Advertisment

ନକଲି ଔଷଧ ମାମଲାରେ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟ ପଦ ରଦ୍ଦ

କଟକ (ଓଡ଼ିଶା ରିପୋର୍ଟର): ନକଲି ମେଡିସିନ୍ ଘଟଣାରେ କଟକ ପୁରୀଘାଟ ଥାନାରେ ଏତଲା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ଦୁଇ ଡିଷ୍ଟ୍ରିବ୍ୟୁଟର- ଭି.ଆର୍ ଏଜେନ୍ସୀ ଓ ପୂଜା ଏଣ୍ଟରପ୍ରାଇଜେସ୍‌ର ସଦସ୍ୟ ପଦ ରଦ୍ଦ କରି ଦିଆଯାଇଛି। କଟକ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ଏହି ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଛି। ଏହା ସହିତ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି […]

author-image
Jitendra Garnayak
ନକଲି ଔଷଧ ମାମଲାରେ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟ ପଦ ରଦ୍ଦ

Medicine

କଟକ (ଓଡ଼ିଶା ରିପୋର୍ଟର): ନକଲି ମେଡିସିନ୍ ଘଟଣାରେ କଟକ ପୁରୀଘାଟ ଥାନାରେ ଏତଲା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ଦୁଇ ଡିଷ୍ଟ୍ରିବ୍ୟୁଟର- ଭି.ଆର୍ ଏଜେନ୍ସୀ ଓ ପୂଜା ଏଣ୍ଟରପ୍ରାଇଜେସ୍‌ର ସଦସ୍ୟ ପଦ ରଦ୍ଦ କରି ଦିଆଯାଇଛି। କଟକ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ଏହି ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଛି। ଏହା ସହିତ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।

Advertisment

ଏହି ଦୁଇ ଡିଷ୍ଟ୍ରିବ୍ୟୁଟର ନକଲି ମେଡିସିନ୍ ଆଣି ବଜାରକୁ ଛାଡ଼ିଥିବା ନେଇ ପ୍ରମାଣ ପାଇବା ପରେ ଗତକାଲି କଟକ ଡ୍ରଗ୍ ଇନ୍ସପେକ୍ଟର ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ଏହା ସହ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଥିଲା।

ସୂଚନା ଅନୁଯାୟୀ, ଏହି ଦୁଇ ଡିଷ୍ଟ୍ରିବ୍ୟୁଟର ବେଙ୍ଗାଲୁରୁ ଓ ଗୟାରୁ ନକଲି ଟେଲମା-୪୦ ଔଷଧ ଆଣିଥିଲେ। ସେମାନେ ଏହାକୁ ଶହେରୁ ଅଧିକ ଔଷଧ ଦୋକାନ ବିକ୍ରି ନିମନ୍ତେ ଦେଇଥିଲେ। ଏହି ଔଷଧକୁ ହୃଦ୍‌ରୋଗୀ ଓ ଉଚ୍ଚ ରକ୍ତଚାପ ରୋଗୀ ବ୍ୟବହାର କରୁଥିବା ବେଳେ ଏହାର ପ୍ରଭାବ ନପଡ଼ିବାରୁ ବଜାରରେ ନକଲି ଔଷଧ ମିଳୁଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ତା’ପରେ ଜୋରଦାର ଚଢ଼ାଉ ହୋଇଥିଲା। କଟକ ଓ ଭୁବନେଶ୍ୱରର ଅନେକ ଔଷଧ ଦୋକାନରେ ଚଢ଼ାଉ ହୋଇଥିଲା। ସେଗୁଡ଼ିକୁ ପରୀକ୍ଷା ପାଇଁ ପଠାଯାଇଥିଲା।

Advertisment