ଯୁକ୍ତ ୩ ଇ-ଆଡମିଶନ ପାଇଁ ୮ରୁ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ୩ରେ ଇ-ଆଡମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ ଆସନ୍ତା ୮ ତାରିଖରୁ ଆବେଦନ ଆରମ୍ଭ ହେବ ।  ଚଳିତ ମାସ ୨୨ ତାରିଖ ହେଉଛି ଆବେଦନର ଶେଷ ତାରିଖ  । ଏହାପରେ ଚଳିତ ମାସ ୨୮ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ  । ସେହି  ୨୮ ତାରିଖରେ ହିଁ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରାଯିବ। ଅକ୍ଟୋବର ୮ ତାରିଖରେ […]

test

Niharika Rout
  • Published: Saturday, 05 September 2020
  • , Updated: 05 September 2020, 10:34 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ୩ରେ ଇ-ଆଡମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ ଆସନ୍ତା ୮ ତାରିଖରୁ ଆବେଦନ ଆରମ୍ଭ ହେବ ।  ଚଳିତ ମାସ ୨୨ ତାରିଖ ହେଉଛି ଆବେଦନର ଶେଷ ତାରିଖ  ।

ଏହାପରେ ଚଳିତ ମାସ ୨୮ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ  । ସେହି  ୨୮ ତାରିଖରେ ହିଁ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରାଯିବ।

ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ । ସେହିପରି ଅକ୍ଟୋବର ୮ରେ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Related story