/odisha-reporter/media/post_attachments/uploads/2020/09/test.jpg)
test
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ୩ରେ ଇ-ଆଡମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ ଆସନ୍ତା ୮ ତାରିଖରୁ ଆବେଦନ ଆରମ୍ଭ ହେବ । ଚଳିତ ମାସ ୨୨ ତାରିଖ ହେଉଛି ଆବେଦନର ଶେଷ ତାରିଖ ।
Advertisment
ଏହାପରେ ଚଳିତ ମାସ ୨୮ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ସେହି ୨୮ ତାରିଖରେ ହିଁ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରାଯିବ।
ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ । ସେହିପରି ଅକ୍ଟୋବର ୮ରେ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
