆରମ୍ଭ କରିଥିଲେ ବିଗତ ବିଜେଡି ସରକାର। ତେବେ ଠିକ୍ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ଲୋକାର୍ପଣ କରିଥିଲେ ନବୀନ ପଟ୍ଟନାୟକ।