Advertisment

ସକାଳେ ଅଭିଯୋଗ, ସନ୍ଧ୍ୟାରେ ସାର୍ଟିଫିକେଟ୍‌

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର):  ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବନ୍ଧା ପଡ଼ିଥିବା ହାଇସ୍କୁଲ ସାର୍ଟିଫିକେଟ୍ ମିଳିଲା। ସ୍କୁଲର ବକେୟା ଫିସ୍ ଦେଇ ନପାରିବାରୁ ହାଇସ୍କୁଲ ସାର୍ଟିଫିକେଟ ବନ୍ଧା ପଡ଼ିଥିଲା। ଯାହା ଦୁଇ ବର୍ଷପରେ ମିଳିଲା ସାର୍ଟିଫିକେଟ୍। ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଳକ ରିଓ ଗାଁର ଦୁଇ ଭଉଣୀ ଜୟଶ୍ରୀ ଓ ଭାଗ୍ୟଶ୍ରୀ ସିଂହଙ୍କୁ ନିଜ ସ୍କୁଲ ସାର୍ଟିଫିକଟ୍ ମିଳିଛି। ୨୦୧୭ରୁ ରାଉରକେଲାର ସେଣ୍ଟ ମେରି ସ୍କୁଲରୁ ଦୁହେଁ ପାସ୍ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ହାଇସ୍କୁଲ ସାର୍ଟିଫିକେଟ୍ ମିଳିନଥିଲା। […]

ସକାଳେ ଅଭିଯୋଗ, ସନ୍ଧ୍ୟାରେ ସାର୍ଟିଫିକେଟ୍‌

pic

Advertisment

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର):  ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବନ୍ଧା ପଡ଼ିଥିବା ହାଇସ୍କୁଲ ସାର୍ଟିଫିକେଟ୍ ମିଳିଲା। ସ୍କୁଲର ବକେୟା ଫିସ୍ ଦେଇ ନପାରିବାରୁ ହାଇସ୍କୁଲ ସାର୍ଟିଫିକେଟ ବନ୍ଧା ପଡ଼ିଥିଲା। ଯାହା ଦୁଇ ବର୍ଷପରେ ମିଳିଲା ସାର୍ଟିଫିକେଟ୍।

Advertisment

ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଳକ ରିଓ ଗାଁର ଦୁଇ ଭଉଣୀ ଜୟଶ୍ରୀ ଓ ଭାଗ୍ୟଶ୍ରୀ ସିଂହଙ୍କୁ ନିଜ ସ୍କୁଲ ସାର୍ଟିଫିକଟ୍ ମିଳିଛି। ୨୦୧୭ରୁ ରାଉରକେଲାର ସେଣ୍ଟ ମେରି ସ୍କୁଲରୁ ଦୁହେଁ ପାସ୍ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ହାଇସ୍କୁଲ ସାର୍ଟିଫିକେଟ୍ ମିଳିନଥିଲା। ତେବେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସ୍କୁଲ କର୍ତ୍ତୃପକ୍ଷ ଆଜି ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ସ୍କୁଲର ବକେୟା ଫିସ୍‌ ଦେଇ ନପାରିବାରୁ ସ୍କୁଲ କତ୍ତୃପକ୍ଷ ସାର୍ଟିଫିକେଟ ଦେବାକୁ ମନା କରିଦେଇଥିଲେ। ଏନେଇ ଦୁଇ ଭଉଣୀ ଗଣମାଧ୍ୟମରେ ଅଭିଯୋଗ କରିବା ପରେ ସେମାନଙ୍କୁ ତାଙ୍କ ସାର୍ଟିଫିକେଟ୍‌ ମିଳିଛି।

Advertisment

ଘଟଣା ପରେ ଏନେଇ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ଜୟଶ୍ରୀ। ସେ ପୁଣି ଥରେ ଆଉ ଏକ ଜୀବନ ପାଇଛନ୍ତି ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe