Advertisment

ଗତକାଲି ପୁଲିସ୍‌ ଗିରଫ କରିଥିଲା, ଆଜି ଥାନା ହାଜତରୁ ଚମ୍ପଟ ମାରିଲା

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ହାଜତରୁ ଜଣେ ଅଭିଯୁକ୍ତ ଫେରାର୍‌ ହୋଇଯାଇଛି। ତା ନାଁ ହେମଧର ହରିଜନ। ମିଳିଥିବା ଖବର ଅନୁସାରେ, ଗତକାଲି ଡାବୁଗାଁ ଥାନା ଅଞ୍ଚଳରେ ତିନି ଜଣ ଯୁବକ ନିଜକୁ ପୁଲିସ୍‌ର ପରିଚୟ ଦେଇ ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକଠାରୁ ବେନିୟମ ଭାବେ ଟଙ୍କା ଆଦାୟ କରୁଥିଲେ। ଏନେଇ ପୁଲିସ୍‌ ଖବର ପାଇ ୩ ଜଣ ଯୁବକଙ୍କୁ ଗିରଫ କରି  ଥାନାକୁ ଆଣିଥିଲା। ସେମାନେ ହେଲେ  ପ୍ରମୋଦ ସିଂ କନୱାର, […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଗତକାଲି ପୁଲିସ୍‌ ଗିରଫ କରିଥିଲା, ଆଜି ଥାନା ହାଜତରୁ ଚମ୍ପଟ ମାରିଲା

arrest

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ହାଜତରୁ ଜଣେ ଅଭିଯୁକ୍ତ ଫେରାର୍‌ ହୋଇଯାଇଛି। ତା ନାଁ ହେମଧର ହରିଜନ।

Advertisment

ମିଳିଥିବା ଖବର ଅନୁସାରେ, ଗତକାଲି ଡାବୁଗାଁ ଥାନା ଅଞ୍ଚଳରେ ତିନି ଜଣ ଯୁବକ ନିଜକୁ ପୁଲିସ୍‌ର ପରିଚୟ ଦେଇ ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକଠାରୁ ବେନିୟମ ଭାବେ ଟଙ୍କା ଆଦାୟ କରୁଥିଲେ। ଏନେଇ ପୁଲିସ୍‌ ଖବର ପାଇ ୩ ଜଣ ଯୁବକଙ୍କୁ ଗିରଫ କରି  ଥାନାକୁ ଆଣିଥିଲା। ସେମାନେ ହେଲେ  ପ୍ରମୋଦ ସିଂ କନୱାର, ଜଲାଟିଓ ଚିଷ୍ଟିଆନ ଓ ହେମଧର ହରିଜନ। ସେମାନଙ୍କ ମଧ୍ୟରୁ ଜଲାଟିଓ ଚିଷ୍ଟିଆନ ଓ ହେମଧରଙ୍କ ଘର ନବରଙ୍ଗପୁର ଜିଲ୍ଲାରେ। ଆଉ ପ୍ରମୋଦ ସିଂ କନଓ୍ବାରଙ୍କ ଘର ଜଗଦଲପୁରରେ। ସେ ଛତିଶଗଡ଼ ଜଗଦଲପୁର ଅଞ୍ଚଳରେ ଜଣେ ପୁଲିସ କନେଷ୍ଟବଲ ଅଛନ୍ତି। ସେ କିଛି ଦିନ ହେଲା ଛୁଟିରେ ଥିବା ଜଣାପଡ଼ିଛି । ହେଲେ ସେ ପୁଲିସ୍‌ ପୋଷାକ ପିନ୍ଧି ଗାଡ଼ିମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। 

ଆଜି ସକାଳୁ ପୁଲିସ ହାଜତରୁ ହେମଧର କୌଶଳ କ୍ରମେ ଫେରାର ହୋଇଯାଇଥିବା ନେଇ ଡାବୁଗାଁ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ଖବର ପାଇ ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ ଡାବୁଗାଁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।  ଏଥିସହ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ପୁଲିସ୍‌ ଟିମ୍ ପଠାଯାଇଥିବା ଜଣାପଡିଛି ।

Advertisment