Advertisment

ଏବେ ଡିଏଫଓଙ୍କ ପାଳି

ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର) ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍ଓଙ୍କୁ ପଚରାଉଚରା କରାଯିବ କହିଛନ୍ତି ଗଜପତି ଏସପି । ଏତଲାରେ DFOଙ୍କ ନାଁ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ସେ ସୂଚନା ଦେଇଛି । ଠିକ ସମୟରେ ଡିଏଫ୍ଓଙ୍କୁ ପଚରାଉଚରା କରାଯିବ ବୋଲି ସେ କହିଛନ୍ତି । କ୍ରାଇମବ୍ରାଞ୍ଚ ଟିମରେ ସାଇବର ଏକ୍ସପର୍ଟ ଅଛନ୍ତି।  ତଦନ୍ତରେ ଆମକୁ ସହଯୋଗ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଆସିଛନ୍ତି ।  ମୋବାଇଲ କଲ ଡିଟେଲ୍ସ ଆଦି […]

ଅଦ୍ୟତନ ହୋଇଛି
ଏବେ ଡିଏଫଓଙ୍କ ପାଳି

780-1

Advertisment

ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର) ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍ଓଙ୍କୁ ପଚରାଉଚରା କରାଯିବ କହିଛନ୍ତି ଗଜପତି ଏସପି । ଏତଲାରେ DFOଙ୍କ ନାଁ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ସେ ସୂଚନା ଦେଇଛି । ଠିକ ସମୟରେ ଡିଏଫ୍ଓଙ୍କୁ ପଚରାଉଚରା କରାଯିବ ବୋଲି ସେ କହିଛନ୍ତି । କ୍ରାଇମବ୍ରାଞ୍ଚ ଟିମରେ ସାଇବର ଏକ୍ସପର୍ଟ ଅଛନ୍ତି।  ତଦନ୍ତରେ ଆମକୁ ସହଯୋଗ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଆସିଛନ୍ତି ।  ମୋବାଇଲ କଲ ଡିଟେଲ୍ସ ଆଦି ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ ।  ତଦନ୍ତ ଠିକ ଭାବେ ଚାଲିଛି ବୋଲି କହିଛନ୍ତି ଗଜପତି ଏସପି ।  ମୃତକଙ୍କ ଡାଇଂ ଡିକ୍ଲାରେସନ ରେକର୍ଡ ହୋଇଛି, ଭିଡିଓଗ୍ରାଫି ହୋଇଛି।  ତେବେ ପୋଷ୍ଟମର୍ଟମ ରିପୋର୍ଟ ଏଯାଏ ମିଳିପାରିନି।  ଏହା ଏକ ଜଟିଳ ମାମଲା, ସବୁ ଦିଗକୁ ନେଇ ଆମେ ତଦନ୍ତ କରୁଛୁ ବୋଲି କହିଛନ୍ତି ଏସପି।   ସେହିଭଳି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ ପଚରାଉଚରା କରାଯିବ।  କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସ ଅଟକା ଯାଇଥିଲା ସେ ନେଇ ପଚରାଯିବ ।  କେଉଁ ପରିସ୍ଥିତିରେ ଓ କଣ ପାଇଁ ସେଠାକୁ ଆସିଥିଲେ   ଓ ଆସିବାକୁ ବିଭାଗୀୟ ନିର୍ଦ୍ଦେଶ ନଥିଲା ବୋଲି ସ୍ପଷ୍ଟ କରିଛନ୍ତି ଏସ୍ପି  । ତେବେ ଘଟଣା ସଂପର୍କରେ କିଛି କହିବାକୁ ମନା କରିଦେଇଛନ୍ତି ମମତା ପଣ୍ଡା।

Advertisment

ସୂଚନା ଅନୁଯାୟୀ, ମୃତ୍ୟୁ ପୂର୍ବରୁ ଫୋନ୍‌ରେ ସୌମ୍ୟ କହିବା ଅନୁଯାୟୀ, ତାଙ୍କ ବାପା ଅଭିରାମ ଅଭିରାମ ମହାପାତ୍ର ଅଭିଯୋଗ ଆଣିଥିଲେ। ଅଭିରାମ ଏଫ୍‌ଆଇଆର୍‌ରେ ଦର୍ଶାଇଥିଲେ ଯେ,ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀଙ୍କ ସହିତ ଡିଏଫ୍‌ଓ ରଖିଥିଲେ ଅନୈତିକ ସମ୍ପର୍କ। ଏ ସବୁ କାର୍ଯ୍ୟରେ ରୋଷେୟା ସହଯୋଗ କରନ୍ତି। ବିଭିନ୍ନ ଆଳ ଦେଖାଇ ସୌମ୍ୟଙ୍କୁ ରାତି ଡ୍ୟୁଟି ଦିଆଯାଏ। ସ୍ତ୍ରୀ ତାଙ୍କୁ ଶାରୀରିକ ନିର୍ଯାତନା ଦିଅନ୍ତି ବୋଲି ସୌମ୍ୟ କହିଥିବା ତାଙ୍କ ବାପା ଏଫ୍‌ଆଇଆର୍‌ରେ ଲେଖିଥିଲେ।

ତେବେ ସୌମ୍ୟଙ୍କ ବାପାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା। ସେ କହିଛନ୍ତି, ଅଭିଯୋଗର କୌଣସି ସତ୍ୟତା ନାହିଁ। ପୁଲିସକୁ ସଂପୂର୍ଣ୍ଣ ସହଯୋଗ କରିବି। ଆଇନ ଉପରେ ପୂର୍ଣ୍ଣ ଭରସା ଅଛି। ଅଭିଯୋଗ ଯିଏ କରିଛନ୍ତି ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ସୌମ୍ୟଙ୍କ ପତ୍ନୀଙ୍କ ସହ ଟେଲିଫୋନରେ କେବେ ବି ମୁଁ କଥା ହୋଇନି। ମୁଁ ତାଙ୍କ ଘରକୁ କେବେ ଯାଇନି କି ଖାଇନି କହିଥିଲେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସେହିପରି ଶୂଶୁରଙ୍କ ଅଭିଯୋଗକୁ ବୋହୂ ବିଦ୍ୟାଭାରତୀ ମଧ୍ୟ ଖଣ୍ଡନ କରିଥିଲେ।

Advertisment
ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe