Advertisment

ମେଡିକାଲ୍ ବେଡ୍‌ରେ କମେଡି କିଙ୍ଗ୍, ଏବେ ଏମିତି ଅଛି ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୂପେଲି ପରଦାରେ ଲୋକଙ୍କୁ ହସେଇ ହସେଇ ବେଦମ କରୁଥିବା ଓଲିଉଡ୍‌ର ଭେଟେରାନ୍ କମେଡିଆନ୍ ଏବେ ଅସୁସ୍ଥ। ସେ ହୃଦୟ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି। ସେଥିପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବୟସ ଅଧିକ ହୋଇଥିଲେ ବି ଜୟୀରାମ ଖୁବ୍ ଫିଟ୍‌ଫାଟ୍ ଥିଲେ। ସେମିତି କୌଣସି ଗୁରୁତର ଶାରୀରିକ ସମସ୍ୟା ତାଙ୍କର ନଥିଲା। ତେବେ ମିଳିଥିବା ସୂଚନା ଅନୁଯାୟୀ, ହଠାତ୍ ମଙ୍ଗଳବାର ରାତିରେ ସେ ଅସୁସ୍ଥ ଅନୁଭବ କରିଥିଲେ। […]

ଅଦ୍ୟତନ ହୋଇଛି
ମେଡିକାଲ୍ ବେଡ୍‌ରେ କମେଡି କିଙ୍ଗ୍, ଏବେ ଏମିତି ଅଛି ସ୍ୱାସ୍ଥ୍ୟାବସ୍ଥା

Jayee

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୂପେଲି ପରଦାରେ ଲୋକଙ୍କୁ ହସେଇ ହସେଇ ବେଦମ କରୁଥିବା ଓଲିଉଡ୍‌ର ଭେଟେରାନ୍ କମେଡିଆନ୍ ଏବେ ଅସୁସ୍ଥ। ସେ ହୃଦୟ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି। ସେଥିପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ବୟସ ଅଧିକ ହୋଇଥିଲେ ବି ଜୟୀରାମ ଖୁବ୍ ଫିଟ୍‌ଫାଟ୍ ଥିଲେ। ସେମିତି କୌଣସି ଗୁରୁତର ଶାରୀରିକ ସମସ୍ୟା ତାଙ୍କର ନଥିଲା। ତେବେ ମିଳିଥିବା ସୂଚନା ଅନୁଯାୟୀ, ହଠାତ୍ ମଙ୍ଗଳବାର ରାତିରେ ସେ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ବୁଧବାର ସକାଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

publive-image

ସେ ଏବେ ବି ହସ୍‌ପିଟାଲ୍‌ରେ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତରମାନେ ତାଙ୍କର ଆଞ୍ଜିଓପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି। ଏହା ହୃଦରୋଗ ଜନିତ ଏକ ପ୍ରାଥମିକ ସମସ୍ୟା। ଅସ୍ତ୍ରୋପଚାର ପରେ ଶ୍ରୀଯୁକ୍ତ ସାମଲ୍ ଏବେ ଭଲ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି।

Advertisment

ତାଙ୍କ ପରିବାର ଲୋକେ କହିଛନ୍ତି ଯେ ଜୟୀରାମ ଏବେ ସୁସ୍ଥ ଅଛନ୍ତି।

ନିଜର ହସ ପାଇଁ ସେ ବେଶ୍ ପରିଚିତ। ବହୁ ଲୋକପ୍ରିୟ ଫିଲ୍ମରେ ଜୟୀରାମ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଛନ୍ତି। ସେ ‘ଜାଇଫୁଲ’, ‘ଜଗା ବଳିଆ’, ‘ଜନନୀ’, ‘କାବେରୀ’, ‘ସ୍ୱପ୍ନ ସାଗର’, ‘ନାଗ ଫାଶ’, ‘ଯାଯାବର’ ‘ବଳିଦାନ’ ଓ ‘ଦଣ୍ଡା ବାଳୁଙ୍ଗା’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe