Advertisment

ଅନୈତିକ ସଂପର୍କ କଥା ଉଠାଇଲେ ବାପା; ଖଣ୍ଡନ କଲେ ସୌମ୍ୟଙ୍କ ପତ୍ନୀ ଓ ଡିଏଫ୍ଓ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ପାରଳାଖେମୁଣ୍ଡି ଡିଏଫ୍‌ଓଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀଙ୍କ ସହିତ ଡିଏଫ୍‌ଓ ରଖିଥିଲେ ଅନୈତିକ ସମ୍ପର୍କ। ମୃତ୍ୟୁ ପୂର୍ବରୁ ଫୋନ୍‌ରେ ସୌମ୍ୟ କହିଥିବା ତାଙ୍କ ବାପା ଅଭିରାମ ମହାପାତ୍ର ଆଜି କରିଥିବା ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି। ମାତ୍ର ସୌମ୍ୟଙ୍କ ବାପାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା। ଅଭିରାମ ମହାପାତ୍ର ଆଜି ପାରଳାଖେମୁଣ୍ଡି ଥାନାକୁ ଇ-ମେଲ୍‌ରେ ପଠାଇଥିବା ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି, ୬ ତଳେ ସୌମ୍ୟ ବିବାହ କରିଥିଲେ। […]

ଅଦ୍ୟତନ ହୋଇଛି
ଅନୈତିକ ସଂପର୍କ କଥା ଉଠାଇଲେ ବାପା; ଖଣ୍ଡନ କଲେ ସୌମ୍ୟଙ୍କ ପତ୍ନୀ ଓ ଡିଏଫ୍ଓ

Acf Death Mystery

Advertisment

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ପାରଳାଖେମୁଣ୍ଡି ଡିଏଫ୍‌ଓଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀଙ୍କ ସହିତ ଡିଏଫ୍‌ଓ ରଖିଥିଲେ ଅନୈତିକ ସମ୍ପର୍କ। ମୃତ୍ୟୁ ପୂର୍ବରୁ ଫୋନ୍‌ରେ ସୌମ୍ୟ କହିଥିବା ତାଙ୍କ ବାପା ଅଭିରାମ ମହାପାତ୍ର ଆଜି କରିଥିବା ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି। ମାତ୍ର ସୌମ୍ୟଙ୍କ ବାପାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା।

Advertisment

ଅଭିରାମ ମହାପାତ୍ର ଆଜି ପାରଳାଖେମୁଣ୍ଡି ଥାନାକୁ ଇ-ମେଲ୍‌ରେ ପଠାଇଥିବା ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି, ୬ ତଳେ ସୌମ୍ୟ ବିବାହ କରିଥିଲେ। ବିବାହର ମାସକ ପରେ ସ୍ୱାମୀ-ସ୍ତ୍ରୀ ପାରଳାଖେମୁଣ୍ଡି ପଳାଇ ଯାଇଥିଲେ। ସେଠାରେ ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। ଘରୁ ଯିବା ପରେ ସୌମ୍ୟ ଫୋନ୍‌ କରି ନିଜ ମାଆ ଓ ମାଇଁଙ୍କ ସହିତ କଥା ହୋଇଥିଲେ। ଆଉ ସେହି ସମୟରେ ଦାମ୍ପତ୍ୟ ଜୀବନ ଭଲ ନଥିବା କହିଥିଲେ। ତା’ର ଆଉ କିଛି ଦିନ ପରେ ସୌମ୍ୟ ତାଙ୍କ ବାପାଙ୍କୁ ଫୋନ୍‌ କରି କହିଥିଲେ, ପାରଳାଖେମୁଣ୍ଡି ଡିଏଫ୍‌ଓ ମୋ ଘରକୁ ଆସୁଛନ୍ତି। ମୋ ସ୍ତ୍ରୀ ସହିତ ଅନୈକ ସମ୍ପର୍କ ରଖୁଛନ୍ତି। ଏ ସବୁ କାର୍ଯ୍ୟରେ ରୋଷେୟା ସହଯୋଗ କରୁଛନ୍ତି। ବିଭିନ୍ନ ଆଳ ଦେଖାଇ ରାତି ଡ୍ୟୁଟି ଦିଆଯାଉଛି। ସ୍ତ୍ରୀ ମୋତେ ଶାରୀରିକ ନିର୍ଯାତନା ଦେଉଛନ୍ତି ବୋଲି ସୌମ୍ୟ କହିଥିବା ତାଙ୍କ ବାପା ଏଫ୍‌ଆଇଆର୍‌ରେ ଲେଖିଛନ୍ତି।

ସୌମ୍ୟଙ୍କ ବାପା ଆହୁରି ମଧ୍ୟ ଲେଖିଛନ୍ତି,  ମାସେ ତଳେ ଆଉ ଥରେ ସୌମ୍ୟ ଫୋନ୍‌ କରି କହିଲା। କହିଥିଲା, ମୋ ଜୀବନ ପ୍ରତି ବିପଦ ରହିଛି। ଡିଏଫ୍‌ଓ ଓ ମୋ ସ୍ତ୍ରୀଙ୍କ ସମ୍ପର୍କ ଜାଣିବାରୁ ମୋତେ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି। ମୋତେ ଯେମିତି ହେଉ ବାରିପଦାକୁ ବଦଳୀ କରାଇ ନେଇଯାଅ ବୋଲି ସୌମ୍ୟ କହିଥିବା ଅଭିରାମ ମହାପାତ୍ର ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି।

Advertisment

ସ୍ୱାମୀ ମରିବାର ୨୪ ଘଣ୍ଟା ପରେ ଆଜି ପ୍ରଥମର ଥର ପାଇଁ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା। ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଘଟଣା ଦିନ ଆମ ଭିତରେ ହସ ଖୁସିର ମାହୋଲ ଥିଲା। ଘରେ ରୋଷେଇ ଚାଲିଥିବା ବେଳେ ସେ (ସୌମ୍ୟ) ଖାଇବା ବାଢ଼ିବା ପାଇଁ ଯାଇଥିଲେ। ଏହି ସମୟରେ ଅଘଟଣ ଘଟିଥିଲା। ତେବେ କେମିତି ନିଆଁ ଲାଗିଲା ଜାଣିନି ବୋଲି ବିଦ୍ୟାଭାରତୀ କହିଛନ୍ତି। ସେହିପରି ଡିଏଫ୍ଓ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତିକୁ ସେ ଖଣ୍ଡନ କରିଛନ୍ତି।

ସେପଟେ ସୌମ୍ୟଙ୍କ ବାପାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା। ସେ କହିଛନ୍ତି, ଅଭିଯୋଗର କୌଣସି ସତ୍ୟତା ନାହିଁ। ପୁଲିସକୁ ସଂପୂର୍ଣ୍ଣ ସହଯୋଗ କରିବି। ଆଇନ ଉପରେ ପୂର୍ଣ୍ଣ ଭରସା ଅଛି। ଅଭିଯୋଗ ଯିଏ କରିଛନ୍ତି ସେ ମାନସିକ ଭାରସାମ୍ୟ ହରାଇ ଏଭଳି କହିଛନ୍ତି। ସୌମ୍ୟଙ୍କ ପତ୍ନୀଙ୍କ ସହ ଟେଲିଫୋନରେ କେବେ ବି ମୁଁ କଥା ହୋଇନି। ମୁଁ ତାଙ୍କ ଘରକୁ କେବେ ଯାଇନି କି ଖାଇନି କହିଲେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା।

ପାରଳାଖେମୁଣ୍ଡିରେ ସହକାରୀ ବନ ସଂରକ୍ଷକ ଭାବେ କାର୍ଯ୍ୟ କରୁଥିବା ବାଲେଶ୍ୱର ଖଇରା ଅଞ୍ଚଳର ସୌମ୍ୟରଞ୍ଜନ, ପତ୍ନୀଙ୍କ ସହ ନିଜ ସରକାରୀ କ୍ୱାର୍ଟର୍ସରେ ରହୁଥିଲା ବେଳେ ଗତ ୧୨ ତାରିଖ ରାତିରେ ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe