Advertisment

ପୂର୍ବତନ କୁଳପତିଙ୍କୁ ହାଣି ଥିଲା, ଶେଷରେ ବନ୍ଧା ହେଲା

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ପ୍ରବୀଣ ଧରୁଆଙ୍କୁ ଗିରଫ କରିଛି ପୁଲିସ୍‌। ପ୍ରବୀଣର ଘର ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲରେ। ଗତକାଲି ଧ୍ରୁବରାଜ ନାୟକଙ୍କୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପ୍ରବୀଣ। ସୂଚନା ଅନୁସାରେ,  ଗତକାଲି  ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା କୁଅଁରମାଲ ସରଗିଗୁଡ଼ା ଘରେ ପ୍ରଫେସର ଧ୍ରୁବରାଜ ନାୟକ ଘରକୁ ଟାଙ୍ଗିଆ ଧରି ପଶି ଯାଇଥିଲା ଅଭିଯୁକ୍ତ । ସେହି […]

ଅଦ୍ୟତନ ହୋଇଛି
ପୂର୍ବତନ କୁଳପତିଙ୍କୁ ହାଣି ଥିଲା, ଶେଷରେ ବନ୍ଧା ହେଲା

arrest

Advertisment

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ପ୍ରବୀଣ ଧରୁଆଙ୍କୁ ଗିରଫ କରିଛି ପୁଲିସ୍‌।

Advertisment

ପ୍ରବୀଣର ଘର ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲରେ। ଗତକାଲି ଧ୍ରୁବରାଜ ନାୟକଙ୍କୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପ୍ରବୀଣ।

ସୂଚନା ଅନୁସାରେ,  ଗତକାଲି  ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା କୁଅଁରମାଲ ସରଗିଗୁଡ଼ା ଘରେ ପ୍ରଫେସର ଧ୍ରୁବରାଜ ନାୟକ ଘରକୁ ଟାଙ୍ଗିଆ ଧରି ପଶି ଯାଇଥିଲା ଅଭିଯୁକ୍ତ । ସେହି ସମୟରେ ଘରେ ଥିବା ପ୍ରଫେସର ନାୟକଙ୍କ ବୋହୂ ଓ ଝିଅଙ୍କୁ ସେ ୧୦୦ ଟଙ୍କା ମାଗିଥିଲା। ତେବେ ଟଙ୍କା ନାହିଁ ପରେ ଆସିବୁ ବୋଲି ସେମାନେ ତାକୁ କହିଥିଲେ।  ଏହା ଭିତରେ ପ୍ରଫେସର ନାୟକ ସେଠାରେ  ପହଞ୍ଚି  ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ଅଭିଯୁକ୍ତକୁ ପଚାରି ଥିଲେ। ଏହା ସହିତ ତାକୁ ପ୍ରଥମେ ଘରୁ ବାହାରିବାକୁ କହିଥିଲେ। ଏହା ପରେ ଉତ୍ତ୍ୟକ୍ତ ପ୍ରବୀଣ ତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା।

Advertisment

ଗୁରୁତର ଅବସ୍ଥାରେ ପ୍ରଫେସର ନାୟକଙ୍କୁ ଝାରସୁଗୁଡ଼ାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ପ୍ରବୀଣକୁ ଲଇକେରା ଥାନା ପୁଲିସ୍ ଗତକାଲି ହିଁ ଧରିଥିଲା। ତେବେ ତାକୁ ଥାନାରେ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଥିବା ବେଳେ ଶେଷରେ ଗିରଫ କରିଛି।

Murder Ex-chancellor Murdered
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe