ପରିସ୍ରା ବାହାନାରେ ଥାନାରୁ ଖସିଗଲା ଅଭିଯୁକ୍ତ

ଗଜପତି (ଓଡ଼ିଶା ରିପୋର୍ଟର) : ଟଏଲେଟ ବାହାନାରେ ସ୍କାଇଲାଇଟ୍ ଭାଙ୍ଗି ଅଭିଯୁକ୍ତ ଚମ୍ପଟ। ଏହା ଆଉ କେଉଁଠି ନୁହେଁ, ଖୋଦ ପୁଲିସ ଷ୍ଟେସନର ଟଏଲେଟ ଭାଙ୍ଗି ଫେରାର ହୋଇଯାଇଛି ଜଣେ କଏଦୀ। ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନାରେ। ଗତ ୨୦ ତାରିଖରେ କାନକଟା ଛକରେ ଚଢ଼ଉ କରି ୧୨ କ୍ୱିଣ୍ଟାଲ ଗଂଜେଇ ଜବତ କରି ଚାଲାଣରେ ସମ୍ପୃକ୍ତ ପୁରୀ ବ୍ରହ୍ମଗିରିର ପ୍ରମୋଦ ମଲ୍ଲିକ, ସରତ ଦେ ଓ  ଅଡବା ଗୁଣ୍ଡିମା ଗାଁ କରୁଣା ଗମାଙ୍ଗଙ୍କୁ […]

pic

Puspanjali Panda
  • Published: Sunday, 23 August 2020
  • , Updated: 23 August 2020, 04:41 PM IST

ଗଜପତି (ଓଡ଼ିଶା ରିପୋର୍ଟର) : ଟଏଲେଟ ବାହାନାରେ ସ୍କାଇଲାଇଟ୍ ଭାଙ୍ଗି ଅଭିଯୁକ୍ତ ଚମ୍ପଟ। ଏହା ଆଉ କେଉଁଠି ନୁହେଁ, ଖୋଦ ପୁଲିସ ଷ୍ଟେସନର ଟଏଲେଟ ଭାଙ୍ଗି ଫେରାର ହୋଇଯାଇଛି ଜଣେ କଏଦୀ। ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନାରେ।

ଗତ ୨୦ ତାରିଖରେ କାନକଟା ଛକରେ ଚଢ଼ଉ କରି ୧୨ କ୍ୱିଣ୍ଟାଲ ଗଂଜେଇ ଜବତ କରି ଚାଲାଣରେ ସମ୍ପୃକ୍ତ ପୁରୀ ବ୍ରହ୍ମଗିରିର ପ୍ରମୋଦ ମଲ୍ଲିକ, ସରତ ଦେ ଓ  ଅଡବା ଗୁଣ୍ଡିମା ଗାଁ କରୁଣା ଗମାଙ୍ଗଙ୍କୁ ଗିରଫ କରିଥିଲା।

ତେବେ ସେହି ରାତିରେ ଚାଲାଣର ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ଲାଟିନର ସ୍କାଇଲାଇଟ ଭାଙ୍ଗି ଫେରାର ହୋଇଯାଇଛି। ପୁଲିସ ଅଭିଯୁକ୍ତ ବିରୁଦ୍ଧରେ ଏକ ମାମଲା ରୁଜୁ ଗିରଫ ପାଇଁ  ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

Related story