Advertisment

Arrest: ଅଭିଯୁକ୍ତ ଗିରଫ, ପୁଲିସ ଗୁଳିରେ ଆହତ

୧୧ ଦିନର ତନାଘନା ତଦନ୍ତ ପରେ ପୁଲିସ ପଞ୍ଝାରେ ପଡ଼ିଛି ଅଞ୍ଜଳି କିନ୍ନର ହତ୍ୟାକାଣ୍ଡର ଅଭିଯୁକ୍ତ। ତା’ ନାଁ କ୍ରିଷ୍ଣା କାଣ୍ଡି। ତା’ ଘର କୋଣାର୍କ ଅଂଚଳରେ। କ୍ରିଷ୍ଣା ଜଣେ ହାଇୱେ ଲୁଟେରା ହୋଇଥିବା ସୂଚନା ମିଳିଛି।

author-image
OR Desk
Krishna

୧୧ ଦିନର ତନାଘନା ତଦନ୍ତ ପରେ ପୁଲିସ ପଞ୍ଝାରେ ପଡ଼ିଛି ଅଞ୍ଜଳି କିନ୍ନର ହତ୍ୟାକାଣ୍ଡର ଅଭିଯୁକ୍ତ। ତା’ ନାଁ କ୍ରିଷ୍ଣା କାଣ୍ଡି। ତା’ ଘର କୋଣାର୍କ ଅଂଚଳରେ। କ୍ରିଷ୍ଣା ଜଣେ ହାଇୱେ ଲୁଟେରା ହୋଇଥିବା ସୂଚନା ମିଳିଛି। 

Advertisment

ବୁଧବାର (ଗତକାଲି) ରାତି ପ୍ରାୟ ୮ଟାରେ କ୍ରିଷ୍ଣା କୋଣାର୍କରୁ ପୁରୀ ଯାଉଥିବା ପୁଲିସକୁ ଖବର ମିଳିଥିଲା। ଏହା ପରେ ତାକୁ ଧରିବାକୁ ଜାଲ ବିଛାଇଥିଲା ପୁଲିସ। ପିପିଲି ଓଭରବ୍ରିଜ୍ ନିକଟରେ ନାକା କରି ପୁଲିସ ଜଗି ବସିଥିଲା। ପୁଲିସକୁ ଦେଖି କ୍ରିଷ୍ଣା ଗାଡ଼ି ଅଟକାଇଥିଲେ ବି ହଠାତ୍ ଅଣ୍ଟାରୁ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲା। ପାଲଟା ଗୁଳି ଚଲାଇଥିଲା ପୁଲିସ। ପରେ ତାକୁ କାବୁ କରାଯାଇଥିଲା। କ୍ରିଷ୍ଣାର ବାମ ଗୋଡରେ ଗୁଳି ବାଜିଛି। ପ୍ରଥମେ ତାକୁ ପିପିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ସ୍ଥାନାନ୍ତର କରାଯାଇଥିଲା।

କ’ଣ ଥିଲା ଘଟଣା 
 
ଫେବ୍ରୁଆରୀ ୧ ତାରିଖ। ସମୟ ରାତି ସାଢ଼େ ୮ଟାରୁ ୯ଟା ହେବ। ରାଜଧାନୀ ଉପକଣ୍ଠ ଉତ୍ତରା ଛକ SIFA ନିକଟ ରାସ୍ତା କଡ଼ରେ କିନ୍ନର ଅଞ୍ଜଳିଙ୍କୁ କରାଯାଇଥିଲା ହତ୍ୟା। ଅଞ୍ଜଳିଙ୍କ ପେଟରେ ଛୁରୀ ଭୁଷା ହୋଇଥିଲା। ଶରୀରର ଏକାଧିକ ସ୍ଥାନରେ ଥିଲା କ୍ଷତ ଚିହ୍ନ। ଅଞ୍ଜଳିଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ। କାହିଁକି ହତ୍ୟା କରାଗଲା କିନ୍ନର ଅଞ୍ଜଳିଙ୍କୁ ? ଲୁଟପାଟ ପାଇଁ ନା କିନ୍ନର ସଂଘ ମଧ୍ୟରେ ଫାଟ ପାଇଁ ? ଥିଲା କି କୌଣସି ପାରିବାରିକ ବିବାଦ ? ଏଭଳି ନାନା ପ୍ରଶ୍ନ ଭିତରେ ସାଇଣ୍ଟିଫିକଟିମ୍ ଏବଂ ସନ୍ଧାନୀ କୁକୁର ସହ ହତ୍ୟାକାଣ୍ଡ ସ୍ଥଳକୁ ଯାଇ ତଦନ୍ତ କରିଥିଲା ପୁଲିସ।

Advertisment

ତଦନ୍ତରେ ଜଣାପଡ଼ିଥିଲା ଯେ, ସାଲେପୁରର ଦିନେଶ ଓରଫ୍ ଅଞ୍ଜଳି କିନ୍ନର କିଛି ଦିନ ତଳେ ଭୁବନେଶ୍ବର ଆସିଥିଲେ।ସେ ଏକ ସ୍କୁଲରେ ଯୋଗ ଶିକ୍ଷକ ମଧ୍ୟ ଥିଲେ। ପରିବାର ଲୋକେ ପୁଅ କିନ୍ନର ହୋଇଥିବା ଜାଣିନଥିବା ବେଳେ କିନ୍ନର ସଂଘ ମଧ୍ୟ କହିଥିଲା ଯେ ସେ କିନ୍ନର ପରମ୍ପରାରେ ନଥିଲେ। ତଥାପି ଅଞ୍ଜଳି ହତ୍ୟାକାରୀଙ୍କୁ ଧରିବାକୁ ଆନ୍ଦୋଳନ କରିଥିଲା କିନ୍ନର ସଂଘ। ଏବେ ଧରାପଡ଼ିଛି ଅଭିଯୁକ୍ତ। ତେବେ ସେ କାହିଁକି ଅଞ୍ଜଳିଙ୍କୁ ହତ୍ୟା କରିଥିଲା ତାହା ପୁଲିସର ତଦନ୍ତରେ ଆଗକୁ ସ୍ପଷ୍ଟ ହେବ।