Advertisment

ଥାନାରେ ହାତ, ବେକ କାଟି ପକାଇଲା ଅଭିଯୁକ୍ତ

ପୁରୀ(ଓଡ଼ିଶା ରିପୋର୍ଟର): ହାଜତ ଭିତରେ ଅଭାବନୀୟ ଘଟଣା ଘଟିଛି। ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ। ନିଜ ହାତ ଓ ବେକ କାଟି ଦେଲା ଅଭିଯୁକ୍ତ। ପୁରୀ ତାଳବଣିଆ ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏକ ଡକାୟତି ମାମଲାରେ ରବିବାର ରାତିରେ ବାଲିଗୁଆଳୀ ଅଞ୍ଚଳର କାବୁ ପ୍ରଧାନଙ୍କ ସମେତ ୫ ଜଣଙ୍କ ପୁଲିସ ଗିରଫ କରିଥିଲା। ଗିରଫ ପରେ ସମସ୍ତଙ୍କୁ ପୁଲିସ ଥାନାକୁ ଆଣିଥିଲା। ଏହି ସମୟରେ କାବୁ ନିଜର ହାତ ଓ ବେକ କାଟି ଦେଇଥିଲା। […]

author-image
Manoranjan Sial
ଥାନାରେ ହାତ, ବେକ କାଟି ପକାଇଲା ଅଭିଯୁକ୍ତ

crime

ପୁରୀ(ଓଡ଼ିଶା ରିପୋର୍ଟର): ହାଜତ ଭିତରେ ଅଭାବନୀୟ ଘଟଣା ଘଟିଛି। ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ। ନିଜ ହାତ ଓ ବେକ କାଟି ଦେଲା ଅଭିଯୁକ୍ତ। ପୁରୀ ତାଳବଣିଆ ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା।

Advertisment

ଏକ ଡକାୟତି ମାମଲାରେ ରବିବାର ରାତିରେ ବାଲିଗୁଆଳୀ ଅଞ୍ଚଳର କାବୁ ପ୍ରଧାନଙ୍କ ସମେତ ୫ ଜଣଙ୍କ ପୁଲିସ ଗିରଫ କରିଥିଲା। ଗିରଫ ପରେ ସମସ୍ତଙ୍କୁ ପୁଲିସ ଥାନାକୁ ଆଣିଥିଲା। ଏହି ସମୟରେ କାବୁ ନିଜର ହାତ ଓ ବେକ କାଟି ଦେଇଥିଲା। ପୁଲିସ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।

କାବୁ ପ୍ରଧାନ ସୁସ୍ଥ ହେବା ପରେ ତା’ ବିରୋଧରେ ଏକ ମାମଲା ରୁଜୁ କରିଛି ପୁଲିସ। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆତ୍ମହତ୍ୟା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏନେଇ ପୁଲିସ କିଛି କହିନାହିଁ।

Advertisment

ପୂର୍ବରୁ ଅର୍ଥାତ ନଭେମ୍ବର ୧୮ ତାରିଖରେ ପୁରୀ ଜିଲ୍ଲା ବାସେଳି ସାହି ଥାନା ପୁଲିସ୍‌ ହେପାଜତରେ ଥିବା କେ. ରମେଶ ନାମକ ଯୁବକଙ୍କ ମୃତ୍ୟୁକୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଯେଉଁଥିପାଇଁ ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ସେଠାରୁ ବିଦା ହେବାକୁ ପଡ଼ିଥିଲା। ସେଥିପାଇଁ ବିଭିନ୍ନ ମହଲରୁ ପୁଲିସକୁ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଥିଲା।