Advertisment

ଚାଲି ଚାଲି ଯାଉଥିଲେ; ଅଟକାଇଲା ପ୍ରଶାସନ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଝାଡ଼ଖଣ୍ଡ ଓ ଅନ୍ୟ ରାଜ୍ୟରୁ କାମ କରିବାକୁ ଓଡ଼ିଶା ଆସିଥିବା କିଛି ଶ୍ରମିକ ଏବେ ଘର ମୁହାଁ ହୋଇଛନ୍ତି। ଲକ ଡାଉନ୍‌ ଯୋଗୁ ସେମାନେ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଛି। ଏଥିସହ ପାଖରେ ଥିବା ଟଙ୍କା ମଧ୍ୟ ସରିଗଲାଣି। ଖାଇବାକୁ କିଛି ନଥିବାରୁ ୩୦୦ରୁ ଅଧିକ ଶ୍ରମିକ ଘରକୁ ଚାଲି ଚାଲି ଯିବାକୁ ବାହାରିଛନ୍ତି। ଏହି ଶ୍ରମିକମାନେ ଝାରସୁଗୁଡ଼ାର ବେଦାନ୍ତ, ଭୂଷଣ ଓ ରାଜଗାଙ୍ଗପୁରର ଓସିଏଲ୍‌ରେ କାମ କରୁଥିଲେ। ଶ୍ରମିକମାନେ ଝାରସୁଗୁଡ଼ାରୁ ଚାଲି […]

ଅଦ୍ୟତନ ହୋଇଛି
ଚାଲି ଚାଲି ଯାଉଥିଲେ; ଅଟକାଇଲା ପ୍ରଶାସନ

jharsuguda

Advertisment

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଝାଡ଼ଖଣ୍ଡ ଓ ଅନ୍ୟ ରାଜ୍ୟରୁ କାମ କରିବାକୁ ଓଡ଼ିଶା ଆସିଥିବା କିଛି ଶ୍ରମିକ ଏବେ ଘର ମୁହାଁ ହୋଇଛନ୍ତି। ଲକ ଡାଉନ୍‌ ଯୋଗୁ ସେମାନେ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଛି। ଏଥିସହ ପାଖରେ ଥିବା ଟଙ୍କା ମଧ୍ୟ ସରିଗଲାଣି।

Advertisment

ଖାଇବାକୁ କିଛି ନଥିବାରୁ ୩୦୦ରୁ ଅଧିକ ଶ୍ରମିକ ଘରକୁ ଚାଲି ଚାଲି ଯିବାକୁ ବାହାରିଛନ୍ତି। ଏହି ଶ୍ରମିକମାନେ ଝାରସୁଗୁଡ଼ାର ବେଦାନ୍ତ, ଭୂଷଣ ଓ ରାଜଗାଙ୍ଗପୁରର ଓସିଏଲ୍‌ରେ କାମ କରୁଥିଲେ।

ଶ୍ରମିକମାନେ ଝାରସୁଗୁଡ଼ାରୁ ଚାଲି ଚାଲି ଆସି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଚେକ୍‌ ଗେଟ୍‌ରେ ଆଜି ସକାଳେ ପହଞ୍ଚିଥିଲେ। ଖବର ପାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ସେମାନଙ୍କୁ ଅଟକା ଯାଇଛି। ଏଥିସହ  ଶ୍ରମିକମାନଙ୍କୁ ଫେରାଇ ନେବାକୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯାଇଛି।

Advertisment

ସେହପିରି ଚାଲି ଚାଲି ଝାଡ଼ଖଣ୍ଡ ଯାଉଥିବା ୫୧ ଜଣ ଶ୍ରମିକଙ୍କୁ କୁଆଁରମୁଣ୍ଡାରେ ଅଟକାଯାଇଛି। ଏଥିସହ ସେମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଛି।

ଏନେଇ ଜଣେ ଶ୍ରମିକ କହିଛନ୍ତି,“ଆମକୁ ଉତ୍ତର ପ୍ରଦେଶ ଯିବାର ଅଛି। ପ୍ରଶାସନ ପକ୍ଷରୁ କିଛି ସୁବିଧା ଯୋଗାଇ ଦିଆଯାଉ ନାହିଁ। ଖାଲି ଗୋଟିଏ ବିସ୍କୁଟ ଓ ଦୁଇଟି କଦଳୀ  ଦେଇ ଚାଲି ଯାଉଛନ୍ତି। ଏଥିରେ ପିଲାଙ୍କ ପେଟ ମଧ୍ୟ ପୁରୁନି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe