Advertisment

ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବ୍ ଗଲା ଅର୍ଚ୍ଚନା ନାଗର ମୋବାଇଲ

ଅର୍ଚ୍ଚନା ନାଗ ହନି ଟ୍ରାପ୍ ମାମଲାରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି। କୋର୍ଟରୁ ସମୟ ମାଗିଥିବା ସତ୍ତ୍ୱେ ହାଜର ହେଲେନି ସାକ୍ଷୀ ଶ୍ରଦ୍ଧାଞ୍ଜଳି।

undefined

Archana Nag

Advertisment

ବହୁ ଚର୍ଚ୍ଚିତ ହନିଟ୍ରାପ୍‌ ଓ ବ୍ଲାକ ମେଲିଂ ମାମଲାର ଅଭିଯୁକ୍ତା ଅର୍ଚ୍ଚନା ନାଗ ଘରୁ ଜବତ ୩ଟି ଇଲେକ୍ଟ୍ରୋନିକ ଡିଭାଇସକୁ CFSLକୁ ହସ୍ତାନ୍ତର କରିଛି ଖଣ୍ଡଗିରି ଥାନା ପୁଲିସ। ରାଜ୍ୟ ଫୋରେନସିକ୍‌ ସାଇନ୍ସ ଲ୍ୟାବରୁ ତଥ୍ୟ ମିଳିପାରିନଥିବାରୁ ସମସ୍ତ ଡିଭାଇସକୁ କେନ୍ଦ୍ରୀୟ ଫୋରେନସିକ ସାଇନ୍ସ ଲ୍ୟାବକୁ ହସ୍ତାନ୍ତର କରିବାକୁ କୋର୍ଟରେ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଗତ ଶୁକ୍ରବାର ଦିନ କୋଲକାତା CFSLକୁ ଅର୍ଚ୍ଚନାଙ୍କ ମୋବାଇଲ ଓ ଜଗବନ୍ଧୁଙ୍କ ଆଇଫୋନକୁ ପୁଲିସ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।

Advertisment

ସେପଟେ ଅର୍ଚ୍ଚନା ନାଗ ହନି ଟ୍ରାପ୍ ମାମଲାରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି। କୋର୍ଟରୁ ସମୟ ମାଗିଥିବା ସତ୍ତ୍ୱେ ହାଜର ହେଲେନି ସାକ୍ଷୀ ଶ୍ରଦ୍ଧାଞ୍ଜଳି। ଏହି ମାମଲାରେ ଭିଡିଓ କନଫରେନ୍ସିଂ ଯୋଗେ ହାଜର ହେଲେ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଓ ସାଥୀ ଖଗେଶ୍ୱର। ଅନ୍ୟପଟେ ଏହି ମାମଲାରେ ଜେଲରେ ଯାଇ ଅଭିଯୁକ୍ତଙ୍କୁ ଜେରା କରିବାକୁ କୋର୍ଟରେ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

Archana Nag Archana The Blackmailer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe