Boat
୧୯ ବର୍ଷ ପରେ ବଦଳିବ ଓଡ଼ିଶା ବୋଟ୍ ନିୟମ। ଦୁଇ ମାସ ଭିତରେ କେନ୍ଦ୍ରୀୟ ଆଇନ୍ ଢାଞ୍ଚାରେ ଆସିବ ନୂଆ ଓଡ଼ିଶା ବୋଟ ଅଧିନିୟମ। ରାଜ୍ୟ ଦେଇଯାଇଥିବା ସମସ୍ତ ଅର୍ନ୍ତଦେଶୀୟ ଜଳପଥରେ ନିରାପଦ ଯାତ୍ରା ସହ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ।
ନୂଆ ନିୟମ ଅନୁସାରେ ସାରା ରାଜ୍ୟରେ ଗୋଟିଏ ପ୍ରକାରର ବୋଟ ଚାଲିବ। ଫଳରେ ଯାତ୍ରୀଙ୍କ ସହ ଜଳପଥରେ ବଢ଼ିବ ପଣ୍ୟ କାରବାର। ସମୁଦ୍ର, ନଦୀ ଓ ହ୍ରଦରେ ଚାଲିବ ଯାତ୍ରୀବାହୀ ବୋଟ। ଚିଲିକାରେ ୩ ମାସ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚାଲିବ ସୌରଶକ୍ତି ସମ୍ପନ୍ନ ବୋଟ। ଏହି ବୋଟ ଚାଲିବା ଦ୍ୱାରା ବର୍ଷକୁ ପରିବହନ ଖର୍ଚ୍ଚ ପ୍ରାୟ ୭ ଲକ୍ଷ ଟଙ୍କା କମିଯିବ। ପରୀକ୍ଷଣ ସଫଳ ହେଲେ ରାଜ୍ୟର ଅନ୍ୟ ଜଳପଥରେ ଚଲାଯିବ ସୋଲାର ବୋଟ୍। ଏନେଇ ଆଜି ବୋଟ୍ ମାଲିକ, ନିର୍ମାଣକାରୀ ସଂସ୍ଥାଙ୍କ ସହ ଅନ୍ୟ ଅଂଶୀଦାରଙ୍କ ସହ ଆଜି ଆଲୋଚନା କରିଥିଲା ବାଣିଜ୍ୟ ଓ ପରିବହନ ବିଭାଗ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Boat_1683043569.jpg)