ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ପରଲୋକ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ପରଲୋକ ହୋଇଯାଇଛି। ୭୬ ବର୍ଷ ବୟସରେ ହାଇଦ୍ରାବାଦରେ ତାଙ୍କର ପରଲୋକ ହୋଇଛି।
୪ ମାସ ହେଲା ସେ ଅସୁସ୍ଥ ଥିଲେ। ହାଇଦ୍ରାବାଦରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।
ଏହା ପୂର୍ବରୁ ସେ ୨ଥର ହୃଦଘାତର ଶିକାର ହୋଇଥିଲେ।
୧୯୪୨ ମସିହା ଡିସେମ୍ବର ୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ଅଭିନେତା ଦେବୁ ବୋଷ ୮୦ ଦଶକର ଚଳଚ୍ଚିତ୍ର ‘ତପସ୍ୟା’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ।  ‘କାବେରୀ’, ‘ଗଙ୍ଗଶିଉଳି’, ‘ଚକାଭଉଁରି’, ‘ସହରୀ ବାଘ’, ‘ସୁନା ଚଢ଼େଇ’, ଓ ‘ପୁଅ ମୋର କଳା ଠାକୁର’ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିଲେ ଦେବୁ ବୋଷ।
‘ସୁନା ଚଢ଼େଇ’ ଫିଲ୍ମରେ ‘କାଳିଆ... କାଳିଆ... ନାହିଁ ଆଉ ସାହା କେହି ତୋହରି ଭଳିଆ...’ ଗୀତଟିରେ ତାଙ୍କର ସେଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରାର ଅଭିନୟ ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା।
ଓଡ଼ିଆ ଫିଲ୍ମରେ ବାପା ଭୂମିକାରେ ଅଭିନୟ କରି ସେ ଏକ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି।
ନିଜ ଜୀବନ କାଳରେ ଶତାଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି ସେ।  ୨୦୧୪ରେ ରିଲିଜ୍ ହୋଇଥିବା ଓଡ଼ିଆ ଫିଲ୍ମ ‘ରାସ୍ତା’ ହେଉଛି ତାଙ୍କ ଶେଷ ଚଳଚ୍ଚିତ୍ର।ଅଭିନୟ ବ୍ୟତୀତ ସେ ନୃତ୍ୟ କ୍ଷେତ୍ରରେ ମଧ୍ୟ ନିପୂଣ ଥିଲେ।  ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ।  ସେ ‘ମନଆକାଶ’ ଫିଲ୍ମରେ ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।
ଚଳଚ୍ଚିତ୍ର ବ୍ୟତିତ ‘ଦିଗନ୍ତ’ ନାମକ ନାଟ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ବହୁ ନାଟକରେ ଅଭିନେତା ଓ ନିର୍ଦ୍ଦେଶକ ମଧ୍ୟ ସାଜିଥିଲେ।
ସେ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ‘ସାରା ଆକାଶ’ ଧାରାବାହିକରେ ସେ ଅଭିନୟ କରିଥିଲେ।
Ordigital Desk
• Published: Thursday, 23 August 2018
• Updated: 23 August 2018, 01:38 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos