bidyashree
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି। ଏହାକୁ ନେଇ ସସ୍ପେନ୍ସ ଜାରି ରହିଛି। ଏହାର ଖିଅ ଖୋଜିବା ପାଇଁ କ୍ରାଇମ୍ବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ଏହି ମାମଲାରେ ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। ଭୁବନେଶ୍ୱର ଫରେନସିକ ଲ୍ୟାବରେ ତାଙ୍କୁ ୫ ଘଣ୍ଟା ଧରି ଚାଲିଥିଲା ଲାଇ ଡିଟେକସନ ଟେଷ୍ଟ। ବିଦ୍ୟାଶ୍ରୀଙ୍କୁ ପ୍ରାୟ ୭୦ଟି ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି।
ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ରେଳ ଧାରଣାରୁ ମିଳିଥିଲା। ଜିଆରପି ଏହାକୁ ଏକ ଆତ୍ମହତ୍ୟା କହିବାରୁ ବିବାଦ ଉପୁଜିଥିଲା। ତେବେ ଆଦିତ୍ୟଙ୍କ ପ୍ୟୁପଲ୍ ଫର୍ ସେବା ସଙ୍ଗଠନ ଓ ବନ୍ଧୁଙ୍କ ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ ହତ୍ୟା ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚି ପାରିନଥିଲା। ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଘଟଣାର ତଦନ୍ତ କମିଶନରେଟ୍ ପୁଲିସ ଦ୍ୱାରା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ଏହା ପରେ ଡିଜିପି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲା। କ୍ରାଇମବ୍ରାଞ୍ଚ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ବାପା ଓ ମାଆଙ୍କ ସମେତ ବନ୍ଧୁମାନଙ୍କୁ ଜେରା କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/bidyashree.jpg)