ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବନ୍ଧା ପଡ଼ିଥିବା ହାଇସ୍କୁଲ ସାର୍ଟିଫିକେଟ୍ ମିଳିଲା। ସ୍କୁଲର ବକେୟା ଫିସ୍ ଦେଇ ନପାରିବାରୁ ହାଇସ୍କୁଲ ସାର୍ଟିଫିକେଟ ବନ୍ଧା ପଡ଼ିଥିଲା। ଯାହା ଦୁଇ ବର୍ଷପରେ ମିଳିଲା ସାର୍ଟିଫିକେଟ୍।
ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଳକ ରିଓ ଗାଁର ଦୁଇ ଭଉଣୀ ଜୟଶ୍ରୀ ଓ ଭାଗ୍ୟଶ୍ରୀ ସିଂହଙ୍କୁ ନିଜ ସ୍କୁଲ ସାର୍ଟିଫିକଟ୍ ମିଳିଛି। ୨୦୧୭ରୁ ରାଉରକେଲାର ସେଣ୍ଟ ମେରି ସ୍କୁଲରୁ ଦୁହେଁ ପାସ୍ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ହାଇସ୍କୁଲ ସାର୍ଟିଫିକେଟ୍ ମିଳିନଥିଲା। ତେବେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସ୍କୁଲ କର୍ତ୍ତୃପକ୍ଷ ଆଜି ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ସ୍କୁଲର ବକେୟା ଫିସ୍ ଦେଇ ନପାରିବାରୁ ସ୍କୁଲ କତ୍ତୃପକ୍ଷ ସାର୍ଟିଫିକେଟ ଦେବାକୁ ମନା କରିଦେଇଥିଲେ। ଏନେଇ ଦୁଇ ଭଉଣୀ ଗଣମାଧ୍ୟମରେ ଅଭିଯୋଗ କରିବା ପରେ ସେମାନଙ୍କୁ ତାଙ୍କ ସାର୍ଟିଫିକେଟ୍ ମିଳିଛି।
ଘଟଣା ପରେ ଏନେଇ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ଜୟଶ୍ରୀ। ସେ ପୁଣି ଥରେ ଆଉ ଏକ ଜୀବନ ପାଇଛନ୍ତି ବୋଲି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜଧାନୀରେ ପୁଣି ଆରମ୍ଭ ହେବ ବୁଲା କୁକୁର ବନ୍ଧ୍ୟାକରଣ
ରାଜ୍ୟରେ ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷରୁ ଅଧିକ ବୁଲା କୁକୁର। ଗତ ଦେଢ଼ ମାସ ଭିତରେ କେବଳ ବିଏମସି ହସ୍ପିଟାଲରେ ୫ଶହ ଲୋକ କୁକୁର କାମୁଡ଼ା ଟିକା ନେଇଛନ୍ତି।
Miscellaneous
ଧାନର ମାନ ଖରାପ ଥିଲେ ବି କିଣିବେ ସରକାର; ଫସଲ ନଷ୍ଟ ପାଇଁ ମିଳିବ କ୍ଷତିପୂରଣ
ଓଦା ଧାନ ଶୁଖେଇ ମଣ୍ଡିରେ ବିକ୍ରି ପାଇଁ ଚାଷୀଙ୍କୁ ଅଧିକ ସମୟ ଦିଆଯିବ। ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ମନ୍ତ୍ରୀ।
Politics
‘ମୁଁ ୨ ଥର ଚିଟଫଣ୍ଡ ଠକେଇର ଶିକାର ହୋଇଛି’
ଟଙ୍କା ଯୋଗାଡ଼ କରି ଦେଇଥିଲି, କିନ୍ତୁ ପରେ ସଂସ୍ଥା ହିଁ ଉଭାନ ହୋଇଯାଇଥିଲା। ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳା କୁକୁର, ୬ ଗୁରୁତର
ପାଗଳ କୁକୁର କାମୁଡ଼ାରେ ୬ଜଣ ଗୁରୁତର ହୋଇଛନ୍ତି। ସେମାନେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।