ଗୋଟିଏ ପରିବାରର ୩ ଜଣଙ୍କୁ ଏସିଡ୍‌ ମାଡ଼

ପାଟକୁରା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପାଟଳିପଙ୍କ ଗାଁରେ ଏକ ପରିବାର ଉପରେ ଏସିଡ୍‌ ମାଡ଼ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଏସିଡ୍‌ ଆଟାକ୍‌ରେ ହିମାଂଶୁ ବାରିକ, ତାଙ୍କ ପତ୍ନୀ ନମିତା ବାରିକ ଓ ଦୁଇ ବର୍ଷର ଝିଅ ଶୁଭଶ୍ରୀ ଆହତ ହୋଇଛନ୍ତି। ହିମାଂଶୁଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହିମାଂଶୁଙ୍କ ପରିବାର ରାତିରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ […]

acid-attack

acid-attack

Rakesh Mallick
  • Published: Wednesday, 10 October 2018
  • Updated: 10 October 2018, 10:19 AM IST

Sports

Latest News

ପାଟକୁରା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପାଟଳିପଙ୍କ ଗାଁରେ ଏକ ପରିବାର ଉପରେ ଏସିଡ୍‌ ମାଡ଼ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି।

ଏସିଡ୍‌ ଆଟାକ୍‌ରେ ହିମାଂଶୁ ବାରିକ, ତାଙ୍କ ପତ୍ନୀ ନମିତା ବାରିକ ଓ ଦୁଇ ବର୍ଷର ଝିଅ ଶୁଭଶ୍ରୀ ଆହତ ହୋଇଛନ୍ତି। ହିମାଂଶୁଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ହିମାଂଶୁଙ୍କ ପରିବାର ରାତିରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଝରକା ଦେଇ ସେମାନଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି।

ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos