Advertisment

ସଉକିଆ ଯନ୍ତ୍ରୀ ଗିରଫ, ୬ କୋଟିର ଆୟବର୍ହିଭୂତ ସମ୍ପତ୍ତି ଠାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜନ ଜିଲ୍ଲା ଅନ୍ତର୍ଗତ ଉଦଳାର RWSS ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା ଗିରଫ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ତାଙ୍କ ଠାରୁ ପାଖାପାଖି ୬ କୋଟିର ଟଙ୍କାର ସଂପତ୍ତି ଠାବ ହୋଇଛି। ଏନେଇ ଆଜି ଭିଜିଲାନ୍ସ ଏସ୍‌ପି ଏମ୍ ରାଧାକ୍ରିଷ୍ଣ ସୂଚନା ଦେଇଛନ୍ତି। ଶ୍ରୀ ପଣ୍ଡାଙ୍କୁ ବିରୋଧରେ ଏନେଇ ଏକ ମାମଲା କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେ କହିଛନ୍ତି, ଚଢ଼ଉ ସମୟରେ ହିସାବ ଦେଇ […]

ଅଦ୍ୟତନ ହୋଇଛି
ବାର ଦେଖି ଦାମୀ ଘଣ୍ଟା ପିନ୍ଧୁଥିଲେ, ରୁପା ଗ୍ଳାସ୍‌ରେ ପାଣି ପିଉଥିଲେ !

watch

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜନ ଜିଲ୍ଲା ଅନ୍ତର୍ଗତ ଉଦଳାର RWSS ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା ଗିରଫ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ତାଙ୍କ ଠାରୁ ପାଖାପାଖି ୬ କୋଟିର ଟଙ୍କାର ସଂପତ୍ତି ଠାବ ହୋଇଛି। ଏନେଇ ଆଜି ଭିଜିଲାନ୍ସ ଏସ୍‌ପି ଏମ୍ ରାଧାକ୍ରିଷ୍ଣ ସୂଚନା ଦେଇଛନ୍ତି। ଶ୍ରୀ ପଣ୍ଡାଙ୍କୁ ବିରୋଧରେ ଏନେଇ ଏକ ମାମଲା କରାଯାଇ କୋର୍ଟ ଚାଲାଣ କରାଯାଇଛି।

Advertisment

ସେ କହିଛନ୍ତି, ଚଢ଼ଉ ସମୟରେ ହିସାବ ଦେଇ ପାରି ନ ଥିବା ସମ୍ପତ୍ତିଗୁଡ଼ିକୁ ଭିଜିଲାନ୍ସ କେସ୍‌ରେ ଆଟାର୍ଚ କରାଯାଇଛି। ଯାହା ଭିତରେ ରହିଛି ଗୋଟିଏ ୩ ମହଲା କୋଠା, ଗୋଟିଏ ଫ୍ଲାଟ୍ ଓ ୧୨ଟି ଜମି, ସପିଂ ପ୍ଲାଜା, ୧.୩୦ କୋଟିର ବ୍ୟାଙ୍କ ଡିପୋଜିଟ୍, କ୍ରେଡିଟ୍ କାର୍ଡ ଜରିଆରେ ଖର୍ଚ୍ଚ କରିଥିବା ୧ କୋଟି ଟଙ୍କା, ମିଳିଥିବା ୨ କେଜି ୨୩୦ ଗ୍ରାମ ସୁନା ଅଳଙ୍କାର, ନଗଦ ୨୮ ଲକ୍ଷ ଟଙ୍କା ପ୍ରଭୃତି ରହିଛି। କ୍ରେଡିଟ୍ କାର୍ଡ ଜରିଆରେ ହୋଇଥିବା ଖର୍ଚ୍ଚର ଏବେବି ଖୋଳତାଡ଼ ଚାଲିଥିବା ସେ କହିଛନ୍ତି।

ସୂଚନା ଥାଉକି, ଗତକାଲି ଶ୍ରୀପଣ୍ଡାଙ୍କ ଘର ଓ ବିଭିନ୍ନ ଠିକଣା ଉପରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏହି ସମୟରେ ତାଙ୍କର ରାଜକୀୟ ଜୀବନ ସାମ୍ନାକୁ ଆସିଥିଲା। ସେ ବାର ଦେଖି ନାମୀଦାମୀ ଘଣ୍ଟା ପିନ୍ଧୁଥିଲେ ! ରୁପା ଗ୍ଳାସ୍‌ରେ ପାଣି ପିଉଥିଲେ। ଆଲିସାନ୍ ବିଲ୍ଡିଂରେ ବିତୁଥିଲା ରାଜକୀୟ ଜୀବନ। ଆଉ ମାତ୍ର ୬ ମାସ ପରେ ସେ ଚାକିରିରୁ ଅବସରରେ ନେଇଥାନ୍ତେ। କିନ୍ତୁ ତା ପୂର୍ବରୁ ଆୟବହିର୍ଭୂତ ସଂପତି ଠୁଳ୍ ଅଭିଯୋଗରେ ଚଢଉ କରି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe