Advertisment

ପତ୍ନୀର ମୃତଦେହକୁ ସ୍ୱାମୀ ଏକା ବୋହିବା ଘଟଣା; ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଫୁଲବାଣୀ(ତ୍ରିନାଥ ସାହୁ): ଫୁଲବାଣୀରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀର ମୃତଦେହକୁ ସ୍ୱାମୀ ଏକାକୀ ବୋହି ଗାଡ଼ିରେ ରଖିବା ଘଟଣାରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସିଡିଏମ୍‌। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ  ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷ୍ଟାଫ ନର୍ସ ମାମିନା ପାତ୍ର ଓ ଆଟେଣ୍ଡାଣ୍ଟ ପ୍ରିୟଙ୍କା ମୁଖୀଙ୍କୁ ସିଡିଏମ୍ଓ ନିଲମ୍ବିତ କରିଥିବା ବେଳେ ଡେସ୍କ କର୍ମଚାରୀ ଅଜିତ କୁମାର କହଁରଙ୍କୁ  କାର୍ଯ୍ୟରୁ ବହିଷ୍କୃତ […]

author-image
Niharika Rout
ଅଦ୍ୟତନ ହୋଇଛି
ପତ୍ନୀର ମୃତଦେହକୁ ସ୍ୱାମୀ ଏକା ବୋହିବା ଘଟଣା; ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

deadbody

ଫୁଲବାଣୀ(ତ୍ରିନାଥ ସାହୁ): ଫୁଲବାଣୀରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀର ମୃତଦେହକୁ ସ୍ୱାମୀ ଏକାକୀ ବୋହି ଗାଡ଼ିରେ ରଖିବା ଘଟଣାରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସିଡିଏମ୍‌। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ  ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷ୍ଟାଫ ନର୍ସ ମାମିନା ପାତ୍ର ଓ ଆଟେଣ୍ଡାଣ୍ଟ ପ୍ରିୟଙ୍କା ମୁଖୀଙ୍କୁ ସିଡିଏମ୍ଓ ନିଲମ୍ବିତ କରିଥିବା ବେଳେ ଡେସ୍କ କର୍ମଚାରୀ ଅଜିତ କୁମାର କହଁରଙ୍କୁ  କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି ।

Advertisment

ଭବିଷ୍ୟତରେ ଏପରି ଅମାନବୀୟ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେ ନେଇ ଏଡିଏମ୍‌ଙ୍କୁ ତାଗିଦ କରିଛନ୍ତି ସିଡିଏମ୍‌ଓ। ଏଥିସହ ମେଡିକାଲ ଆସୁଥିବା ରୋଗୀ ଯେପରି ଉପଯୁକ୍ତ ସେବା ପାଆନ୍ତି ସେଥିପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ  ମୋତିଙ୍ଗିଆ ଗାଁର ବାଳକୃଷ୍ଣ କହଁର  ପତ୍ନୀଙ୍କୁ ଚିକିତ୍ସା ପାଇଁ ଗତ ୨୯ ତାରିଖରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଗତ ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ମୃତଦେହକୁ ଉଠାଇବା ପାଇଁ ବାଳକୃଷ୍ଣ ବହୁ କାକୁତି ମିନତି ହେବା ସତ୍ତ୍ୱେ ମେଡ଼ିକାଲ୍ କର୍ମଚାରୀ ତାହାକୁ ଛୁଇଁଲେ ନାହିଁ । ଏପରିକି ପାଖରେ ଥିବା କୁନି ପିଲାକୁ ବି କେହି କାଖେଇଲେନି ।

Advertisment

ଶେଷରେ ସବୁ ଆଡ଼ୁ ନିରାଶ ହେବା ପରେ  ୱାର୍ଡରୁ ତଳକୁ ସିଡିରେ ଏକୁଟିଆ ବାଳକୃଷ୍ଣ ପତ୍ନୀଙ୍କ ମୃତଦେହକୁ  ଟେକି ଟେକି ନେବାର ଦୃଶ୍ୟ ଏବେ ଭାଇରାଲ୍ ହୋଇଛି ।  ବାଳକୃଷ୍ଣ ପତ୍ନୀଙ୍କ ମୃତଦେହକୁ ଏକା ଏକା ହସ୍ପିଟାଲ ବେଡରୁ ସିଡି ଦେଇ  ତଳକୁ ଆଣିବା ପରେ ଏକ ଷ୍ଟ୍ରେଚର ସହାୟତାରେ ମହାପ୍ରୟାଣ ଗାଡ଼ିରେ ନେଇଥିଲେ । ମେଡିକାଲ ଭରସାରେ ଆସୁଥିବା ରୋଗୀକୁ ଯଦି ଏହାର କର୍ମଚାରୀ ସହାୟ ନ ହେବେ ତା’ ହେଲେ ସେ କିପରି କଲବଲ ହୁଏ ଏହାର ଜ୍ୱଳନ୍ତ ଉଦାହରଣ  ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଥିଲା। ଏହାକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଥିଲା।

Medical Negligence Covid Management