Advertisment

ମୌସୁମୀ ସକ୍ରିୟ, ଚାଷୀଙ୍କୁ ମିଳିନି ବିହନ

କନ୍ଧମାଳ: ରାଜ୍ୟରେ ମୌସୁମୀ ଆସି ପହଞ୍ଚିଥିବା ବେଲେ ଚାଷୀକୂଳକୁ ଏ ଯାଏ ମିଳିନି ବିହନ। ନିଜ ସାଇତା ବିହନରୁ ତଳି ପ୍ରସ୍ତୁତ କରିବାକୁ ଏବେ ଅଣ୍ଟା ଭିଡ଼ିଲେଣି ଚାଷୀ। ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ। ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ମେଘାଛନ୍ନ ଆକାଶ ଦେଖି ଚାଷୀମାନେ ଜମି ପ୍ରସ୍ତୁତିରେ ଲାଗିଲେଣି। ହେଲେ କନ୍ଧମାଳ ଜିଲ୍ଲାରେ ଏ ଯାଏ ଚାଷୀଙ୍କୁ ଉନ୍ନତ ମାନର ବିହନ ମିଳି ନ ଥିବା ଅଭିଯୋଗ ହୋଇଛି। ନିଜେ ସାଇତି ରଖିଥିବା […]

ଅଦ୍ୟତନ ହୋଇଛି
ମୌସୁମୀ ସକ୍ରିୟ, ଚାଷୀଙ୍କୁ ମିଳିନି ବିହନ

Representatinal-Image

Advertisment

କନ୍ଧମାଳ: ରାଜ୍ୟରେ ମୌସୁମୀ ଆସି ପହଞ୍ଚିଥିବା ବେଲେ ଚାଷୀକୂଳକୁ ଏ ଯାଏ ମିଳିନି ବିହନ। ନିଜ ସାଇତା ବିହନରୁ ତଳି ପ୍ରସ୍ତୁତ କରିବାକୁ ଏବେ ଅଣ୍ଟା ଭିଡ଼ିଲେଣି ଚାଷୀ। ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ।

Advertisment

ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ମେଘାଛନ୍ନ ଆକାଶ ଦେଖି ଚାଷୀମାନେ ଜମି ପ୍ରସ୍ତୁତିରେ ଲାଗିଲେଣି। ହେଲେ କନ୍ଧମାଳ ଜିଲ୍ଲାରେ ଏ ଯାଏ ଚାଷୀଙ୍କୁ ଉନ୍ନତ ମାନର ବିହନ ମିଳି ନ ଥିବା ଅଭିଯୋଗ ହୋଇଛି। ନିଜେ ସାଇତି ରଖିଥିବା ବିହନରୁ ତଳି ପ୍ରସ୍ତୁତ କରିବାକୁ ଚାଷୀ ମନ ବଳାଇଲେଣି। ତେବେ ଏନେଇ ଚାଷୀ ମାନେ ନିଜ ନିଜ ଲାମ୍ପରୁ ସରକାରୀ ବିହନ ପାଇପାରିବେ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି।

କନ୍ଧମାଳ ଜିଲ୍ଲାରେ ଚଳିତବର୍ଷ ପ୍ରାୟ ୫୦ ହଜାର ହେକ୍ଟର ଜମିରେ ଖରିଫ ଧାନ ଫସଲ ଚାଷ ଲାଗି ଯୋଜନା ରହିଛି। ଏଥିପାଇଁ ୧୨୦୦ କ୍ୱିଣ୍ଟାଲ ବିହନର ଆବଶ୍ୟକତା ରହିଛି। ଏବେ ସୁଦ୍ଧା ୭୦୫ କ୍ୱିଣ୍ଟାଲ ଉନ୍ନତ ମାନର ଧାନ ବିହନ ୨୪ଟି ଲ୍ୟାମ୍ପ ନେଇଥିବା ବେଳେ ୫୦ କୁଇଣ୍ଟାଲ ଘରୋଇ ଡିଲରକୁ ଦିଆଯାଇଛି। ସେମାନଙ୍କ ଜରିଆରେ ଚାଷୀ ବିହନ କିଣିପାରିବେ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ। ଏହାବ୍ୟତୀତ ଚାଷୀମାନଙ୍କୁ ନ୍ୟାଶନାଲ ଫୁଡ୍ ସିକ୍ୱୋରିଟି ମିଶନ ଜରିଆରେ ୧୭୫ ହେକ୍ଟର ଜମିରେ ହରଡ଼ ଏବଂ ୫୦ ହେକ୍ଟର ଜମିରେ ଅଳସ ଚାଷ ଲାଗି ବିହନ ଯୋଗାଇଦିଆଯିବ ବୋଲି କୃଷି ବିଭାଗ କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe