Advertisment

ଡିଏଫଓ ଅବିବାହିତ, ଘର ପାଖରେ ଘର

ପାରଳାଖେମୁଣ୍ଡି/ଉଦଳା( ଆଦର୍ଶ ଦାସ): ପାରଳାଖେମୁଣ୍ଡିରେ ଯୁବ ଓଏଫ୍‌ଏସ୍‌ ଅଫିସର ତଥା ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଦିନକୁ ଦିନ ଖୋଲୁଛି ନୂଆ ନୂଆ ଗୁମର। ତଦନ୍ତ ଯେତେ ଆଗଉଛି ସେତିକି ସେତିକି ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ନିଆଁରେ ପୋଡ଼ି ହୋଇ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ପରିବାର ଲୋକେ ଗ୍ରହଣ କରିପାରି ନଥିବା ବେଳେ ଏହା ଏକ ଯୋଜନାବଦ୍ଧ ମର୍ଡର୍ ବୋଲି ଅଭିଯୋଗ ଆଣିଛନ୍ତି। ସେହିପରି ବୋହୂ ବିଦ୍ୟାଭାରତୀ […]

ଅଦ୍ୟତନ ହୋଇଛି
ଡିଏଫଓ ଏବଂ ଓଆଇସିଙ୍କୁ ଆଜି ହୋଇପାରେ ଜେରା

780

Advertisment

ପାରଳାଖେମୁଣ୍ଡି/ଉଦଳା( ଆଦର୍ଶ ଦାସ): ପାରଳାଖେମୁଣ୍ଡିରେ ଯୁବ ଓଏଫ୍‌ଏସ୍‌ ଅଫିସର ତଥା ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଦିନକୁ ଦିନ ଖୋଲୁଛି ନୂଆ ନୂଆ ଗୁମର। ତଦନ୍ତ ଯେତେ ଆଗଉଛି ସେତିକି ସେତିକି ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ନିଆଁରେ ପୋଡ଼ି ହୋଇ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ପରିବାର ଲୋକେ ଗ୍ରହଣ କରିପାରି ନଥିବା ବେଳେ ଏହା ଏକ ଯୋଜନାବଦ୍ଧ ମର୍ଡର୍ ବୋଲି ଅଭିଯୋଗ ଆଣିଛନ୍ତି। ସେହିପରି ବୋହୂ ବିଦ୍ୟାଭାରତୀ ଓ ଡିଏଫଓଙ୍କ ମଧ୍ୟରେ ସନ୍ଦେହଜନକ ସମ୍ପର୍କକୁ ନେଇ ଅଙ୍ଗୁଳି ଉଠାଇଥିଲେ।
ତେବେ ଇତି ମଧ୍ୟରେ ସ୍ୱାମୀ ସୌମ୍ୟରଞ୍ଜନ ମହାପାତ୍ର ଓ ସ୍ତ୍ରୀ ବିଦ୍ୟାଭାରତୀଙ୍କ ମଧ୍ୟରେ ହୋଇଥିବା କିଛି ତିକ୍ତତା ସାମ୍ନାକୁ ଆସିଛି। ଆଜି ପାରଳାଖେମୁଣ୍ଡି ପୁଲିସ ବିଦ୍ୟାଭାରତୀଙ୍କ ବାପଘର ଉଦଳାକୁ ଯାଇ ତଦନ୍ତ ଆରମ୍ଭ କରିଛି। ପାରଳା ଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍‌ ବିଦ୍ୟାଭାରତୀଙ୍କୁ ଯାଇ ପଚରାଉଚରା କରିଛି। ତେବେ ଏହି ତଦନ୍ତ ବେଳେ ସାମ୍ବାଦିକମାନେ ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ପ୍ରତିକ୍ରିୟା ନେବାକୁ ଯାଇ କିଛି ପ୍ରଶ୍ନର ଉତ୍ତର ଚାହିଁଥିଲେ।

Advertisment

ସାମ୍ବାଦିକଙ୍କ  ପ୍ରଶ୍ନ 

୧- ନିଆଁ କେଉଁ ଜାଗାରେ ଲାଗିଥିଲା?

