‘ଅମ୍ଫାନ’ର ଆଖିର ବ୍ୟାସାର୍ଦ୍ଧ ୩୦ କିମି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୪ ଘଣ୍ଟା ପରେ ବି ‘ଅମ୍ଫାନ’ ମହାବାତ୍ୟା ଆକାରରେ ଆଗକୁ ବଢ଼ୁଛି। ଆସନ୍ତାକାଲି ସକାଳ ଯାଏ ଏହା ମହାବାତ୍ୟା ଆକାରରେ ରହିବ। ବାତ୍ୟାର ଆଖିକୁ ଦେଖି ତାର ତୀବ୍ରତା ଆକଳନ କରାଯାଇଥାଏ। ଆଉ ମହାବାତ୍ୟା ‘ଅମ୍ଫାନ’ ଆଖିର ବ୍ୟାସାର୍ଦ୍ଧ ୩୦କିମି ରହିଛି। ଏହାର ବାହ୍ୟ ଅଂଶଟିର ଆକାରା ବହୁତ ବଡ଼। ଏହା ଓଡ଼ିଶାରେ ପ୍ରବେଶ କଲାଣି। ଭୁବନେଶ୍ୱରରେ ଆଉଟର କ୍ଲାଉଡ୍‌ ପ୍ରବେଶ କଲାଣି। ଆକାଶ ମେଘୁଆ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ବାତ୍ୟା […]

amphan1

Jyoshna Pradhan
  • Published: Tuesday, 19 May 2020
  • , Updated: 19 May 2020, 02:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୪ ଘଣ୍ଟା ପରେ ବି ‘ଅମ୍ଫାନ’ ମହାବାତ୍ୟା ଆକାରରେ ଆଗକୁ ବଢ଼ୁଛି। ଆସନ୍ତାକାଲି ସକାଳ ଯାଏ ଏହା ମହାବାତ୍ୟା ଆକାରରେ ରହିବ। ବାତ୍ୟାର ଆଖିକୁ ଦେଖି ତାର ତୀବ୍ରତା ଆକଳନ କରାଯାଇଥାଏ। ଆଉ ମହାବାତ୍ୟା ‘ଅମ୍ଫାନ’ ଆଖିର ବ୍ୟାସାର୍ଦ୍ଧ ୩୦କିମି ରହିଛି। ଏହାର ବାହ୍ୟ ଅଂଶଟିର ଆକାରା ବହୁତ ବଡ଼। ଏହା ଓଡ଼ିଶାରେ ପ୍ରବେଶ କଲାଣି। ଭୁବନେଶ୍ୱରରେ ଆଉଟର କ୍ଲାଉଡ୍‌ ପ୍ରବେଶ କଲାଣି। ଆକାଶ ମେଘୁଆ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ବାତ୍ୟା ବିଭାଗ ମୁଖ୍ୟ ଆର୍‌.କେ.ଜେନାମଣି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘ଅମ୍ଫାନ’ ପ୍ରଭାବରେ ଆଜି ଓଡ଼ିଶା ଉପକୂଳରେ ପବନ ବହିବା ଆରମ୍ଭ ହୋଇଯାଇଛି। ଆଜି ୪୫ରୁ ୫୫ କିମି ବେଗରେ ପବନ ବୋହିବ। ରାତିରେ ଘଣ୍ଟା ପ୍ରତି ୭୫ରୁ ୯୫ କିମି ଯାଏ ପବନ ହେବ। ଆସନ୍ତାକାଲି ସକାଳୁ ୧୧୦ରୁ ୧୩୦ କିମି ଯାଏ ପବନ ବଢ଼ିବ।

ଶ୍ରୀ ଜେନାମଣି କହିଛନ୍ତି, ଆଜି ରାତିରେ ଗୋପାଳପୁରଠାରୁ ୨୧୦ କିମି ପୂର୍ବରେ ‘ଅମ୍ଫାନ’ ଅତିକ୍ରମ କରିବ। ତେବେ ଆସନ୍ତାକାଲି ଦିନ ୧୧ଟା ୩୦ରେ ପାରାଦୀପଠାରୁ ୧୧୦ କିମି ପୂର୍ବରେ ଏହା ଯିବ। ଏଥିସହ ବାଲେଶ୍ୱରଠାରୁ ଅପରାହ୍ନରେ ୧୭୦ କିମି ଦୂରରେ ଯିବ। ‘ଅମ୍ଫାନ’ ପୂର୍ବ ନିର୍ଦ୍ଧାରିତ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ। ଆସନ୍ତାକାଲି ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ‘ଅମ୍ଫାନ’ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ଜାଗାରେ ପବନ ଘଣ୍ଟାପ୍ରତି ୧୮୦ରୁ ୨୦୦ କିମି ରହିବ। ଏବେ କିନ୍ତୁ ‘ଅମ୍ଫାନ’ ମହାବାତ୍ୟା ରୂପରେ ସମୁଦ୍ରରେ ବହୁତ ତୀବ୍ର ରହିଛି। ଏବେ ୨୨୦ରୁ ୨୪୦ କିମି ବେଗରେ ସମୁଦ୍ରରେ ପବନ ହେଉଛି।

ସେ ଆହୁରି କହିଛନ୍ତି, “ଆସନ୍ତାକାଲି ୧୦ଟା ପରେ ଓଡ଼ିଶା ଉପକୂଳରେ ୧୧୦ରୁ ୧୨୦ କିମି ବେଗର ପବନ ହେବ। ‘ବୁଲ୍‌ବୁଲ୍‌’ ଉପକୂଳ ପାଖ ଦେଇ ଯାଇଥିଲା। ‘ଅମ୍ଫାନ’ ଟିକେ ଦୂର ଦେଇ ଯିବ।

Related story