ହସ୍ତାକ୍ଷର ଖୋଲିବ ମୃତ୍ୟୁ ରହସ୍ୟ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ଫୋରେନସିକ୍ ଲ୍ୟାବ୍ ଯାଇଛି ତାଙ୍କ ସୁଇସାଇଡ୍‌ ନୋଟ୍। ଏଥିସହ ତାଙ୍କ ପୂର୍ବ ହାତଲେଖା ଓ ଚେକ୍ ଦସ୍ତଖତକୁ ମଧ୍ୟ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ଯାଞ୍ଚ ପାଇଁ ଜିଆରପି ରାଜ୍ୟ ଫୋରେନସିକ୍ ଲ୍ୟାବ୍‌କୁ ଏସବୁକୁ ପଠାଇଛି। ମୃତ୍ୟୁର ୪ ଦିନ ପୂର୍ବରୁ ଆଦିତ୍ୟଙ୍କର ସମସ୍ତ କଲ୍ ରେକର୍ଡ ବି ଯାଞ୍ଚ କରାଯିବ। ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି, […]

bbsr

Jyoshna Pradhan
  • Published: Monday, 13 July 2020
  • , Updated: 13 July 2020, 02:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ଫୋରେନସିକ୍ ଲ୍ୟାବ୍ ଯାଇଛି ତାଙ୍କ ସୁଇସାଇଡ୍‌ ନୋଟ୍। ଏଥିସହ ତାଙ୍କ ପୂର୍ବ ହାତଲେଖା ଓ ଚେକ୍ ଦସ୍ତଖତକୁ ମଧ୍ୟ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ଯାଞ୍ଚ ପାଇଁ ଜିଆରପି ରାଜ୍ୟ ଫୋରେନସିକ୍ ଲ୍ୟାବ୍‌କୁ ଏସବୁକୁ ପଠାଇଛି।

ମୃତ୍ୟୁର ୪ ଦିନ ପୂର୍ବରୁ ଆଦିତ୍ୟଙ୍କର ସମସ୍ତ କଲ୍ ରେକର୍ଡ ବି ଯାଞ୍ଚ କରାଯିବ। ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି, ସେନେଇ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ଜୁଲାଇ ୭ ତାରିଖରେ ଆଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଲାଇନ୍‌ରୁ ଉଦ୍ଧାର କରାଯାଇଥିଲା। ସେ  ମୋଟିଭେସନାଲ ସ୍ପିକର ତଥା ସମାଜିକ କର୍ମୀ ଭାବେ ବେଶ୍ ପରିଚିତ ଥିଲେ।

Related story