ଉତ୍ତର: ତଦନ୍ତ ଚାଲିଛି।

୨- ଆପଣ ଡିଏଫଓ କ୍ୱାର୍ଟର୍ ଭିଜିଟ୍ କରିଛନ୍ତି କି?

ଉତ୍ତର: ନା-ଷ୍ଟେପୱାଇଜ୍ ତଦନ୍ତ ଚାଲିଛି।

୩- ଡିଏଫଓ କ୍ୱାର୍ଟର-ସୌମ୍ୟଙ୍କ କ୍ୱାର୍ଟର ମଧ୍ୟରେ କେତେ ଦୂରତା?

ଉତ୍ତର: ଦୁଇ କ୍ୱାର୍ଟର ମଧ୍ୟରେ ପାଚେରୀ ରହିଛି।

୪- ମମତା ପଣ୍ଡା ଯିଏ ଆଇଆଇସି, ସେ କୁଆଡ଼େ ଆମ୍ବୁଲାନ୍ସକୁ ଅଟକାଇଥିଲେ। ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲାଣି କି ?

ଉତ୍ତର:ତଦନ୍ତ ଚାଲିଛି।

୫- ଡିଏଫଓ କ୍ୱାର୍ଟରରେ କିଏ କିଏ ରୁହନ୍ତି? ସେ ମ୍ୟାରେଡ୍ ନା ଅନ୍‌ ମ୍ୟାରେଡ?

ଉତ୍ତର:ତଦନ୍ତ କରାଯିବ।

୬- ବର୍ତ୍ତମାନ ସୁଦ୍ଧା ଡିଏଫଓଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ?

ଉତ୍ତର: ଷ୍ଟେପୱାଇଜ୍ ତଦନ୍ତ ଚାଲିଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ଡିଏଫଓ ଅବିବାହିତ ଅଛନ୍ତି। ମୃତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ରହୁଥିବା କ୍ୱାର୍ଟରକୁ ଲାଗିକି ଡିଏଫଓ କ୍ୱାର୍ଟର ରହିଛି। ଏହି ଦୁଇ କ୍ୱାର୍ଟର ମଧ୍ୟରେ ମଝିରେ ପାଚେରୀ ରହିଛ।

Advertisment

[caption id="attachment_660090" align="alignnone" width="650"]publive-image ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ଆଇଆଇସି।[/caption]

ଡିଏଫଓଙ୍କ ବିରୋଧରେ କଣ ଅଭିଯୋଗ ଆସିଥିଲା ?

ମୃତ୍ୟୁ ପୂର୍ବରୁ ଫୋନ୍‌ରେ ସୌମ୍ୟ କହିବା ଅନୁଯାୟୀ, ତାଙ୍କ ବାପା ଅଭିରାମ ଅଭିରାମ ମହାପାତ୍ର ଅଭିଯୋଗ ଆଣିଥିଲେ। ଅଭିରାମ ଏଫ୍‌ଆଇଆର୍‌ରେ ଦର୍ଶାଇଥିଲେ ଯେ,ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀଙ୍କ ସହିତ ଡିଏଫ୍‌ଓ ରଖିଥିଲେ ଅନୈତିକ ସମ୍ପର୍କ। ଏ ସବୁ କାର୍ଯ୍ୟରେ ରୋଷେୟା ସହଯୋଗ କରନ୍ତି। ବିଭିନ୍ନ ଆଳ ଦେଖାଇ ସୌମ୍ୟଙ୍କୁ ରାତି ଡ୍ୟୁଟି ଦିଆଯାଏ। ସ୍ତ୍ରୀ ତାଙ୍କୁ ଶାରୀରିକ ନିର୍ଯାତନା ଦିଅନ୍ତି ବୋଲି ସୌମ୍ୟ କହିଥିବା ତାଙ୍କ ବାପା ଏଫ୍‌ଆଇଆର୍‌ରେ ଲେଖିଛନ୍ତି।

