Advertisment

ବାଇକ୍‌କୁ ଧକ୍କା ଦେଇ ଚାଲିଯାଉଥିଲା ଅଭିନେତା ପିଣ୍ଟୁ ନନ୍ଦଙ୍କ ଗାଡ଼ି, ଅଟକାଇଲେ ଲୋକେ, ତା'ପରେ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁରୁବାର ସନ୍ଧ୍ୟାରେ ଜଗତ୍‌ସିଂହପୁରରୁ ଫେରୁଥିବା ବେଳେ ଅଭିନେତା ପିଣ୍ଟୁ ନନ୍ଦଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ ଧକ୍କାରେ ବାଇକ୍‌ରେ ଯାଉଥିବା ଜଣେ ୫ ବର୍ଷର ବାଳକ ଆହତ ହୋଇଛି। ଦୁର୍ଘଟଣା ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଉକ୍ତ ଭିଡିଓ ଦେଖି ଅନୁମାନ କରାଯାଉଛି ଯେ, ପିଣ୍ଟୁ ଜଗତ୍‌ସିଂହପୁରରୁ ଭୁବନେଶ୍ୱର ଫେରୁଥିବା ବେଳେ କନ୍ଦରପୁର ନିକଟ ଫକୀରପଡାରେ ଏହି ଦୁର୍ଘଟଣା ଘଟିଛି। ଫକୀରପଡ଼ାଠାରେ ଏକ ବାଇକ୍‌ରେ ୨ ଜଣ ବ୍ୟକ୍ତି ଜଣେ […]

author-image
Mihir Pattnayak
ଅଦ୍ୟତନ ହୋଇଛି
ବାଇକ୍‌କୁ ଧକ୍କା ଦେଇ ଚାଲିଯାଉଥିଲା ଅଭିନେତା ପିଣ୍ଟୁ ନନ୍ଦଙ୍କ ଗାଡ଼ି, ଅଟକାଇଲେ ଲୋକେ, ତା'ପରେ...

8

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁରୁବାର ସନ୍ଧ୍ୟାରେ ଜଗତ୍‌ସିଂହପୁରରୁ ଫେରୁଥିବା ବେଳେ ଅଭିନେତା ପିଣ୍ଟୁ ନନ୍ଦଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ ଧକ୍କାରେ ବାଇକ୍‌ରେ ଯାଉଥିବା ଜଣେ ୫ ବର୍ଷର ବାଳକ ଆହତ ହୋଇଛି। ଦୁର୍ଘଟଣା ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଉକ୍ତ ଭିଡିଓ ଦେଖି ଅନୁମାନ କରାଯାଉଛି ଯେ, ପିଣ୍ଟୁ ଜଗତ୍‌ସିଂହପୁରରୁ ଭୁବନେଶ୍ୱର ଫେରୁଥିବା ବେଳେ କନ୍ଦରପୁର ନିକଟ ଫକୀରପଡାରେ ଏହି ଦୁର୍ଘଟଣା ଘଟିଛି।

Advertisment

ଫକୀରପଡ଼ାଠାରେ ଏକ ବାଇକ୍‌ରେ ୨ ଜଣ ବ୍ୟକ୍ତି ଜଣେ ବାଳକକୁ ନେଇ ଯାଉଥିବା ବେଳେ ପିଣ୍ଟୁଙ୍କ ଗାଡି ତାଙ୍କୁ ପଛପଟୁ ଧକ୍କା ଦେଇ କିଛି ବାଟ ଗଡି ଯାଉଥିଲା । ପରେ ସ୍ଥାନୀୟ ଲୋକା ପିଣ୍ଟୁଙ୍କ ଗାଡିକୁ ଅଟକାଇ ଥାନାକୁ ଫୋନ୍‌ କରିଥିଲେ। ପୋଲିସ ପହଞ୍ଚି ପ୍ରଥମେ ପିଣ୍ଟୁଙ୍କୁ ଘଟଣାସ୍ଥଳରୁ ଗାଡ଼ିରେ ବସାଇ ଥାନାକୁ ନେଇ ଯାଇଥିଲା । ପରେ ପରେ ଆହତ ଶିଶୁପୁତ୍ରକୁ ଅନ୍ୟଏକ ଗାଡ଼ିରେ ଡାକ୍ତରଖାନାକୁ ପଠାଇଥିଲା।

ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଜଣେ ଆହତ ଶିଶୁକୁ ଚିକିତ୍ସା ପାଇଁ ନ ନେଇ ପ୍ରଥମେ ଅଭିନେତା ଜଣଙ୍କୁ ସୁରକ୍ଷା ଦେବାକୁ ଥାନାକୁ ନେଇଥିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଛି ସେ ସମ୍ପର୍କରେ ଅଦ୍ୟାବଧି କୌଣସି ସୂଚନା ମିଳିପାରି ନାହିଁ। ପରବର୍ତ୍ତୀ ଖବରକୁ ଅପେକ୍ଷା କରାଯାଉଛି।

Advertisment