Advertisment

ଆସିଲା ନିକିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: କେମିତି ହେଲା ମୃତ୍ୟୁ ପଢ଼ନ୍ତୁ

କଟକ(ଓଡ଼ିଶା ରିପୋର୍ଟର): “ଟେଲି ଓ ଚଳଚ୍ଚିତ୍ର ଦୁନିଆର ଜଣାଶୁଣା ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ଉଚ୍ଚ ସ୍ଥାନରୁ ପଡ଼ି ହୋଇଛି। ତାଙ୍କ ମୁଣ୍ଡ ଓ ଛାଡ଼ିରେ ଗଭୀର ଆଘାତ ଲାଗିଛି। ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଥିଲା।” ନିକିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡ଼ିଛି। ନିକିତାଙ୍କ ମୃତ୍ୟୁକୁ ନେଇ ଖୋଲତାଡ଼ କରୁଥିବା କମିଶନରେଟ୍ ପୁଲିସ ତଦନ୍ତକୁ ଆଗକୁ ବଢ଼ାଇଛି। ନିକିତାଙ୍କ ଶାଶୂ, ଶ୍ୱଶୁରଙ୍କୁ ପୁଲିସ ନୋଟିସ୍ କରିଛି। ହେଲେ ସେମାନେ ଘଟଣା ପରେ ଫେରାର […]

ଅଦ୍ୟତନ ହୋଇଛି
ନିକିତାଙ୍କ ଶାଶୂ ଓ ଶ୍ୱଶୁର ହାଜର ହେଲେନି, ଘରେ ଲାଗିଲା ଲଟକା

nikita

Advertisment

କଟକ(ଓଡ଼ିଶା ରିପୋର୍ଟର): “ଟେଲି ଓ ଚଳଚ୍ଚିତ୍ର ଦୁନିଆର ଜଣାଶୁଣା ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ଉଚ୍ଚ ସ୍ଥାନରୁ ପଡ଼ି ହୋଇଛି। ତାଙ୍କ ମୁଣ୍ଡ ଓ ଛାଡ଼ିରେ ଗଭୀର ଆଘାତ ଲାଗିଛି। ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଥିଲା।” ନିକିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡ଼ିଛି।

Advertisment

ନିକିତାଙ୍କ ମୃତ୍ୟୁକୁ ନେଇ ଖୋଲତାଡ଼ କରୁଥିବା କମିଶନରେଟ୍ ପୁଲିସ ତଦନ୍ତକୁ ଆଗକୁ ବଢ଼ାଇଛି। ନିକିତାଙ୍କ ଶାଶୂ, ଶ୍ୱଶୁରଙ୍କୁ ପୁଲିସ ନୋଟିସ୍ କରିଛି। ହେଲେ ସେମାନେ ଘଟଣା ପରେ ଫେରାର ଅଛନ୍ତି। ସେମାନଙ୍କୁ ପଚରାଉଚରା ପରେ ମାମଲାକୁ ନେଇ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି।

ସେପଟେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ନିକିତାଙ୍କ ଶାଶୂ ଓ ଶ୍ୱଶୁର। ଗତକାଲି ନିକିତାଙ୍କ ମୃତ୍ୟୁ ମାମଲାରେ ସ୍ୱାମୀ ଲିପନ ସାହୁଙ୍କୁ ଗିରଫ ପରେ ଜେଲ୍‌କୁ ପଠାଇ ଦେଇଛି ପୁଲିସ। ଛାତ ଉପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ଓ ଠେଲାପେଲାବେଳେ ନିକିତା ଖସି ପଡ଼ିଥିବା ପୁଲିସ କହିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe