କେହି ଜାଣିପାରିଲେନି , ହଠାତ୍ ସନ୍ଧ୍ୟାରେ ‌ଆସିଲା ସିକ୍ରେଟ୍

ପାରଳାଖେମୁଣ୍ଡି/ସୋର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି  ACF ସୌମ୍ୟରଞ୍ଜନ ମୃତ୍ୟୁମାମଲାରେ ପୁଣି ମୋଡ଼। ମୃତ୍ୟୁର ୬୫ ଦିନ ପରେ ଆଜି ଅଭିଯୁକ୍ତ ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହାରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ କରାଇଛି । କ୍ରାଇମ୍‌ବ୍ରାଞ୍ଚ ପ୍ରାୟ ୩ ଘଣ୍ଟା ଧରି ଉଭୟଙ୍କର ମିଛ ଧରା ପରୀକ୍ଷା ହୋଇଛି । ଏହାପରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ମଧ୍ୟ ଲାଇଡିଟେକ୍ସନ୍ ଟେଷ୍ଟ ହୋଇପାରେ ବୋଲି ସୂଚନା ମିଳିଛି । ହେଲେ ସୌମ୍ୟରଞ୍ଜନଙ୍କ ପରିବାର କିନ୍ତୁ […]

DFO and Bidya

DFO and Bidya

Tapas Behera
  • Published: Saturday, 18 September 2021
  • Updated: 18 September 2021, 09:06 PM IST

Sports

Latest News

ପାରଳାଖେମୁଣ୍ଡି/ସୋର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି  ACF ସୌମ୍ୟରଞ୍ଜନ ମୃତ୍ୟୁମାମଲାରେ ପୁଣି ମୋଡ଼। ମୃତ୍ୟୁର ୬୫ ଦିନ ପରେ ଆଜି ଅଭିଯୁକ୍ତ ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହାରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ କରାଇଛି । କ୍ରାଇମ୍‌ବ୍ରାଞ୍ଚ ପ୍ରାୟ ୩ ଘଣ୍ଟା ଧରି ଉଭୟଙ୍କର ମିଛ ଧରା ପରୀକ୍ଷା ହୋଇଛି । ଏହାପରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ମଧ୍ୟ ଲାଇଡିଟେକ୍ସନ୍ ଟେଷ୍ଟ ହୋଇପାରେ ବୋଲି ସୂଚନା ମିଳିଛି । ହେଲେ ସୌମ୍ୟରଞ୍ଜନଙ୍କ ପରିବାର କିନ୍ତୁ ଏହାକୁ କ୍ରାଇମ୍‌ବ୍ରାଞ୍ଚର ଫାର୍ସ ବୋଲି କହିବା ସହ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯିବାକୁ ଦାବି କରିଛନ୍ତି।

କାହା ପାଖରେ କିଛି ଟେର୍ ନଥିଲା, ଗଣମାଧ୍ୟମ ପାଖରେ ଟିକେ ବି ସୂଚନା ନଥିଲା। କୁହାଯାଉଛି ଡିଏଫ୍ଓ ସଂଗ୍ରାମ କେଶରୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଫୋରେନ୍ସିକ୍ ଲାବ୍‌କୁ ଅଣାଯାଇ ଉଭୟଙ୍କ ଲାଇ ଡିଟେକ୍ସନ୍ କରାଯାଇଛି। ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ପ୍ରକ୍ରିୟା ଏବଂ ସନ୍ଧ୍ୟାରେ ଲାଇ ଡିଟେକ୍ସନ୍ ସମ୍ପର୍କିତ ଆସିଥିଲା ଖବର।

ପୂର୍ବରୁ ହୋଇଥିବା ଦୁଇ ଦୁଇ ଥର ଜେରାରେ ଉଭୟେ କେତେ ସତ କହିଛନ୍ତି, କେତେ ସତ ଢୋକିଛନ୍ତି, ସେସବୁ ଧରିବାକୁ ଦୁହିଁଙ୍କର ଅଲଗା ହୋଇଥିଲା ଲାଇଡିଟେକ୍ସନ୍ ଟେଷ୍ଟ । ପାଖାପାଖି ୩ ଘଣ୍ଟାର ପରୀକ୍ଷା କୁହାଯାଉଛି, ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ପ୍ରଶ୍ନାବଳୀ ଆଧାରରେ ଡିଏଫ୍ଓଙ୍କୁ ଗୋଳେଇ ଘାଣ୍ଟି ଶହେରୁ ଅଧିକ ପ୍ରଶ୍ନ ପଚାରିଥିଲେ ଲାଇଡିଟେକ୍ସନ୍ ଅଧିକାରୀ । ରୋଷେୟା ମନ୍ମଥ କୁମ୍ଭଙ୍କୁ ବି ୫୦ରୁ ଅଧିକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହାପରେ ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରିର କେନ୍ଦ୍ରରେ ଥିବା ପତ୍ନୀ ବିଦ୍ୟାଭାରତୀଙ୍କର ମଧ୍ୟ ଲାଇ ଡିଟେକ୍ସନ୍ ଟେଷ୍ଟ ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳୁଛି।

ଯୁବ ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପଛରେ କିଏ? ଘଟଣାରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ମାମଲା ଲାଗିବା ସତ୍ତ୍ୱେ ମୃତ୍ୟୁର ଦୁଇ ମାସ ପରେ ବି ଏଇ ବଡ଼ ପ୍ରଶ୍ନର ଉତ୍ତର ଏବେ ବି ରହସ୍ୟରେ ରହିଛି। ୩୪ ଦିନର ପୋଲିସ୍ ଓ  ୩୪ ଦିନର କ୍ରାଇମବ୍ରାଞ୍ଚ ତଦନ୍ତ ପରେ ବି ଫଳ ଶୂନ୍ । ହେଲେ ଏହାଭିତରେ ଗତ ଦୁଇ ତାରିଖରେ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଜେରା ଏବଂ ଏହାର ଦୁଇ ସପ୍ତାହ ପରେ ଆଜି ହଠାତ୍ ଡିଏଫ୍ଓ ଓ ରୋଷେୟାଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ୍ ପୁଣି ମାମଲାକୁ ଚର୍ଚ୍ଚାକୁ ଆଣିଛି । ତେବେ ସୌମ୍ୟଙ୍କ ପରିବାର କିନ୍ତୁ କହିଛନ୍ତି, ଅଭିଯୁକ୍ତଙ୍କୁ ଖସାଇବାର ବାଟ ତିଆରି ହେଉଛି । ସରକାର କି କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ, ନ୍ୟାୟ ପାଇଁ ସିବିଆଇକୁ ତଦନ୍ତ ଭାର ଦିଆଯାଉ। ସେପଟେ ଏତେ ଦିନ ପରେ ଲାଇଡିଟେକ୍ସନ୍ ଟେଷ୍ଟକୁ ଫାର୍ସ ବୋଲି କହିଛନ୍ତି ଆଇନଜୀବୀ। 

ତେବେ ଡିଏଫ୍ଓ ଓ ରୋଷେୟାଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ସଂପର୍କରେ କ୍ରାଇମବ୍ରାଞ୍ଚ ଅଧିକାରୀ ମୁହଁ ଖୋଲି ନଥିଲା ବେଳେ, ଆଗକୁ ବିଦ୍ୟାଭାରତୀଙ୍କର ଲାଇଡିଟେକ୍ସନ୍ ଟେଷ୍ଟ ହେଉଛି ନା ନାହିଁ? ଆଜିର ମିଛ ଧରା ଟେଷ୍ଟରୁ ମାମଲାକୁ ଆଗକୁ ନେବାକୁ କ୍ରାଇମବ୍ରାଞ୍ଚ କେଉଁ ଖିଅ ମିଳୁଛି? କେବେ ରହସ୍ୟ ଉପରୁ ପର୍ଦ୍ଦା ହଟୁଛି? ଏବେ ତାକୁ ଅପେକ୍ଷା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story