Advertisment

ଅଭିନେତ୍ରୀ ବର୍ଷାଙ୍କ ଏକାଧିକ ପରିଚୟ: ଇଡିରେ ଫେରାଦ ହେଲେ ସ୍ୱାମୀ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୁଦ୍ଧରେ ତାଙ୍କ ସ୍ୱାମୀ ତଥା କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ଫେରାଦ ହୋଇଛନ୍ତି । ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ତଥା କଳାଟଙ୍କା ରଖିଥିବାର ଅନୁଭବ ଅଭିଯୋଗ ଆଣିଛନ୍ତି । ଅନୁଭବଙ୍କ ଏଭଳି ଅଭିଯୋଗ ଉପରେ ବର୍ଷା ଏପର୍ଯ୍ୟନ୍ତ ମୁହଁ ଖୋଲିନଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଅଭିନେତା ତଥା ସାଂସଦ ଅନୁଭବ […]

author-image
Ordigital Desk
ଅଦ୍ୟତନ ହୋଇଛି
ପୁଣି ଥାନାକୁ ଗଲେ ଅନୁଭବ

anubhav & Barsha priyadarshini

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୁଦ୍ଧରେ ତାଙ୍କ ସ୍ୱାମୀ ତଥା କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ଫେରାଦ ହୋଇଛନ୍ତି । ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ତଥା କଳାଟଙ୍କା ରଖିଥିବାର ଅନୁଭବ ଅଭିଯୋଗ ଆଣିଛନ୍ତି । ଅନୁଭବଙ୍କ ଏଭଳି ଅଭିଯୋଗ ଉପରେ ବର୍ଷା ଏପର୍ଯ୍ୟନ୍ତ ମୁହଁ ଖୋଲିନଥିବା ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଜୁନ୍ ୭ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ୱରସ୍ଥିତ ଜୋନାଲ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଟିକସ ଫାଙ୍କିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ସରକାରୀ ଦସ୍ତାବିଜରେ ଭିନ୍ନ ଭିନ୍ନ ପରିଚୟ ଦେଇଥିବା ଅଭିଯୋଗ କରିଛନ୍ତି । ସାଂସଦ ଶ୍ରୀ ମହାନ୍ତି ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବିଭିନ୍ନ ସରକାରୀ ଦସ୍ତାବିଜରେ ଭର୍ଷା ପ୍ରିୟଦର୍ଶିନୀ ସାହୁ ଓରଫ ବର୍ଷା ପ୍ରିୟଦର୍ଶିନୀ ସାହୁ ଓରଫ ବର୍ଷା ପ୍ରିୟଦର୍ଶିନୀ ଓରଫ ଭର୍ଷା ପ୍ରିୟଦର୍ଶିନୀ ଭଳି ଏକାଧିକ ନାଁ ଉଲ୍ଲେଖ ରହିଛି । ତାଙ୍କ ଅଭିନେତ୍ରୀ ପତ୍ନୀଙ୍କ ନାଁ(ନେମ) , ମଝି ନାଁ(ମିଡିଲ ନେମ) ଓ ସାଙ୍ଗିଆ(ସରନେମ)ର ବନାନ୍ ମାଟ୍ରିକ ସାର୍ଟିଫିକେଟ୍ , ଜନ୍ମ ସାଟିଁଫିକେଟ୍ , ଆଧାର କାର୍ଡ, ପ୍ୟାନ୍ କାର୍ଡ , ପାସପୋର୍ଟ ଓ ବ୍ୟାଙ୍କ ପାସବୁକରେ ଭିନ୍ନ ଭିନ୍ନ ରହିଛି । ଆକ୍ସିସ୍ ବ୍ୟାଙ୍କରେ ବର୍ଷାଙ୍କର ଏକାଧିକ ବ୍ୟାଙ୍କ ଆକାଉଂଟ୍ ରହିଛି ଯେଉଁଥିରେ ତାଙ୍କ ନାଁ ର ବନାନ୍ ମଧ୍ୟ ଭିନ୍ନ ଭିନ୍ନ ରହିଛି । ଆକ୍ସିସ୍ ବ୍ୟାଙ୍କରେ ଗୋଟିଏ ଆକାଉଂଟରେ ତାଙ୍କ ନାଁର ବନାନ ଅତିକମରେ ୫-୬ଥର ପରିବର୍ତ୍ତନ ହୋଇଛି । ସାଂସଦ ଶ୍ରୀ ମହାନ୍ତି ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସମ୍ଭବତଃ ତାଙ୍କ ପତ୍ନୀ ବିଭିନ୍ନ ସୋତ୍ରରୁ ଉପାର୍ଜନ ଉପରେ ଟିକସ ଫାଙ୍କିବା ପାଇଁ ଅବା କମ୍ ପରିମାଣର ଟିକସ ଦେବା ନିମନ୍ତେ ଏଭଳି ଏକାଧିକ ପରିଚୟର ସରକାରୀ ଦସ୍ତାବିଜ ରଖିଥାଇ ପାରନ୍ତି । ଏପରିକି ତାଙ୍କ ପତ୍ନୀ ଏପର୍ଯ୍ୟନ୍ତ ଜୀବନକାଳ ଭିତରେ ଆୟକର ଦାଖଲ କରିଛନ୍ତି କି ନାହିଁ ଅନୁଭବ ପ୍ରଶ୍ନ ଉଠାଇଛନ୍ତି ।

ଅନୁଭବ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଅଭିନେତ୍ରୀ ପତ୍ନୀ କୋର୍ଟ(ମାମଲା ବିଚାରାଧୀନ ରହିଛି)ରେ ଦାଖଲ କରିଥିବା ସତ୍ୟପାଠରେ ସ୍ୱୀକାର କରିଛନ୍ତି ଯେ, ୬ବର୍ଷର ବୈବାହିକ ଜୀବନରେ ସେ ପ୍ରାୟ ୧୩କୋଟି ଟଙ୍କାର କ୍ଷତି ସହିଛନ୍ତି । ପ୍ରତ୍ୟେକ ଫିଲ୍ମ ପାଇଁ ସେ ୨୦ଲକ୍ଷ ଟଙ୍କା ଫି’ ନେଇଥାନ୍ତି । ତା’ହେଲେ ଏଥିରୁ ସ୍ପଷ୍ଟ ଯେ, ସେ ବିବାହ ପୂର୍ବରୁ ବର୍ଷକୁ ୨କୋଟି ଟଙ୍କା ଉପାର୍ଜନ କରୁଥିଲେ । ୨୦୧୪ରେ ବିବାହ କରିବା ପୂର୍ବରୁ ବର୍ଷକୁ ୧୦ଟି ଫିଲ୍ମ କରୁଥିବେ । ଯଦି ଏହା ସତ, ତେବେ ତାଙ୍କ ପାଖରେ ନିଜର ସମସ୍ତ ଉପାର୍ଜନର ଆୟକର ଦାଖଲ ବିବରଣୀ ରହିଥିବ ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି ।

Advertisment

ଅନୁଭବ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ବିବାହ ସମାରୋହରେ ପ୍ରାୟ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଓ ୨ହଜାର ଅତିଥି(ବରଯାତ୍ରୀ)ଙ୍କୁ ଗୋଟିଏ ଲେଖାଏଁ ରୂପା ମୁଦ୍ରା ଉପହାର ଦିଆଯାଇଥିଲା ବୋଲି ତାଙ୍କ ପତ୍ନୀ ବର୍ଷାଙ୍କ ମା’ ଦୀପା ସାହୁ ଦାବି କରୁଛନ୍ତି । ତେବେ ଝିଅ ବାହାଘରରେ ଏତେ ଟଙ୍କା କେଉଁ ସୂତ୍ରରୁ ଆସିଥିଲା ଓ ଏହାର ଦସ୍ତାବିଜ କ’ଣ ରହିଛି ତାହା ତାଙ୍କ ମା’ ଦୀପା ସାହୁ ଦେଇପାରିବେ କି? ଏସବୁ ଦିଗ ପ୍ରତି ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି ।

କେବଳ ସେତିକି ନୁହେଁ, ଅନୁଭବ ମଧ୍ୟ ତାଙ୍କ ପତ୍ନୀ ବର୍ଷାଙ୍କ ଦ୍ୱାରା ପରିଚାଳିତ ଏନଜିଓକୁ କେଉଁ ସୂତ୍ରରୁ ପାଣ୍ଠି ମିଳୁଛି, ଏନଜିଓ ଆକାଉଣ୍ଟକୁ ଅଡିଟ୍ କରାଯାଉଛି କି ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସମ୍ଭବତଃ, ବର୍ଷା ନିଜର କଳାଟଙ୍କାକୁ ଏହି ଏନଜିଓ ମାଧ୍ୟମରେ ଧଳା କରିବାକୁ ଉଦ୍ୟମ କରୁଥିବା କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ମାମଲା ଏବେ କୋର୍ଟଙ୍କ ବିଚାରାଧୀନ ରହିଛି । ଅନୁଭବ

Barsha-Anubhav Controversy