Advertisment

ସୁସ୍ଥ ହୋଇ ଓଡ଼ିଶା ଫେରିଲେ ପ୍ରଦୀପ୍ତ କୁମାର ନାଏକ

ଦୁଇ ବର୍ଷର ଚିକିତ୍ସା ପରେ ଶ୍ରୀ ନାଏକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଜି ଭୁବନେଶ୍ୱର ଫେରିଛନ୍ତି। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କୁ ତାଙ୍କ ଶୁଭେଚ୍ଛୁ ଓ ସମର୍ଥକମାନେ ପୁଷ୍ପଗୁଚ୍ଛ ଦେଇ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି।

BJP MLA Pradipta Kumar Naik

BJP MLA Pradipta Kumar Naik

Advertisment

ସୁସ୍ଥ ହୋଇ ଓଡ଼ିଶା ଫେରିଲେ ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ କୁମାର ନାଏକ। ମହାମାରୀ କୋଭିଡ୍‌ ସମୟରେ ସେ ଗୁରୁତର ଅସୁସ୍ଥ ହୋଇ ପ୍ରଥମେ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ସ୍ୱସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରେ ଦିଲ୍ଲୀ ଏମ୍‌ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଦୀର୍ଘ ସମୟ ଧରି ତାଙ୍କର ଚିକିତ୍ସା ଚାଲିଥିଲା।

Advertisment

ଦୁଇ ବର୍ଷର ଚିକିତ୍ସା ପରେ ଶ୍ରୀ ନାଏକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଜି ଭୁବନେଶ୍ୱର ଫେରିଛନ୍ତି। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କୁ ତାଙ୍କ ଶୁଭେଚ୍ଛୁ ଓ ସମର୍ଥକମାନେ ପୁଷ୍ପଗୁଚ୍ଛ ଦେଇ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି।

ଶ୍ରୀ ନାଏକ କହିଛନ୍ତି, ବର୍ତ୍ତମାନ ସ୍ୱାସ୍ଥ୍ୟ ଠିକ୍‌ ଅଛି। ଆଗାମୀ ନିର୍ବାଚନ ନେଇ ପାର୍ଟି ନିଷ୍ପତ୍ତି ନେବ। ଆସନ୍ତା ୨୨ ତାରିଖରେ କଳାହାଣ୍ଡିରେ ସଭାପତିଙ୍କ କାର୍ଯ୍ୟକ୍ରମ ରହିଛି। ସେଠାକୁ ଯିବି ବୋଲି ଶ୍ରୀ ନାଏକ କହିଛନ୍ତି।

Advertisment
Bhubaneswar Bjp Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe