ମୋତେ ଗୁଳି ମାରିଦିଅ... ନହେଲେ ଆତ୍ମହତ୍ୟା କରିବି

ସୁନ୍ଦରଗଡ଼(ବିଜୟ ବରୁଆ): ମୋତେ ଗୁଳି ମାରିଦିଅ… ନହେଲେ ମୁଁ ନିଜେ ଏଇଠି ଆତ୍ମହତ୍ୟା କରିଦେବି। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଚ୍ୟାମ୍ୱର ସମ୍ମୁଖରେ ବସି ଜଣେ ଆଦିବାସୀ ଯୁବତୀ ଏପରି ଚେତାବନୀ ଦେଇଛି। ଆଉ କୋହଭରା କଣ୍ଠରେ ବଖାଣୁଛି ଜୀବନରେ ଘଟିଥିବା ସଂଘର୍ଷର କାହାଣୀ। ଦୀର୍ଘ ୧୦ ବର୍ଷ ଧରି ସେ ଯେଉଁ ସ୍କୁଲ ପାଇଁ ଦିନ ରାତି ଏକ କରିଦେଇଥିଲେ, ସେହି ଅନୁଷ୍ଠାନ ତାଙ୍କୁ ଠକିଦେଲା। ଅଶୋକ ସାର୍‌ ଲାଞ୍ଚ ନେଇ ଅନ୍ୟ ଜଣକୁ ଚାକିରି ଦେଇଥିବା ଅଭିଯୋଗ […]

Sundaragarh

Sundaragarh

Manoranjan Sial
  • Published: Thursday, 28 October 2021
  • Updated: 28 October 2021, 08:37 PM IST

Sports

Latest News

ସୁନ୍ଦରଗଡ଼(ବିଜୟ ବରୁଆ): ମୋତେ ଗୁଳି ମାରିଦିଅ... ନହେଲେ ମୁଁ ନିଜେ ଏଇଠି ଆତ୍ମହତ୍ୟା କରିଦେବି। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଚ୍ୟାମ୍ୱର ସମ୍ମୁଖରେ ବସି ଜଣେ ଆଦିବାସୀ ଯୁବତୀ ଏପରି ଚେତାବନୀ ଦେଇଛି। ଆଉ କୋହଭରା କଣ୍ଠରେ ବଖାଣୁଛି ଜୀବନରେ ଘଟିଥିବା ସଂଘର୍ଷର କାହାଣୀ। ଦୀର୍ଘ ୧୦ ବର୍ଷ ଧରି ସେ ଯେଉଁ ସ୍କୁଲ ପାଇଁ ଦିନ ରାତି ଏକ କରିଦେଇଥିଲେ, ସେହି ଅନୁଷ୍ଠାନ ତାଙ୍କୁ ଠକିଦେଲା। ଅଶୋକ ସାର୍‌ ଲାଞ୍ଚ ନେଇ ଅନ୍ୟ ଜଣକୁ ଚାକିରି ଦେଇଥିବା ଅଭିଯୋଗ କରିଛନ୍ତି ପିରୋ କିସାନ।

ମଝାପଡ଼ା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଅନ ଭାବେ ଚାକିରି କରୁଥିଲେ ପିରୋ କିସାନ। ଦୀର୍ଘ ୧୦ ବର୍ଷ ଧରି ଚାକିରି କରିଥିଲେ। ଯେତେବେ ସ୍କୁଲକୁ ବ୍ଲକଗ୍ରାଣ୍ଟ ମିଳିଲା, ସେତେବେଳେ ତାଙ୍କୁ ୩୦,୦୦୦ ଟଙ୍କା ମଗା ଯାଇଥିଲା। ମାତ୍ର ଦାରିଦ୍ର୍ୟତା ଭିତରେ ଧୁନ୍ଧି ହେଉଥିବା ପିରୋ ପକ୍ଷେ ଏତେ ଟଙ୍କା ଦେବା ସମ୍ଭବପର ହୋଇନଥିଲା। ତଥାପି ଧାର ଉଧାର କରି ୧୫,୦୦୦ ଟଙ୍କା ଆଣି ଅଶୋକ୍‌ ସାରଙ୍କୁ ଦେଇଥିଲେ ପିରୋ। ଆଉ ବାକି ଟଙ୍କା ନିଯୁକ୍ତିପତ୍ର ପାଇଲା ବେଳେ ଦେବେ ବୋଲି ପିରୋ କହିଥିଲେ।

ସ୍କୁଲ କର୍ତ୍ତୃପକ୍ଷ ପିରୋଠାରୁ ୧୫,୦୦୦ ଟଙ୍କା ନେଲେ। ହେଲେ ଅନ୍ୟ ଜଣଙ୍କୁ ଚାକିରି ଦେଇଥିଲେ। ପିରୋଙ୍କୁ ଚାକିରି ମିଳିଲା ନାହିଁ। ଯାହାକୁ ନେଇ ଭାଙ୍ଗିପଡ଼ିଥିଲେ ପିରୋ। ଆଉ ଗୁହାରୀ କରିବାକୁ ଧାଇଁ ଯାଇଥିଲେ ଜିଲ୍ଲାପାଳଙ୍କ ପାଖକୁ। ପୂର୍ବତନ ଜିଲ୍ଲାପାଳ ତାଙ୍କ ଗୁହାରୀ ଶୁଣିଥିଲେ। ଘଟଣାର ତଦନ୍ତ କରି ପିରୋଙ୍କୁ ନ୍ୟାୟ ଦେବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେ ନ୍ୟାୟ ପାଇନାହାନ୍ତି। ଇତି ମଧ୍ୟ ୪ ବର୍ଷ ବିତିଗଲାଣି। ଡିଇଓ ଅଫିସ୍‌କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ପିରୋ।

ପିଲା ବେଳୁ ବାପଙ୍କୁ ହରାଇଥିବା ପିରୋ କରୋନାରେ ମାଆଙ୍କୁ ହରାଇଛନ୍ତି। ପରିବାର କହିଲେ ଆଉ କେହିନାହାନ୍ତି। ବର୍ତ୍ତମାନ ସମ୍ପୂର୍ଣ୍ଣ ଏକା ହୋଇଯାଇଛନ୍ତି। ସବୁଆଡୁ ନିରାଶ ହେବା ପରେ ସେ ବୁଧବାର ଜିଲ୍ଲାପାଳଙ୍କ ଚାମ୍ୱର ସମ୍ମୁଖରେ ଧାରଣରେ ବସିଥିଲେ। ଜିଲ୍ଲାପାଳଙ୍କୁ ଦେଖା କରିବାକୁ ଚାହୁଁଥିଲେ। ଜିଲ୍ଲାପାଳ ନଥିବାରୁ ଏଡିଏମ୍‌ ପିରୋଙ୍କ ଅଭିଯୋଗ ଶୁଣିଥିଲେ। ଆଉ ଘଟଣାର ତଦନ୍ତ କରିବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡିଇଓ ଅଭିଯୋଗପତ୍ର ଗ୍ରହଣ କରି ଘଟଣାର ତଦନ୍ତ କରୁଛନ୍ତି।

ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ କହିଛନ୍ତି-“ମହିଳାଙ୍କଠାରୁ ଅଭିଯୋଗପତ୍ର ନେଇଛି। ତଦନ୍ତ କରି ପଦକ୍ଷେପ ନେବି। ଲାଞ୍ଚ ନେବାର ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story