ଅଭିଯୋଗକୁ ଖଣ୍ଡନ

ସୌମ୍ୟଙ୍କ ବାପାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା। ସେ କହିଛନ୍ତି, ଅଭିଯୋଗର କୌଣସି ସତ୍ୟତା ନାହିଁ। ପୁଲିସକୁ ସଂପୂର୍ଣ୍ଣ ସହଯୋଗ କରିବି। ଆଇନ ଉପରେ ପୂର୍ଣ୍ଣ ଭରସା ଅଛି। ଅଭିଯୋଗ ଯିଏ କରିଛନ୍ତି ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ସୌମ୍ୟଙ୍କ ପତ୍ନୀଙ୍କ ସହ ଟେଲିଫୋନରେ କେବେ ବି ମୁଁ କଥା ହୋଇନି। ମୁଁ ତାଙ୍କ ଘରକୁ କେବେ ଯାଇନି କି ଖାଇନି କହିଥିଲେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସେହିପରି ଶୂଶୁରଙ୍କ ଅଭିଯୋଗକୁ ବୋହୂ ବିଦ୍ୟାଭାରତୀ ମଧ୍ୟ ଖଣ୍ଡନ କରିଥିଲେ।

ସୌମ୍ୟଙ୍କ ମା ଆଣିଥିବା ଅଭିଯୋଗ

ବୋହୂ ମୋ ପୁଅକୁ ନୁହେଁ, ବରଂ ଡିଏଫଓଙ୍କୁ ଭଲ ପାଉଥିଲା। ମୋ ପୁଅ ମରିବା ଆଗରୁ ବୋହୂ କାରସାଦି କରି ସବୁ ଜିନିଷ ହାତେଇ ନେଇଛି। ମୋ ପୁଅ ମଲେ ବୋହୂ ସବୁ ଜିନିଷ ନେବ ବୋଲି ଏଗ୍ରିମେଣ୍ଟ ବି ହୋଇଛି। ଯଦି ବୋହୂ ମୋ ପୁଅକୁ ମାରିନି, ତା ହେଲେ ଏଗ୍ରିମେଣ୍ଟ କ’ଣ ପାଇଁ କରିଥିଲା। ମୋ ପୁଅର ଟ୍ରାନ୍ସଫର ହୋଇ ଯାଇଥିବା ଜାଣିବା ପରେ ବୋହୂ ଘରୁ ସବୁ ଜିନିଷ ନେଇ ଯାଇଛି। ଉଭୟ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ସତ, କିନ୍ତୁ ସେମାନଙ୍କ ମଧ୍ୟରେ ନ ଥିଲା ସ୍ୱାମୀସ୍ତ୍ରୀର ସମ୍ପର୍କ। ବର୍ଷେ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରହିବ ନାହିଁ ବୋଲି ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା।’

ଲେଟର ପ୍ୟାଡ୍

ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ସୌମ୍ୟଙ୍କ ସରକାରୀ ଆବାସରେ ଯାଞ୍ଚ ବେଳେ ଏକ ଲେଟର ପ୍ୟାଡ୍ ମିଳିଥିଲା। ସେଥିରେ ଲେଖା ଯାଇଥିଲା ଯେ, ବାହା ହୋଇ ଭୁଲ୍‌ ହୋଇଗଲା… ଯାହା ଭୁଲ୍‌ ହୋଇଛି କ୍ଷମା କରିଦିଅ… ମୁଁ କେରେକ୍ଟର ଲେସ୍‌ ନୁହେଁ, ତୁମେ କେରେକ୍ଟର ଲେସ୍‌।

ରହସ୍ୟଜନକ ମୃତ୍ୟୁ

ଗତବର୍ଷ ସୌମ୍ୟରଞ୍ଜନ ଏଠାରେ ଏସିଏଫ୍‌ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଗତ ଡିସେମ୍ବର ମାସରେ ତାଙ୍କର ବାହାଘର ହୋଇଥିଲା। ଗତ ୧୨ ତାରିଖ ରାତିରେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖରେ କଟକରେ ଏକ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe