Advertisment

ବିଜେଡି ସରକାରର ୧୯ବର୍ଷର ବିଫଳତା ଖୋଲିଲା ଏଡିଆର ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ୧୯ବର୍ଷ ଧରି କ୍ଷମତାସୀନ ବିଜେଡି ସରକାର ଓଡ଼ିଶାର ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛି। ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର) ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ସର୍ଭେ ରିପୋର୍ଟ ବିଜେଡି ସରକାରର ବିଫଳତାକୁ ପଦାରେ ପକାଇଛି। ବିଶେଷକରି ନିଯୁକ୍ତି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପଲବ୍ଧ କରାଇବାରେ ବିଜେଡି ସରକାରର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟର […]

ବିଜେଡି ସରକାରର ୧୯ବର୍ଷର ବିଫଳତା ଖୋଲିଲା ଏଡିଆର ରିପୋର୍ଟ

Adr-survey-report-exposes-the-chinks-in-bjd-govts-armour

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ୧୯ବର୍ଷ ଧରି କ୍ଷମତାସୀନ ବିଜେଡି ସରକାର ଓଡ଼ିଶାର ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛି। ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର) ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ସର୍ଭେ ରିପୋର୍ଟ ବିଜେଡି ସରକାରର ବିଫଳତାକୁ ପଦାରେ ପକାଇଛି। ବିଶେଷକରି ନିଯୁକ୍ତି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପଲବ୍ଧ କରାଇବାରେ ବିଜେଡି ସରକାରର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

Advertisment

ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟର ଭୋଟରମାନେ ୩ଟି ପ୍ରମୁଖ ପ୍ରସଙ୍ଗ ଯଥା ପାନୀୟ ଜଳ (୪୪.୦୫%), ନିଯୁକ୍ତି ସୁବିଧା (୪୧.୯୫%) ଓ ଉତ୍ତମ ରାସ୍ତା (୩୭.୩୦%)କୁ ପ୍ରାଥମିକତା ଦେଇଛନ୍ତି। ଏହି ୩ଟି ପ୍ରସଙ୍ଗରେ ସରକାରଙ୍କ ସଫଳତା ଭୋଟରଙ୍କ ଆଶାଠୁ ବହୁ ପଛରେ ରହିଛି। ସେହିପରି ଓଡ଼ିଶାର ଗ୍ରାମାଞ୍ଚଳରେ ଭୋଟରଙ୍କ ପ୍ରମୁଖ ଆବଶ୍ୟକତା ହେଉଛି କୃଷି ପାଇଁ ପାଣି (୪୩%), ପାନୀୟ ଜଳ (୪୩%) ଏବଂ ଉତ୍ତମ ନିଯୁକ୍ତି ସୁବିଧା (୪୧%)।

ସରକାରଙ୍କ ସଫଳତାକୁ ନଜରରେ ରଖି ୫ ଅଙ୍କରୁ କୃଷି କ୍ଷେତ୍ରରେ ପାଣି ଯୋଗାଣରେ ମାତ୍ର ୨.୪୮ଅଙ୍କ , ପାନୀୟ ଜଳ ଯୋଗାଣରେ ୨.୩୨ଅଙ୍କ , ଉତ୍ତମ ନିଯୁକ୍ତି ସୁବିଧା ଦେବାରେ ୨.୨୭ ଅଙ୍କ ରହିଥିଲା । ଏହି କ୍ଷେତ୍ରରେ ବି ସରକାରଙ୍କ ସଫଳତା ଆଶାଠାରୁ ବହୁ ଦୂରରେ।

Advertisment

ସେହିପରି ଗ୍ରାମାଞ୍ଚଳରେ ସରକାର ୫ ଅଙ୍କରୁ ଉତ୍ତମ ଡ଼ାକ୍ତରଖାନା/ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ଭିତ୍ତିଭୂମି ଉପଲବ୍ଧ କରାଇବାରେ ୨.୧୪ ଅଙ୍କ, ସଡ଼କ ସୁବିଧା ଉପଲବ୍ଧ କରାଇବାରେ ୨.୩୨ ଅଙ୍କ ଏବଂ କୃଷି ପାଇଁ ବିଦ୍ୟୁତ୍ ଯୋଗାଇବାରେ ୨.୪୫ଅଙ୍କ ପାଇଥିଲା। ଏ କ୍ଷେତ୍ରରେ ସରକାରଙ୍କ ପ୍ରଦର୍ଶନ ଦୁର୍ବଳ ରହିଛି।

କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳର ଭୋଟରମାନେ ମଧ୍ୟ ପାନୀୟ ଜଳ(୪୮%), ନିଯୁକ୍ତି ସୁଯୋଗ(୪୫%) ଏବଂ ଉତ୍ତମ ଡାକ୍ତରଖାନା/ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(୪୩%) ଭଳି ୩ଟି ପ୍ରସଙ୍ଗକୁ ପ୍ରାଥମିକତା ଦେଇଛନ୍ତି। ସହରାଞ୍ଚଳର ଭୋଟରମାନେ ପାନୀୟ ଜଳ ପାଇଁ ସରକାରଙ୍କୁ ୫ରୁ ୨.୨୫ ଅଙ୍କ , ନିଯୁକ୍ତି ସୁଯୋଗରେ ୨.୩୯ ଏବଂ ଡାକ୍ତରଖାନା ପାଇଁ ୨.୧୨ ଅଙ୍କ ପ୍ରଦାନ କରିଛନ୍ତି। ଯାହାକି ସରକାରଙ୍କ ୫୦ପ୍ରତିଶତରୁ କମ୍ ପ୍ରଦର୍ଶନକୁ ଦର୍ଶାଉଛି। ସେହିପରି ଉତ୍ତମ ସଡ଼କ ସୁବିଧା ଉପଲବ୍ଧ କରାଇବାରେ ସରକାରଙ୍କୁ ଭୋଟରମାନେ ମାତ୍ର ୨.୧୫, ପାଣି ଓ ବାୟୁ ପ୍ରଦୂଷଣ ରୋକିବାରେ ୨.୨୭ ଅଙ୍କ ଦେଇଛନ୍ତି।

ସାଧାରଣ ନିର୍ବାଚନ ପୂର୍ବରୁ ଏହି ଏଡିଆର ରିପୋର୍ଟ ବିଜେଡି ସରକାରର ସଫଳତା ଦାବିର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।

ସୂଚନାଯୋଗ୍ୟ, ରାଜ୍ୟର ୨୧ଟି ଲୋକସଭା ଆସନର ପ୍ରାୟ ୧୦,୫୦୦ ଲୋକଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା। ଏହି ସର୍ଭେ ୨୦୧୮ ମସିହା ଅକ୍ଟୋବର ଓ ଡିସେମ୍ବର ମାସରେ ହୋଇଥିଲା। ଏଡିଆର ଓ ଆରଏ ଅଷ୍ଟରିଜ୍ କମ୍ପ୍ୟୁଟିଂ ଆଣ୍ଡ ସଲ୍ୟୁସନ୍ ପ୍ରାଃ ଲିଃ ଦ୍ୱାରା ମିଳିତ ଭାବେ ଏହା ହେଉଛି ଦେଶର ସର୍ବବୃହତ୍ ସର୍ଭେର ରିପୋର୍ଟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe