Advertisment

ପଞ୍ଚଭୂତରେ ବିଲୀନ ହେଲେ ରାଇମୋହନ

ପୁରୀ(ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ବିଲୀନ ହେଲା ଓଲିଉଡ୍‌ ଅଭିନେତା ରାଇମୋହନଙ୍କ ମରଶରୀର। ଆଜି ସନ୍ଧ୍ୟା ବେଳେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଇମୋହନଙ୍କ ସାନଝିଅ ଉଦିତା ପରିଡ଼ା ମୁଖାଗ୍ନି ଦେଇଛନ୍ତି। ସେଠାରେ ବଡ଼ ଝିଅ, ଜ୍ୱାଇଁ, ପରିବାର ଲୋକ ଓ ବହୁ ଜଣାଶୁଣା କଳାକାର ଉପସ୍ଥିତ ଥିଲେ। ଶୁକ୍ରବାର ଓଲିଉଡ୍‌ର ଭେଟ୍‌ରାନ୍‌ ଅଭିନେତା ରାଇମୋହନ ପରିଡ଼ାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା। କମିଶନରେଟ୍‌ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ […]

ଅଦ୍ୟତନ ହୋଇଛି
ପଞ୍ଚଭୂତରେ ବିଲୀନ ହେଲେ ରାଇମୋହନ

raimohan-la

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ବିଲୀନ ହେଲା ଓଲିଉଡ୍‌ ଅଭିନେତା ରାଇମୋହନଙ୍କ ମରଶରୀର। ଆଜି ସନ୍ଧ୍ୟା ବେଳେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଇମୋହନଙ୍କ ସାନଝିଅ ଉଦିତା ପରିଡ଼ା ମୁଖାଗ୍ନି ଦେଇଛନ୍ତି। ସେଠାରେ ବଡ଼ ଝିଅ, ଜ୍ୱାଇଁ, ପରିବାର ଲୋକ ଓ ବହୁ ଜଣାଶୁଣା କଳାକାର ଉପସ୍ଥିତ ଥିଲେ।

Advertisment

ଶୁକ୍ରବାର ଓଲିଉଡ୍‌ର ଭେଟ୍‌ରାନ୍‌ ଅଭିନେତା ରାଇମୋହନ ପରିଡ଼ାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା। କମିଶନରେଟ୍‌ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ମର ଶରୀରକୁ ବିଶାଳ ଶୋଭାଯାତ୍ରାରେ ସଂଗୀତ କଳା ମହାବିଦ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ପରେ ତାଙ୍କ ମରଶରୀରକୁ ନିଜ ବାସଭବନ ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାରକୁ ନିଆଯାଇଥିଲା। ସେଠାରେ ବନ୍ଧୁପରିଜନ ଓ ଆତ୍ମିୟସ୍ୱଜନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ମହାନ କଳାକାରଙ୍କ ଶେଷ ଦର୍ଶନ କରିବା ନିମନ୍ତେ ସେଠାରେ ପ୍ରବଳ ଭିଡ଼ ଜମିଥିଲା। ସେଠାରୁ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇଥିଲା।

Advertisment
Ollywood Actor Suicide Raimohan Parida
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe