Advertisment

କୋରାପୁଟ ଝିଅ ନମିତାଙ୍କୁ ବ୍ରେକ୍ ଦେବେ ଅଭିନେତ୍ରୀ ବର୍ଷା

ଭୁବନେଶ୍ୱର: କୋରାପୁଟ ବନ୍ଧୁ ଗାଁ ବ୍ଲକ୍ ଚିନ୍ତାଗୁଡ଼ାର ଗାଁର ଆଦିବାସୀ ଝିଅ ନମିତା ମେଲେକାଙ୍କ ଗୀତକୁ ନେଇ ଏବେ ଗାଁରୁ ସହର ସବୁଆଡ଼େ ଚର୍ଚ୍ଚା। ନିଜ କୁଇ ଭାଷା ସହ ଓଡ଼ିଆ ଏବଂ ହିନ୍ଦୀ ଆଦି ଭାଷାରେ ତାଙ୍କ ଗୀତ ସୋଶାଲ ମିଡିଆରେ ଚର୍ଚ୍ଚାରେ ରହିଛି। ଏବେ ତାଙ୍କୁ ବିଭିନ୍ନ ଆଡ଼ୁ ଅଫର ମିଳିବା ଆରମ୍ଭ ହୋଇଛି। ଏପରିକି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଛନ୍ତି। https://www.facebook.com/OdishaReporter/videos/237380664332523/ […]

ଅଦ୍ୟତନ ହୋଇଛି
କୋରାପୁଟ ଝିଅ ନମିତାଙ୍କୁ ବ୍ରେକ୍ ଦେବେ ଅଭିନେତ୍ରୀ ବର୍ଷା

Varsha

Advertisment

ଭୁବନେଶ୍ୱର: କୋରାପୁଟ ବନ୍ଧୁ ଗାଁ ବ୍ଲକ୍ ଚିନ୍ତାଗୁଡ଼ାର ଗାଁର ଆଦିବାସୀ ଝିଅ ନମିତା ମେଲେକାଙ୍କ ଗୀତକୁ ନେଇ ଏବେ ଗାଁରୁ ସହର ସବୁଆଡ଼େ ଚର୍ଚ୍ଚା। ନିଜ କୁଇ ଭାଷା ସହ ଓଡ଼ିଆ ଏବଂ ହିନ୍ଦୀ ଆଦି ଭାଷାରେ ତାଙ୍କ ଗୀତ ସୋଶାଲ ମିଡିଆରେ ଚର୍ଚ୍ଚାରେ ରହିଛି। ଏବେ ତାଙ୍କୁ ବିଭିନ୍ନ ଆଡ଼ୁ ଅଫର ମିଳିବା ଆରମ୍ଭ ହୋଇଛି। ଏପରିକି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଛନ୍ତି।

Advertisment

ସୋଶାଲ ମିଡିଆ ଆକାଉଣ୍ଟରେ ବର୍ଷା ନମିତାଙ୍କୁ ପ୍ରଶଂସା କରିବା ସହ ଘୋଷଣା କରିଛନ୍ତି, ‘ତାଙ୍କର କି ଯାଦୁକରୀ ସ୍ୱର ଅଛି, ଈଶ୍ବର ଦତ୍ତ ଦକ୍ଷତା ସତରେ। ସାନ ଭଉଣୀ ନମିତା ସହ ମୋର ପ୍ରାର୍ଥନା ଓ ଆଶୀର୍ବାଦ ରହିଛି। ଦକ୍ଷତା ଲୁଚି ନରହୁ। ମୁଁ ତାଙ୍କର ଏ ଯାତ୍ରାରେ ଛୋଟ ଭୂମିକା ତୁଲାଇବାକୁ ଚାହୁଁଛି। ମୁଁ ତାଙ୍କ ସ୍ୱପ୍ନ ପୂରଣ ପାଇଁ ସହାୟତା କରିବାକୁ ଚାହୁଁଛି। ମୁଁ ଚାହିଁବି ସେ ଏହି ପ୍ରୟାସରେ ଜଣେ ସଙ୍ଗୀତ ଗୁରୁଙ୍କ ଦିଗଦର୍ଶନରେ ଏକ ଜଗନ୍ନାଥ ଭଜନରୁ କ୍ୟାରିଅର ଆରମ୍ଭ କରନ୍ତୁ। ନିଜ ଉପରେ ବିଶ୍ୱାସ ରଖ, ଆମେ ସମସ୍ତେ ତୁମ ସହ ଅଛୁ। ଜୟ ଜଗନ୍ନାଥ’।

publive-image

/>ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲାପାଳ ମଧ୍ୟ ନମିତାଙ୍କୁ ଭେଟିଛନ୍ତି। ତାଙ୍କ ପରିବାରର ଦୁର୍ବଳ ଆର୍ଥିକ ସ୍ଥିତିକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦,୦୦୦ ଟଙ୍କା ପ୍ରଦାନ କରାଯାଇଛି। ନମିତା ଏହି ଅର୍ଥରୁ କିଛି ବିନିଯୋଗ କରି ଟିଭିଟିଏ କିଣିବେ ବୋଲି କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe