ଶରଧା ବାଲିରେ ଶ୍ରୀଜୀଉ, ଆଜି ହେବ ଆଡ଼ପ ମଣ୍ଡପ ବିଜେ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଗତକାଲିଠୁ ଶରଧା ବାଲିରେ ପହଞ୍ଚିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜୀଉ । ଗତକାଲି ସନ୍ଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ସାମ୍ନା ଶରଧାବାଲିରେ ଲାଗିଥିଲା ତିନି ରଥ । ରଥ ଉପରେ ବିରାଜମାନ ଅଛନ୍ତି ଶ୍ରୀଜିଉ । ସେହି ରଥ ଉପରେ ହିଁ ଠାକୁରମାନଙ୍କ ଦୈନ୍ୟଦିନ ନୀତିକାନ୍ତି ଓ ଭୋଗ ଲାଗି […]

lord

Niharika Rout
  • Published: Saturday, 02 July 2022
  • , Updated: 02 July 2022, 01:54 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଗତକାଲିଠୁ ଶରଧା ବାଲିରେ ପହଞ୍ଚିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜୀଉ ।

ଗତକାଲି ସନ୍ଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ସାମ୍ନା ଶରଧାବାଲିରେ ଲାଗିଥିଲା ତିନି ରଥ । ରଥ ଉପରେ ବିରାଜମାନ ଅଛନ୍ତି ଶ୍ରୀଜିଉ । ସେହି ରଥ ଉପରେ ହିଁ ଠାକୁରମାନଙ୍କ ଦୈନ୍ୟଦିନ ନୀତିକାନ୍ତି ଓ ଭୋଗ ଲାଗି ହେଉଛି । ରଥ ଉପରେ ସନ୍ଧ୍ୟା ଧୂପ ସରିବା ପରେ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ନିଆଯିବ । ଆସନ୍ତା କାଲିଠୁ ମିଳିବ ଆଡ଼ପ ଅବଢ଼ା । ତାସହ ଜନ୍ମବେଦୀରେ ଠାକୁରଙ୍କ ଦର୍ଶନ କରିବାକୁ  ଭକ୍ତଙ୍କୁ ସୁଯୋଗ ମିଳିବ ।

ଗତକାଲି ରଥ ଟାଣିବାର ସୁଯୋଗ ପାଇନଥିବା ଭକ୍ତମାନେ ଆଜି ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି । ଶ୍ରୀଜିଉମାନେ ରଥାରୁଢ଼ ଥିବାରୁ ଶ୍ରଦ୍ଧାଳୁଙ୍କୁ ରଥ ଛୁଇଁବାକୁ ଅନୁମତି ଦିଆଯାଉନାହିଁ । ଦୀର୍ଘ ଦୁଇ ବର୍ଷ ପରେ ପ୍ରତ୍ୟକ୍ଷ ଭାବେ ଭକ୍ତମାନେ ରଥଯାତ୍ରାରେ ସାମିଲ ହେବାର ସୁଯୋଗ ପାଇ ବେଶ୍‌ ଖୁସି ଅଛନ୍ତି।

[caption id="attachment_746151" align="aligncenter" width="650"] ଶରଧାବାଲିରେ ଲାଗିଛି ୩ ରଥ ।[/caption]

ସେପଟେ ଆଜି ରୂପା ଛାଉଣୀ ହେବ ଶ୍ରୀମନ୍ଦିର କଳାହାଟ ଦ୍ୱାର । ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବା ପରେ ଗତକାଲି କଳାହାଟ ଦ୍ୱାରର ଫ୍ରେମ୍ ଶ୍ରୀମନ୍ଦିର ବାହାରକୁ ଯାଇଛି । ନୂଆ ଫ୍ରେମକୁ ନିଳାଦ୍ରୀ ଭକ୍ତ ନିବାସ ପରିସରରେ ତିଆରି କରାଯାଇଛି । ଜିଲ୍ଲା କୋଷାଗାରରେ ରଖାଯାଇଥିବା ୫୦୦ କେଜି ରୂପାକୁ ଅଣାଯାଇଥିଲା । ବର୍ମାଟିକ କାଠ ଉପରେ ଉତ୍କଳୀୟ ଢାଞ୍ଚାରେ କାରୁକାର୍ଯ୍ୟ ହୋଇଛି, ଯାହାକି ଆଜି କଳାହାଟ ଦ୍ୱାରରେ ଲଗାଯିବ । ପୂର୍ବରୁ ଶ୍ରୀମନ୍ଦିରର ୮ଟି ଦ୍ୱାରକୁ ରୂପାଛାଉଣୀ କରାଯାଇଥିଲା ।

ଦୀର୍ଘ ୨ ବର୍ଷରେ  ରଥଯାତ୍ରାରେ ସାମିଲ ହେବାକୁ ଭକ୍ତଙ୍କୁ ଅନୁମତି ମିଳିଥିବାରୁ ଗତକାଲି ଲୋକାରଣ୍ୟ ହୋଇ ଯାଇଥିଲା ବଡ଼ଦାଣ୍ଡ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର। ଭୋର ୩ଟାରୁ ମଙ୍ଗଳ ଆଳତି ସରିବା ପରେ ସକାଳ ୬ଟା ୧୫ରେ ପହଣ୍ଡି ଆରମ୍ଭ ଓ ମଧ୍ୟାହ୍ନ ୧୨ଟା ୩୫ରେ ରଥ ଭିଡ଼ା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ବେଳକୁ ସମସ୍ତ ୩ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା। ରଥଯାତ୍ରାରେ ସାମିଲ ହେବା ନିମନ୍ତେ ପୁରୀରେ ୭ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

Related story