Advertisment

ଆଦିତ୍ୟ ମୃତ୍ୟୁ ମାମଲା; ୨ ଟ୍ରେନ୍‌ ଡ୍ରାଇଭରଙ୍କୁ ଜେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ତଥା ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। ଏହି ମାମଲାର ଖିଅ ପାଇବାକୁ ଜିଆରପି ଖୋଳତାଡ଼ ଜାରି ରଖିଥିବା ବେଳେ ଆଜି ଆଉ ୨ଟି ଟ୍ରେନ୍‌ ଡ୍ରାଇଭରଙ୍କୁ ପଚରାଉଚରା କରିଛି। ଏକ ପାର୍ସଲ ଟ୍ରେନ ଓ ଏକ ମାଲଗାଡିର ଲୋକୋ ପାଇଲଟଙ୍କୁ ପଚରାଉଚରା କରିଛି ଜିଆରପି । ଉଭୟ ଟ୍ରେନର ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଓ ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରଯାଇଛି । ମାତ୍ର ଘଟଣା ଦିନ […]

author-image
Niharika Rout
ଅଦ୍ୟତନ ହୋଇଛି
ଆଦିତ୍ୟ ମୃତ୍ୟୁ ମାମଲା; ୨ ଟ୍ରେନ୍‌ ଡ୍ରାଇଭରଙ୍କୁ ଜେରା

aaaa

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ତଥା ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। ଏହି ମାମଲାର ଖିଅ ପାଇବାକୁ ଜିଆରପି ଖୋଳତାଡ଼ ଜାରି ରଖିଥିବା ବେଳେ ଆଜି ଆଉ ୨ଟି ଟ୍ରେନ୍‌ ଡ୍ରାଇଭରଙ୍କୁ ପଚରାଉଚରା କରିଛି।

Advertisment

ଏକ ପାର୍ସଲ ଟ୍ରେନ ଓ ଏକ ମାଲଗାଡିର ଲୋକୋ ପାଇଲଟଙ୍କୁ ପଚରାଉଚରା କରିଛି ଜିଆରପି । ଉଭୟ ଟ୍ରେନର ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଓ ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରଯାଇଛି । ମାତ୍ର ଘଟଣା ଦିନ ରାତି ଅଧିକ ହୋଇଥିବାରୁ କିଛି ଦେଖପାରି ନ ଥିବା କହିଛନ୍ତି ଟ୍ରେନ ଡ୍ରାଇଭର । ଆଦିତ୍ୟଙ୍କ ମୃତଦେହ ମିଳିଥିବା ଟ୍ରାକ୍‌ରେ ଏହି ୨ଟି ଟ୍ରେନ ଯାଇଥିଲା। ଘଟଣା ଦିନ ରାତି ୧୦ଟା ପରେ ଉଭୟ ଟ୍ରେନ ସେହି ଟ୍ରାକ୍‌ରେ ଯାଇଥିଲା।  ଏହାପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟଙ୍କୁ ଜେରା କରିଥିଲା GRP।

ଏଠାରେ ସୂଚନାଯୋଗ୍ୟ, ଗତ ୭ ତାରିଖ ସକାଳେ ସାମାଜିକ କର୍ମୀ ତଥା ମୋଟିଭେସନାଲ ସ୍ପିକର ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ସ୍ଥାନୀୟ ଲିଙ୍ଗରାଜ ରେଳଲାଇନରୁ ଉଦ୍ଧାର କରାଯାଇଥିଲା।  ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ତଦନ୍ତ ଜିଆରପି କରୁଥିବା ବେଳେ ଏହାର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ମାଗିଛନ୍ତି NHRC। ପୁଲିସ୍‌ କମିଶନରଙ୍କୁ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି NHRC। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ସହ ଆଦିତ୍ୟଙ୍କ ମୃତ୍ୟୁ ନେଇ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜଣାଇବାକୁ ମଧ୍ୟ ନିର୍ଦ୍ଦେଶନାମାରେ କୁହାଯାଇଛି।

Advertisment
Interrogation