/odisha-reporter/media/post_attachments/uploads/2020/07/bbsr-778888.jpg)
bbsr
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ଫୋରେନସିକ୍ ଲ୍ୟାବ୍ ଯାଇଛି ତାଙ୍କ ସୁଇସାଇଡ୍ ନୋଟ୍। ଏଥିସହ ତାଙ୍କ ପୂର୍ବ ହାତଲେଖା ଓ ଚେକ୍ ଦସ୍ତଖତକୁ ମଧ୍ୟ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ଯାଞ୍ଚ ପାଇଁ ଜିଆରପି ରାଜ୍ୟ ଫୋରେନସିକ୍ ଲ୍ୟାବ୍କୁ ଏସବୁକୁ ପଠାଇଛି।
Advertisment
ମୃତ୍ୟୁର ୪ ଦିନ ପୂର୍ବରୁ ଆଦିତ୍ୟଙ୍କର ସମସ୍ତ କଲ୍ ରେକର୍ଡ ବି ଯାଞ୍ଚ କରାଯିବ। ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି, ସେନେଇ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ଜୁଲାଇ ୭ ତାରିଖରେ ଆଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଲାଇନ୍ରୁ ଉଦ୍ଧାର କରାଯାଇଥିଲା। ସେ ମୋଟିଭେସନାଲ ସ୍ପିକର ତଥା ସମାଜିକ କର୍ମୀ ଭାବେ ବେଶ୍ ପରିଚିତ ଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
