Advertisment

ଆଦିତ୍ୟ ମୃତ୍ୟୁ ମାମଲା; ମୁହଁ ଖୋଲିଲେ ଚର୍ଚ୍ଚାରେ ଥିବା ଚିନ୍ମୟୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସାଇକୋ ଲେଡି’ ଏବଂ ‘ରହସ୍ୟମୟୀ’ କୁହାଯାଉଥିବା ଯୁବତୀ ଶେଷରେ ସାମ୍ନାକୁ ଆସିଛନ୍ତି। ଚିନ୍ମୟୀ ମହାପାତ୍ର ନାମକ ଏହି ଯୁବତୀ ଜଣକ ଆଦିତ୍ୟଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ୱୀକାର କରିଛନ୍ତି। କିନ୍ତୁ ତାହା ଅଳ୍ପ କିଛି ମାସର ଥିଲା। ତେବେ ବିସ୍ମିତ ତାଙ୍କ ନାମରେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ‘ସାଇକୋ ଲେଡି’ ଆରୋପ ପାଇଁ  ଆଇନର ସହାୟତା ନେବେ ବୋଲି ଯୁବତୀ ଜଣକ କହିଛନ୍ତି। ଏଥିସହିତ ଆଦିତ୍ୟ ମୃତ୍ୟୁ ମାମଲାରେ […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ବିଦ୍ୟାଶ୍ରୀ ଜୀବନସାଥୀ ହେବା ପୂର୍ବରୁ ଆଦିତ୍ୟଙ୍କ ସହ ସମ୍ପର୍କରେ ଥିଲେ ଚିନ୍ମୟୀ!

Chinmayee

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସାଇକୋ ଲେଡି’ ଏବଂ ‘ରହସ୍ୟମୟୀ’ କୁହାଯାଉଥିବା ଯୁବତୀ ଶେଷରେ ସାମ୍ନାକୁ ଆସିଛନ୍ତି। ଚିନ୍ମୟୀ ମହାପାତ୍ର ନାମକ ଏହି ଯୁବତୀ ଜଣକ ଆଦିତ୍ୟଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ୱୀକାର କରିଛନ୍ତି। କିନ୍ତୁ ତାହା ଅଳ୍ପ କିଛି ମାସର ଥିଲା। ତେବେ ବିସ୍ମିତ ତାଙ୍କ ନାମରେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ‘ସାଇକୋ ଲେଡି’ ଆରୋପ ପାଇଁ  ଆଇନର ସହାୟତା ନେବେ ବୋଲି ଯୁବତୀ ଜଣକ କହିଛନ୍ତି।

Advertisment

ଏଥିସହିତ ଆଦିତ୍ୟ ମୃତ୍ୟୁ ମାମଲାରେ ତଦନ୍ତ ପରିସରଭୁକ୍ତ କଲେ ସହଯୋଗ କରିବେ ବୋଲି କହିଛନ୍ତି। ଆଦିତ୍ୟଙ୍କ ସହ ଫେସବୁକରେ ତାଙ୍କର ପରିଚୟ ଓ ସମ୍ପର୍କ ହୋଇଥିଲା। ପରେ ଭୁବନେଶ୍ୱର ଆସିଥିବା ସମୟରେ ୨ ଥର ଆଶ୍ରମଠାରେ ଦେଖା ହୋଇଥିବା ସେ ସ୍ୱୀକାର କରିଛନ୍ତି। ତେବେ ଏ ପ୍ରେମ ସମ୍ପର୍କ ଏକତରଫା ନୁହେଁ ନର୍ମାଲ ଥିଲା। କିନ୍ତୁ କିଛି ମାସ ପରେ ଆଦିତ୍ୟ ତାଙ୍କୁ ଆଭୋଏଡ୍‌ କରିଥିଲେ ବୋଲି ଚିନ୍ମୟୀ କହିଛନ୍ତି।

ସେ କହିଛନ୍ତି, “ଆମ ଉଭୟଙ୍କ ମଧ୍ୟରେ ଡିଷ୍ଟାନ୍ସ ସମ୍ପର୍କ ଥିଲା। ମୁଁ ଭୁବନେଶ୍ୱର ସମ୍ପର୍କୀୟଙ୍କ ଘରକୁ ଗଲେ ତାଙ୍କୁ ଭେଟିଥାଏ। ତାଙ୍କ ଆଶ୍ରମକୁ ଥରେ ଦୁଇଥର ଯାଇ ତାଙ୍କୁ ଭେଟିଛି। ମୋତେ ସାଇକୋ ଲେଡି ବୋଲି ଯାହା କହୁଛନ୍ତି, ତାହା ମିଛ।”

Advertisment