Advertisment

ଦୁଇ ଦିନ ପରେ ମୁହଁ ଖୋଲିଲେ ସୌମ୍ୟଙ୍କ ପତ୍ନୀ, କଣ କହିଲେ ପଢ଼ନ୍ତୁ

ସୋର/ଉଦଳା(ନିରଞ୍ଜନ/ମାନସ): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଂଜନ ମହାପାତ୍ର କେମିତି ପୋଡ଼ିହେଲେ? ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ନା ହତ୍ୟା? ଏହାକୁ ନେଇ ଦୁଇ ଦିନ ହେଲା ନାନା କଳ୍ପନା ଜଳ୍ପନା ଲାଗିରହିଛି। ସେପଟେ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା ଆଜି ନିରବତା ଭଙ୍ଗ କରିଛନ୍ତି। ପ୍ରଥମ ଥର ପାଇଁ ସେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଘଟଣା ଦିନ ଉଭୟଙ୍କ ମଧ୍ୟରେ ହସ ଖୁସିର ମାହୋଲ ଥିଲା। ଘରେ […]

ଅଦ୍ୟତନ ହୋଇଛି
ମନ୍ତ୍ରୀଙ୍କ ଆଡ଼କୁ ଉଠିଲା ଅଙ୍ଗୁଳି

Bidya Bharati Panda

Advertisment

ସୋର/ଉଦଳା(ନିରଞ୍ଜନ/ମାନସ): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଂଜନ ମହାପାତ୍ର କେମିତି ପୋଡ଼ିହେଲେ? ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ନା ହତ୍ୟା? ଏହାକୁ ନେଇ ଦୁଇ ଦିନ ହେଲା ନାନା କଳ୍ପନା ଜଳ୍ପନା ଲାଗିରହିଛି। ସେପଟେ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା ଆଜି ନିରବତା ଭଙ୍ଗ କରିଛନ୍ତି। ପ୍ରଥମ ଥର ପାଇଁ ସେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି।

Advertisment

ସେ କହିଛନ୍ତି, ଘଟଣା ଦିନ ଉଭୟଙ୍କ ମଧ୍ୟରେ ହସ ଖୁସିର ମାହୋଲ ଥିଲା। ଘରେ ରୋଷେଇ ଚାଲିଥିବା ବେଳେ ସେ(ସୌମ୍ୟ) ଖାଇବା ବାଢ଼ିବା ପାଇଁ ଯାଇଥିଲେ। ଏହି ସମୟରେ ଅଘଟଣ ଘଟିଥିଲା ବୋଲି ବିଦ୍ୟାଭାରତୀ ପଣ୍ଡା କହିଛନ୍ତି। ଏପରିକି ସୌମ୍ୟଙ୍କ ପରିବାର ଲୋକେ ଲଗାଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବେଶ ନିବିଡ଼ ଥିଲା। ସେହିପରି ଡିଏଫ୍ଓ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତିକୁ ସେ ଖଣ୍ଡନ କରିଛନ୍ତି।

[caption id="attachment_658809" align="aligncenter" width="650"]soumaya ବିବାହ ସମୟର ଦୃଶ୍ୟ[/caption]

Advertisment

ସେପଟେ ସୌମ୍ୟରଂଜନଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ତାଙ୍କ ପରିବାର ଲୋକେ। ଘଟଣା ଦିନ ଘରେ ଥିବା
ସୌମ୍ୟରଂଜନଙ୍କ ସ୍ତ୍ରୀ, ଡିଏଫଓ ଓ ରୋଷେଇ କରୁଥିବା ଗାର୍ଡ ଥିଲେ। କାହାକୁ କିଛି ହେଲାନି, କେବଳ ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା ବୋଲି ସନ୍ଦେହ କରି ଏହି ତିନି ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଦାବି କରିଛନ୍ତି। ଏହି ତିନି ଜଣ ଷଡ଼ଯନ୍ତ୍ର କରି ସୌମ୍ୟରଞ୍ଜନକୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆଜକୁ ୬ ମାସ ତଳେ ସୌମ୍ୟ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ-ସ୍ତ୍ରୀ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। ହେଲେ ଗତ ସୋମବାର ରାତି ପ୍ରାୟ ୯ଟା ବେଳେ ACFO ସୌମ୍ୟରଞ୍ଜନ ମହାପାତ୍ର ଦେହରେ ନିଆଁରେ ଲାଗି ଯାଇଥିଲେ। ଏନେଇ ତାଙ୍କ ପତ୍ନୀ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା।

ମଙ୍ଗଳବାର ସକାଳେ ସୌମ୍ୟଙ୍କୁ କଟକରେ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ପ୍ରାୟ ୯୦ ଭାଗ ପୋଡ଼ି ଯାଇଥିବାରୁ ମୃତ୍ୟୁ ସହ ପ୍ରାୟ ୧୨ ଘଣ୍ଟାର ସଂଘର୍ଷ କରି ଶେଷରେ ପ୍ରାଣ ହରାଇଲେ ସୌମ୍ୟରଞ୍ଜନ।

ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe